INDvsAUS: ଅଷ୍ଟ୍ରେଲିଆ ଟେଷ୍ଟ ଦଳର ଘୋଷଣା; ହେନରିକ୍ସଙ୍କୁ ମିଳିଲା ଜାଗା, ଆବଟ ବାହାର ହେଲେ
Ind Vs Aus 1st Test: ଅଲରାଉଣ୍ଡର ମୋଇସ୍ ହେନରିକ୍ସଙ୍କୁ (Moises Henriques) ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳରେ ସାମିଲ କରାଯାଇଛି । କାରଣ ଆୟୋଜକ ଦଳ ଖେଳାଳି ମାନଙ୍କର ଆହତ ହେବା ପକ୍ରିୟା ଜାରି ରହିଛି ।

ଅଷ୍ଟ୍ରେଲିଆ ଟେଷ୍ଟ ଟିମ ଘୋଷଣା କଲା
- News18 Odia
- Last Updated: December 14, 2020, 11:49 AM IST
ନୂଆ ଦିଲ୍ଲୀ: ଭାରତ ବିପକ୍ଷ ପ୍ରଥମ ଟେଷ୍ଟ (Ind Vs Aus 1st Test) ପାଇଁ ଅଷ୍ଟ୍ରେଲିଆ ଦଳରେ ଅଲରାଉଣ୍ଡର ମୋଇସ୍ ହେନରିକ୍ସଙ୍କୁ (Moises Henriques) ସାମିଲ କରାଯାଇଛି । କାରଣ ଆୟୋଜକ ଦଳର ଖେଳାଳି ମାନଙ୍କର ଆହତ ହେବା ପକ୍ରିୟା ଜାରି ରହିଛି । ଫାଷ୍ଟ ବୋଲର ସିନ ଆବଟ୍ଟ ଶନିବାର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଦିବା-ରାତ୍ରି ମ୍ୟାଚ୍ରେ କାଲ୍ଫ ଷ୍ଟ୍ରେନ୍ ପରେ ହେନରିକ୍ସ ଓ ବାକି ଅଷ୍ଟ୍ରେଲିଆ ଦଳ ସହ ଆଡିଲେଡ ଯାତ୍ରା କରିବେ ନାହିଁ। ହେନରିକ୍ସ ତାଙ୍କର ଦ୍ୱିତୀୟ ଅଷ୍ଟ୍ରେଲିଆ-ଏ ଅଭ୍ୟାସ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ଥିଲା । ଗତ ବୁଧବାର ଦିନ ଏକ ସ୍କାନରେ ହାମଷ୍ଟ୍ରିଙ୍ଗ୍ ଜଣା ପଡିଥିଲା । ଯାହା ପରେ ତାଙ୍କୁ ବାଦ୍ ଦିଆଯାଇଛି । କିନ୍ତୁ ସୋମବାର ହେନରିକ୍ସ ଫିଟନେସ୍ ଟେଷ୍ଟରେ ପାସ ହୋଇଥିଲେ ।
୩୩ ବର୍ଷୀୟ ମୋଇସ୍ ହେନରିକ୍ସ ୨୦୧୬ ରେ ଚାରୋଟି ଟେଷ୍ଟ ଖେଳିଥିଲେ । ସେ ତିନି ଦିନ ମଧ୍ୟରେ ଆଡିଲେଡରେ ଅଷ୍ଟ୍ରେଲିୟ ଦଳରେ ଯୋଗଦେବେ । ଦଳର ଦୁଇଟି ନୂତନ ଚେହେରା ମଧ୍ୟରୁ ହେନ୍ରିକ୍ସ ଅନ୍ୟତମ । ଡେଭିଡ ୱାର୍ନରଙ୍କ ଆଘାତ ଯୋଗୁଁ ଭିକ୍ଟୋରିଆ ବ୍ୟାଟ୍ସମ୍ୟାନ୍ ମାର୍କସ ହାରିସଙ୍କୁ ଦଳରେ ସାମିଲ କରାଯାଇଛି । ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୱାର୍ଣ୍ଣର ଆହତ ହୋଇଥିଲେ । ହେନରିକ୍ସଙ୍କୁ ଦଳରେ ୱିଲ ପୁକୋସ୍କିଙ୍କୁ ସ୍ଥାନରେ ଜାଗା ମିଳିଛି ।
