INDvsAUS: ଆଡିଲେଡ୍ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ପ୍ଳେୟିଙ୍ଗ XI ଘୋଷଣା କଲା; ଜାଣନ୍ତୁ କିଏ ହେଲା IN ଓ କିଏ ହେଲା OUT
ଆଡିଲେଡ୍ ଟେଷ୍ଟ ପାଇଁ ଭାରତୀୟ କ୍ରିକେଟ୍ ଟିମ୍ ପ୍ଳେୟିଙ୍ଗ ଇଲେଭେନ (Team India Plying XI) ଚୟନ କରିସାରିଛି । ଯେତେବେଳେ କି ଆୟୋଜକ ଦଳର ଅନେକ ଖେଳାଳି ଆହତ ସମସ୍ୟା ସହ ସଂଘର୍ଷ କରୁଛନ୍ତି । ଆଡିଲେଡ୍ ଟେଷ୍ଟ ପାଇଁ ଭାରତର ଏକାଦଶ ଖେଳିବାରେ ପୃଥ୍ୱୀଭ ଶଃ ଓ ରିଦ୍ଧିମାନ ସାହା ସ୍ଥାନ ପାଇଛନ୍ତି ।

ଆଡିଲେଡ୍ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ପ୍ଳେୟିଙ୍ଗ XI ଘୋଷଣା କଲା
- News18 Odia
- Last Updated: December 16, 2020, 2:48 PM IST
ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି (Virat Kohli) ଓ ତାଙ୍କ ଟିମ୍ ଗୁରୁବାର (17 ଡିସେମ୍ବର) ଆଡିଲେଡରେ ଆରମ୍ଭ ହେବାକୁ ଥିବା ଦିବା-ରାତ୍ରି ଟେଷ୍ଟରେ (Day Night Test) ଅଷ୍ଟ୍ରେଲିଆକୁ ଗୋଲାପୀ ବଲ କ୍ରିକେଟର ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛନ୍ତି । ଏଥିପାଇଁ ଭାରତୀୟ କ୍ରିକେଟ୍ ଟିମ୍ ପ୍ଳେୟିଙ୍ଗ ଇଲେଭେନକୁ (Team India Plying XI) ଚୟନ କରିସାରିଛି । ଯେତେବେଳେ କି ଆୟୋଜକ ଦଳର ଅନେକ ଖେଳାଳି ଆହତ ସମସ୍ୟା ସହ ସଂଘର୍ଷ କରୁଛନ୍ତି । ଆଡିଲେଡ୍ ଟେଷ୍ଟ ପାଇଁ ଭାରତର ଏକାଦଶ ଖେଳିବାରେ ପୃଥ୍ୱୀଭ ଶଃ ଓ ରିଦ୍ଧିମାନ ସାହା ସ୍ଥାନ ପାଇଛନ୍ତି ।
ତଥାପି ଅଷ୍ଟ୍ରେଲିୟ ଦଳର ଅଧିକ ଦିବା-ରାତ୍ରି ଟେଷ୍ଟ ଖେଳିବାର ଅଭିଜ୍ଞତା ଅଛି ଓ ସେମାନେ ନିଶ୍ଚିତ ଭାବରେ ଘରୋଇ ସ୍ଥିତିର ଲାଭ ପାଇବେ । ଡେ-ନାଇଟ୍ ଟେଷ୍ଟ ମ୍ୟାଚ୍ ଗୁଡିକର ନିଜସ୍ୱ ବିଶେଷତା ରହିଛି । ଯେଉଁଥିରେ ପ୍ରଥମ ସିଜନରେ ବ୍ୟାଟ୍ସମ୍ୟାନ୍ମାନେ ପ୍ରାଧାନ୍ୟ ବିସ୍ତାର କରିବେ ବୋଲି ଆଶା କରାଯାଉଥିବାବେଳେ ସୂର୍ଯ୍ୟାସ୍ତ ହେଲେ ବୋଲରମାନେ ନିଜ ପ୍ରାଧାନ୍ୟ ବିସ୍ତାର କରନ୍ତି । କାରଣ କୁକାବୁରାର ଗୋଲାପୀ ବଲରେ ଗତି ତୀବ୍ର ହୋଇଯାଇଥାଏ ।
UPDATE🚨: Here’s #TeamIndia’s playing XI for the first Border-Gavaskar Test against Australia starting tomorrow in Adelaide. #AUSvIND pic.twitter.com/WbVRWrhqwi
— BCCI (@BCCI) December 16, 2020
ଟିମ୍ ଇଣ୍ଡିଆର ପ୍ଳେୟିଙ୍ଗ XI: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ୱୀଭ ଶଃ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପ ଅଧିନାୟକ), ହନୁମା ବିହାରୀ, ରିଦ୍ଧିମାନ ସାହା (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ଉମେଶ ଯାଦବ, ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା ।