ଏକତରଫା ପ୍ରେମ ବିଫଳ ଯୋଗୁଁ ଘରେ ନିଆଁ ଲଗାଇଦେଲା ଯୁବକ; ୭ମୃତ

ଏକତରଫା ପ୍ରେମରେ ବିଫଳ ହେବାରୁ ସଞ୍ଜୟ ନାମକ ଜଣେ ଯୁବକ ଯୁବତୀଙ୍କ ଘରେ ନିଆଁ ଲଗାଇଦେଇଥିଲେ । ଏହି ଭୟଙ୍କର ଅଗ୍ନିକାଣ୍ଡରେ ସାତ ଜଣ ପ୍ରାଣ ହରାଇଛନ୍ତି ।

ଇନ୍ଦୋରରେ ଅଗ୍ନିକାଣ୍ଡ ଘଟି ୭ଜଣଙ୍କର ମୃତ୍ୟୁ ମାମଲା (ପ୍ରତୀକାତ୍ମକ ଛବି)

ଇନ୍ଦୋରରେ ଅଗ୍ନିକାଣ୍ଡ ଘଟି ୭ଜଣଙ୍କର ମୃତ୍ୟୁ ମାମଲା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଇନ୍ଦୋରର ବିଜୟ ନଗର ଅଞ୍ଚଳ ସ୍ଥିତ ସ୍ୱର୍ଣ୍ଣବାଗ କଲୋନୀରେ ଅଗ୍ନିକାଣ୍ଡ ଘଟଣାରେ ୨୪ ଘଣ୍ଟା ମଧ୍ୟରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଅଗ୍ନିକାଣ୍ଡକୁ ନେଇ ସମଗ୍ର ଅଞ୍ଚଳର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କିନ୍ତୁ ବିଳମ୍ବିତ ରାତିରେ ପୋଲିସ ଘଟଣାର ଅନୁସନ୍ଧାନ କରି ଏହାର ବାସ୍ତବତା ଜାଣିବା ପରେ ଲୋକମାନେ ଚକିତ ଗୋଇଯାଇଥିଲେ। ଏହି ମାମଲାରେ ଅଭିଯୁକ୍ତ ପ୍ରାୟ ୬ ମାସ ପୂର୍ବରୁ ସମାନ ଅଟ୍ଟାଳିକାରେ ଭଡା ଘରେ ରହୁଥିଲେ। ଏକପାଖିଆ ପ୍ରେମ ଓ ଅର୍ଥ ବିବାଦ ହେତୁ, ଝାନସିର ମୂଳ ବାସିନ୍ଦା ସଞ୍ଜୟ ଛଦ୍ମନାମ ଶୁଭମ୍ ଦୀକ୍ଷିତ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟାଇ ଥିଲେ।

ଇନ୍ଦୋର ପୋଲିସ କମିଶନର ହରିନାରାୟଣ ମିଶ୍ର ତାଙ୍କ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପାଗଳ ପ୍ରେମିକା ଶୁଭମ୍ ପ୍ରଥମେ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଚାପ ପକାଉଥିଲେ ଓ ଝିଅର ପ୍ରତ୍ୟାଖ୍ୟାନରେ କ୍ରୋଧିତ ହୋଇ ଏହି ଭୟଙ୍କର ଅଗ୍ନିକାଣ୍ଡ କରିଥିଲେ।  ଅଭିଯୁକ୍ତ ଜଣଙ୍କ ରାଗରେ ଝିଅର କାରରେ ନିଆଁ ଲଗାଇ ଦେଇଥିଲେ। ଏହି ମାମଲାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣଙ୍କ ଚିକିତ୍ସା ଚାଲିଛି।

ଏହି ଅଗ୍ନିକାଣ୍ଡର ଶିକାର ହୋଇଥିବା ମହିଳାଙ୍କ ଅବସ୍ଥା ସ୍ୱାଭାବିକ ରହିଛି। ପୋଲିସ ତାଙ୍କ ସହ କଥା ହୋଇଛି।  ଏହି ମାମଲାକୁ ପ୍ରକାଶ କରିବାବେଳେ ପୋଲିସ କହିଛି ଯେ ଏହି ଘଟଣାରେ ସ୍କୁଟିରେ ନିଆଁ ଲାଗିଯାଇଥିଲା। ବର୍ତ୍ତମାନ ଫୋରେନସିକ୍ ଟିମ୍ ଏହାର ତୀକ୍ଷ୍ଣ ଅନୁସନ୍ଧାନ କରୁଛନ୍ତି।  ଏହି ଅପରାଧ ଘଟାଇବା ପାଇଁ କିଛି ଜ୍ୱଳନ୍ତ ସାମଗ୍ରୀ ବ୍ୟବହୃତ ହୋଇଥିଲା। ବର୍ତ୍ତମାନ ହତ୍ୟା ସମେତ ଅନ୍ୟାନ୍ୟ ବିଭାଗ ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋଲିସ କମିଶନର କହିଛନ୍ତି ଯେ ଏହି ମାମଲାରେ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯାଇଛି।

ପୋଲିସ କମିଶନର ହରିନାରାୟଣ ମିଶ୍ର କହିଛନ୍ତି ଯେ ଏହି ଅଗ୍ନିକାଣ୍ଡରେ ପୋଲିସ ୧୦୦ ରୁ ଅଧିକ ସିସିଟିଭି ଫୁଟେଜରେ ଖୋଜାଖୋଜି କରିଥିଲା ​ଓ ସିସିଟିଭି ଫୁଟେଜରେ ଅଭିଯୁକ୍ତ ଯୁବକ ସ୍କୁଟିରେ ନିଆଁ ଲଗାଇ ଦେଇଥଲା। ଯୁବକଜଣଙ୍କ ତାଙ୍କ ସହିତ ଜ୍ୱଳନ୍ତ ସାମଗ୍ରୀ ଆଣିଥିଲେ, ଯାହା ମାଧ୍ୟମରେ ଅଗ୍ନିକାଣ୍ଡ ଘଟିଥିଲା ​।

ପୂରା ମାମଲାଟି କ’ଣ ଥିଲା?

ବିଜୟ ନଗର ପୋଲିସ ଷ୍ଟେସନ ପରିସରରେ ଥିବା ଏକ କୋଠାରେ ନିଆଁ ଲାଗିଯାଇଥିଲା। ଯେଉଁଥିପାଇଁ ପ୍ରାରମ୍ଭରେ ଚିନ୍ତା କରାଯାଉଥିଲା ଯେ ଗ୍ରୀଷ୍ମ ୠତୁରେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନି ଆରମ୍ଭ ହୋଇଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଜୀବନ୍ତ ଜଳିବା ଦ୍ୱାରା ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଅଗ୍ନିକାଣ୍ଡରେ ପୋଡ଼ି ଯାଇଥିବା ଲୋକଙ୍କୁ ଏମବାୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଏହି ନିଆଁ କିଛି ମିନିଟରେ ଭୟଙ୍କର ରୂପ ନେଇଥିଲା। ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସାହାଯ୍ୟରେ ବିଲ୍ଡିଂରେ ନିଆଁକୁ ନିୟନ୍ତ୍ରଣ କରିଥିଲା, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା।
Published by:Soumya Das
First published: