INDvsAUS: ଯେକୌଣସି ନମ୍ବରରେ ବ୍ୟାଟିଂ କରିବାକୁ ମୁଁ ପ୍ରସ୍ତୁତ - ରୋହିତ ଶର୍ମା

ରୋହିତ ଶର୍ମା କହିଛନ୍ତି, "ମୁଁ ନିଶ୍ଚିତ ଯେ ଅଷ୍ଟ୍ରେଲିଆରେ ପହଞ୍ଚିଥିବା ଟିମ୍ ମ୍ୟାନେଜମେଣ୍ଟ ବିରାଟ କୋହଲିଙ୍କ ଯିବା ପରର ବିକଳ୍ପ ଚିହ୍ନଟ କରି ସାରିଥିବେ ଓ କିଏ ସେହି ଖେଳାଳି ଯିଏ ଇନିଂସ ଆରମ୍ଭ କରିବ ।"

ଟେଷ୍ଟ ସିରିଜ୍ ପାଇଁ ରୋହିତ ଶର୍ମା ଭାରତୀୟ କ୍ରିକେଟ୍ ଦଳରେ ଯୋଗଦେବେ

ଟେଷ୍ଟ ସିରିଜ୍ ପାଇଁ ରୋହିତ ଶର୍ମା ଭାରତୀୟ କ୍ରିକେଟ୍ ଦଳରେ ଯୋଗଦେବେ

  • Share this:
News18 Odia Digital
ନୂଆ ଦିଲ୍ଲୀ: ରୋହିତ ଶର୍ମା (Rohit Sharma) ଟେଷ୍ଟ ଓପନର୍ ଭାବରେ ନିଜର ଭୂମିକାକୁ ନିଭାଇଛନ୍ତି । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ଟେଷ୍ଟ ସିରିଜରେ (India vs Australia) ଦଳ ପରିଚାଳନା ଦାବି ଅନୁଯାୟୀ ସେ ଯେକୌଣସି କ୍ରମରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ । ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଅଧିନାୟକ ବିରାଟ କୋହଲି (Virat Kohli) ଓପନିଂ ଟେଷ୍ଟ ପରେ ଭାରତ ଫେରିବା ପରେ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ (Ajinkya Rahane) ଓ ଚେତେଶ୍ୱର ପୂଜାରାଙ୍କ (Cheteshwar pujara) ମୁଖ୍ୟ ଭୂମିକା ରହିବ ବୋଲି ଆଶା କରାଯାଉଛି ।

ରୋହିତ ଶର୍ମା ପିଟିଆଇକୁ କହିଛନ୍ତି, ମୁଁ ତୁମକୁ ସମାନ କଥା କହିବି ଯାହା ମୁଁ ସମସ୍ତଙ୍କୁ କହିଛି । ଦଳ ଯେଉଁଠାରେ ଚାହିଁବ, ମୁଁ ସେଠାରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ କିନ୍ତୁ ମୁଁ ଜାଣେ ନାହିଁ ଯେ ସେମାନେ ଓପନର୍ ଭାବରେ ମୋର ଭୂମିକା ପରିବର୍ତ୍ତନ କରିବେ କି ନାହିଁ ।

ସେ ବିଶ୍ୱାସ କରନ୍ତି ଯେ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ 'ସ୍ଟ୍ରେନ୍ଗଥ ଆଣ୍ଡ କଣ୍ଡିସନିଂ' ତାଲିମ ନେବା ପରେ ସେ ଅଷ୍ଟ୍ରେଲିଆରେ ପହଞ୍ଚିବା ବେଳକୁ ଦଳ ପରିଚାଳନା ତାଙ୍କ ଭୂମିକା ସ୍ଥିର କରିନେଇଥିବା । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସମୟରେ ସେ ସାମାନ୍ୟ ହାମଷ୍ଟ୍ରିଂ ଆଘାତ ପାଇଥିଲେ ।

ରୋହିତ ଶର୍ମା କହିଛନ୍ତି, "ମୁଁ ନିଶ୍ଚିତ ଯେ ଅଷ୍ଟ୍ରେଲିଆରେ ପହଞ୍ଚିଥିବା ଟିମ୍ ମ୍ୟାନେଜମେଣ୍ଟ ବିରାଟ କୋହଲିଙ୍କ ଯିବା ପରର ବିକଳ୍ପ ଚିହ୍ନଟ କରି ସାରିଥିବେ ଓ କିଏ ସେହି ଖେଳାଳି ଯିଏ ଇନିଂସ ଆରମ୍ଭ କରିବ । ସେ କହିଛନ୍ତି ମୁଁ ଥରେ ସେଠାରେ ପହଞ୍ଚିବା ପରେ ଯାଏ, ତାହା ପରେ ସ୍ପଷ୍ଟ ହେବ ଯେ କଣ ହେବ । ସେମାନେ ଚାହୁଁଥିବା ସ୍ଥାନରେ ମୁଁ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଅଛି ।"

ହୁକ୍ ଓ ପୁଲ ସଟ୍ ଖେଳୁଥିବା ଖେଳାଳିଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା । ସେ ବିଶ୍ୱାସ କରନ୍ତି ଯେ ଅଷ୍ଟ୍ରେଲିୟ ପିଚ୍ ଉପରେ ବାଉନ୍ସ ହେବା ଯେତେ ବଡ଼ କାରଣ ନୁହେଁ । ସେ କହିଛନ୍ତି, ପର୍ଥ ବ୍ୟତୀତ ଆମେ ବାଉନ୍ସ ବିଷୟରେ କଥାବାର୍ତ୍ତା କରୁଛୁ, ମୁଁ ଭାବୁନାହିଁ ଯେ ଗତ କିଛି ବର୍ଷ ମଧ୍ୟରେ ଅନ୍ୟ ଗ୍ରାଉଣ୍ଡରେ (ଆଡିଲେଡ୍, ଏମସିଜି, ଏସସିଜି) ଏତେ ବାଉନ୍ସ ଅଛି ।

ରୋହିତ ଶର୍ମା କହିଛନ୍ତି, "ବର୍ତ୍ତମାନ ବିଶେଷ କରି ଇନିଂସ ଆରମ୍ଭ କରିବା ପରେ ମୋତେ କଟ୍ ଆଣ୍ଡ ପୁଲ ସଟ୍ ନଖେଳିବା ବିଷୟରେ ଚିନ୍ତା କରିବାକୁ ପଡିବ ଓ ଯଥାସମ୍ଭବ ମୋତେ ବି ସିଧା ସଟ୍ ଖେଳିବାକୁ ଧ୍ୟାନ ଦେବାକୁ ପଡ଼ିବ।"
Published by:Jagdish Barik
First published: