News18 Odia Digital
Kalashnikov 203: ଭାରତ (India) ଏବଂ ଋଷ(Russia)ର ମିଳିତ ଉଦ୍ୟମରେ ଇଣ୍ଡୋ-ଋଷ ରାଇଫଲ୍ସ ପ୍ରାଇଭେଟ ଲିମିଟେଡ୍ ଉତ୍ତରପ୍ରଦେଶର କୋରୱା ଠାରେ AK-203 କାଲାଶନିକୋଭ(Kalashnikov) ଆକ୍ରମଣକାରୀ ରାଇଫଲ ଉତ୍ପାଦନ ଆରମ୍ଭ କରିଛି । ଋଷର ରୋଜୋବୋରୋନକ୍ସ ପୋର୍ଟର ମହାନିର୍ଦ୍ଦେଶକ ଆଲେକ୍ସଜାଣ୍ଡାର୍ ମିଖେଭ ଏହି ସୂଚନା ଦେଇଛନ୍ତି। ଗତ ସପ୍ତାହରେ ସେନା ମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ କହିଛନ୍ତି ଯେ ମାର୍ଚ୍ଚ ସୁଦ୍ଧା ପାଞ୍ଚ ହଜାର ବ୍ୟାଚ୍ ରାଇଫଲର ପ୍ରଥମ ବ୍ୟାଚ୍ ସେନାକୁ ପଠାଇ ଦିଆଯିବ।
ଲଜ୍ଜା: ରାସ୍ତାରେ ବୃଦ୍ଧଙ୍କୁ ସ୍କୁଟିରେ ବାନ୍ଧି ଟାଣି ଟାଣି ନେଲେ ଯୁବକ
କାଲାଶନିକୋଭ(Kalashnikov)ରେ ଅଟୋମେଟିକ ଚାଳନା ହୁଏ । ଏଥିରେ ୬୦୦ ରାଉଣ୍ଡ ଗୁଳି ଫାୟର କରାଯାଇପାରିବ। ଏଥିରେ ୭.୬୨X ୩୯ ମିମିର ଗୁଳି ଭର୍ତ୍ତି କରାଯାଇଥାଏ। ସେମି ଅଟୋ ମୋଡରେ ପ୍ରତି ମିନିଟ୍ ୪୦ ରାଉଣ୍ଡ ଓ ବେଷ୍ଟ ମୋଡରେ ପ୍ରତି ମିନିଟ୍ ୧୦୦ ରାଉଣ୍ଡ ଗୁଳି ବାହାରିଥାଏ। ସାଧାରଣ ଭାବେ ଏହାର ରେଞ୍ଜ ଥାଏ ୩୫୦ ମିଟର। ତେବେ ପ୍ରତିବର୍ଷ ଏଥିରେ ଅଢେଇ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥାନ୍ତି । ସେହିପରି ବିଶ୍ୱରେ ୧୦ କୋଟିରୁ ଅଧିକ ଏକେ-47 (AK-47) ରାଇଫଲ ବିକ୍ରି ହୋଇଛି। କମ୍ପାନୀ ନିଜର ଭୁଲ ଲୁଚାଇବାକୁ ଯାଇ ଏହି ରାଇଫଲ ର ନାଁ ଦେଇଛି ଶାନ୍ତିର ହତିଆର । ମିଖଲାଇ କାଲାଶନିକୋଭ (Mikhail Kalashnikov)ଙ୍କ ପ୍ରଥମ ଏକେ-47 ରାଇଫଲ ୧୯୪୭ ଟ୍ରାଏଲ କରାଯାଇଥିଲା । ଏହା ବାଦ୍ ଏହାକୁ ଋଷ ସେନାରେ ସାମିଲ କରିବାକୁ ଆଦେଶ ଦିଆଯାଇଥିଲା ।
In Pics: ଭାରତରେ ରହିଛି ପଶୁ ରକ୍ତ ବ୍ଯାଙ୍କ; ଜାଣନ୍ତୁ ସେମାନଙ୍କ ରକ୍ତକୁ ନେଇ କଣ କରାଯାଏ?
କୋଲାଶନିକାଭୋ ରାଇଫଲ ଫିଲ୍ମ କେଜିଏଫ ୨ (KGF 2)ରେ ଦେଖିବାକୁ ମିଳିଥିଲା । ଏହି ବନ୍ଧୁକ (Kalashnikov rifles) ଏକାଥରେ ଲକ୍ଷ ଲକ୍ଷ ଶତ୍ରୁଙ୍କୁ ନିହତ କରିପାରିବ । ଏହି ରାଇଫଲର ନାଁ ଏହାର ନିର୍ମାତାଙ୍କ ନାଁରେ ହିଁ ରଖାଯାଇଛି । ତେବେ ବହୁତ କମ ଲୋକଙ୍କୁ ଜଣାଥିବ ଯେ, ଏକେ-47 ରାଇଫଲ କୁ କୋଲାଶନିକାଭ ମଧ୍ୟ କୁହାଯାଏ। ଏକେ ର ପୁରା ନାଁ ଋଷିୟ ଭାଷାରେ ଏଭୋତମୈତ୍ କୋଲାଶନିକାଭ ବୋଲି କୁହାଯାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।