ଭାରତ ଏ ଓ ଅଷ୍ଟ୍ରେଲିଆ ଏ ମଧ୍ୟରେ ଚାଲିଥିବା ପ୍ରଥମ ଅଭ୍ୟାସ ମ୍ୟାଚ୍ ସମୟରେ ୨୨ ବର୍ଷୀୟ ୱିଲ୍ ପୁକୋସ୍କି କନକସନରେ ଶିକାର ହୋଇଥିଲେ । ଅଭ୍ୟାସ ମ୍ୟାଚର ତୃତୀୟ ଦିନରେ କାର୍ତ୍ତିକ ତ୍ୟାଗୀଙ୍କ ବାଉନ୍ସର ପୁକୋସ୍କିଙ୍କ ହେଲମେଟରେ ବାଜିଥିଲା । ମେଲବୋର୍ଣ୍ଣରେ ଖେଳାଯିବାକୁ ଥିବା ବକ୍ସିଂ ଡେ ଟେଷ୍ଟକୁ ଉଭୟ ପୁକୋସ୍କି ଓ ୱାର୍ଣ୍ଣର ଫେରିବେ ବୋଲି ଆଶା କରାଯାଉଛି । କିନ୍ତୁ ସେମାନଙ୍କ ଯୋଗଦାନ ଏବେବି ସନ୍ଦେହ ଘେରରେ ରହିଛି ।
ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ଅନେକ ଅଷ୍ଟ୍ରେଲୀୟ ଖେଳାଳି ଆହତ ହୋଇଛନ୍ତି । ମାର୍କସ୍ ଷ୍ଟୋଇନିସ୍, ଡେଭିଡ୍ ୱାର୍ଣ୍ଣର, ଆଷ୍ଟନ୍ ଏଗର୍, ମିଚ୍ ଷ୍ଟାର୍କ, ଜୋସ୍ ହାଜଲେଉଡ୍, ଆରୋନ୍ ଫିଞ୍ଚ, ମୋଇସ୍ ହେନ୍ରିକ୍ସ, ୱିଲ୍ ପୁକୋସ୍କି, କ୍ୟାମେରନ୍ ଗ୍ରୀନ୍, ଜ୍ୟାକସନ ବାର୍ଡ, ହ୍ୟାରି କନୱେ, ସିନ୍ ଆବଟ୍ଟ ଗତ ଏକ କିମ୍ବା ଅଧିକ ମାସ ଧରି ଆହତ ହୋଇଥିଲେ ।
ଅଷ୍ଟ୍ରେଲିଆ ଟେଷ୍ଟ ଦଳ: ଟିମ୍ ପେନ୍ (କ୍ୟାପଟେନ୍), ଜୋ ବର୍ନସ୍, ପ୍ୟାଟ୍ କମିନ୍ସ, କ୍ୟାମେରନ୍ ଗ୍ରୀନ୍, ମାର୍କସ୍ ହାରିସ୍, ଜୋସ୍ ହାଜଲେଉଡ୍, ଟ୍ରାଭିସ୍ ହେଡ୍, ମୋଇସ୍ ହେନରିକ୍ସ, ମାର୍ନସ୍ ଲାବୁସେନ୍, ନାଥାନ୍ ଲିଅନ୍, ମିଚେଲ ନେଷ୍ଟଲେ, ଜେମ୍ସ ପାଟିନ୍ସନ୍, ୱିଲ୍ ପୁକୋସ୍କି, ଷ୍ଟିଭ୍ ସ୍ମିଥ୍, ମିଚେଲ୍ ଷ୍ଟାର୍କ, ମିଚେଲ ସ୍ୱିପ୍ସନ୍, ମାଥ୍ୟୁ ୱେଡ, ଡେଭିଡ ୱାର୍ନର ।
ଭାରତୀୟ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ, କେବଳ ପ୍ରଥମ ଟେଷ୍ଟ ପାଇଁ), ଅଜିଙ୍କ୍ୟ ରାହାନେ (ଉପ ଅଧିନାୟକ), ରୋହିତ ଶର୍ମା, ମାୟାନକ ଅଗ୍ରୱାଲ, ପୃଥିବ ଶଃ, କେ.ଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଶୁଭମାନ ଗିଲ, ରିଦ୍ଧିମାନ ସାହା (ୱିକେଟ୍ କିପର), ଋଷଭ ପନ୍ତ (ୱିକେଟ୍ କିପର), ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି, ଉମେଶ ଯାଦବ, ନବଦୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସିରାଜ ।