News 18 Odia Digital
ନୂଆଦିଲ୍ଲୀ; ଦେଶ ତଥା ଦେଶ ବାହାରେ ଅନେକ କମ୍ପାନୀ (Company) ଖୋଲାଯାଇ ପରେ ବନ୍ଦ ହୋଇଥିବାର ଖବର ଆମେ ଜାଣିଛେ । କିଛି କମ୍ପାନୀ ମାଲିକଙ୍କ ବ୍ୟକ୍ତିଗତ କାରଣରୁ ବନ୍ଦ ହେଉଥିବା ସମୟରେ ଆଉ କିଛି କ୍ଷତି ପାଇଁ ବନ୍ଦ ହୋଇଥାଏ । ଫୁଡ୍ ଡେଲିଭରୀ ଆପ୍ ଜୋମାଟ (ZOMATO) ପକ୍ଷରୁ ଗତବର୍ଷ 'ତତକ୍ଷଣାତ' ସେବା ଆରମ୍ଭ କରାଯାଇଥିଲା । ଆଜି ସକାଳ ସମୟରେ ଏକ ଖବର ପ୍ରଚାରିତ ହୋଇଥିଲା ତାହା ହେଉଛି, ଜୋମାଟୋ ନିଜର ସ୍ୱତନ୍ତ୍ର ସେବାକୁ ତୁରନ୍ତ ବନ୍ଦ କରୁଛି । କିନ୍ତୁ ପରବର୍ତ୍ତୀ ସମୟରେ କମ୍ପାନୀ ନିଜେ ଏ ବିଷୟରେ ସ୍ପଷ୍ଟ କରିଛି ।
କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ଜୋମାଟୋ ବନ୍ଦ ହେଉନାହିଁ ବରଂ ଏହାକୁ ରିବ୍ରାଣ୍ଡ୍ କରାଇବାକୁ ଯୋଜନା କରାଯାଉଛି । ଜୋମାଟୋ ତତ୍କାଳୀନରେ ଗ୍ରାହକଙ୍କୁ ୧୦ ମିନିଟରେ ଖାଦ୍ୟ ପହଞ୍ଚାଏ ବୋଲି ମଧ୍ୟ କୁହାଯାଇଛି । କମ୍ପାନୀ କହିଛି ଯେ, ବର୍ତ୍ତମାନ ଏହାକୁ ବନ୍ଦ କରିବା ପାଇଁ କମ୍ପାନୀର କୌଣସି ଯୋଜନା ନାହିଁ।
ଜୋମାଟୋ ତୁରନ୍ତ ବନ୍ଦ ହେବାର ମିଥ୍ୟା ଖବର ଆସିଥିଲା ।ଆଜିର ବଜାରରେ କଠିନ ପରିସ୍ଥିତି ଭିତରେ ଜୋମାଟୋ କମ୍ପାନୀ ବର୍ଷେ ତଳେ ଆରମ୍ଭ କରିଥିବା 'ତତକ୍ଷଣାତ୍' ସେବା ବନ୍ଦ କରିବାକୁ ଯୋଜନା କରୁଥିବା ଖବର ଆସିବା ପରେ କମ୍ପାନୀ ପକ୍ଷରୁ ଏକ ସୂଚନା ଦିଆଯାଇଛି । ତେବେ କମ୍ପାନୀ ତତକ୍ଷଣାତ୍ ସେବା ପାଇଁ ଏକ ନୂତନ ମେନ୍ୟୁରେ କାମ କରୁଛି ବୋଲି ସ୍ପଷ୍ଟ କରିଛି । କମ୍ପାନୀ କହିଛି, 'ତତକ୍ଷଣାତ୍' ସେବା ବନ୍ଦ ହେଉନାହିଁ । ଆମେ ଆମ ଅଂଶୀଦାରମାନଙ୍କ ସହ ଗୋଟିଏ ନୂଆ ମେନ୍ୟୁରେ କାମ କରୁଛୁ । ଏଥିସହ ବ୍ୟବସାୟକୁ ପୁଣିଥରେ ରିବ୍ରାଣ୍ଡ୍ କରିବାକୁ ଯୋଜନା କରୁଛୁ । ରିବ୍ରାଣ୍ଡ କରାଗଲେ ଜୋମାଟୋ ସେବା ସହ ଜଡିତ କୌଣସି କର୍ମଚାରୀ ପ୍ରଭାବିତ ହେବେନାହିଁ । ଜୋମାଟୋ ଗତ ବର୍ଷ ମାର୍ଚ୍ଚ ମାସରେ 'ତତକ୍ଷଣାତ୍' ସେବା ଆରମ୍ଭ କରିଥିଲା।
ଅଧିକ ଖବର ପଢ଼ନ୍ତୁ-
http://ଓଡ଼ିଶାର ଏହି ସ୍ଥାନ ଗୁଡିକରେ ପହଞ୍ଚିଲା ଜିଓ ଟ୍ରୁ ୫ଜିPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।