News18 Odia Digital
ପାଟନା: ବିହାରରେ ପୁଣି ଥରେ ଫାଇରିଂ। ଗୁରୁବାର ସକାଳେ ପଶ୍ଚିମ ଚମ୍ପାରଣ ଜିଲ୍ଲାର ମୁଖ୍ୟାଳୟ ବେତିୟା ଠାରୁ ୨୦ କିଲୋମିଟର ଦୂରରେ ଥିବା ଯୋଗପଟ୍ଟୀ ପୋଲିସ ଷ୍ଟେସନ ଅଞ୍ଚଳର ଗୋଲାଘାଟ ଡୁମରୀ ଆହିରୋଲି ଗ୍ରାମରେ ଅପରାଧୀ ଫାଇରିଂ କରିଥିଲା। ଏହି ମାମଲାରେ ୪ ଜଣଙ୍କ ଆହତ ହୋଇଛନ୍ତି।
ଗ୍ରାମବାସୀ ବନ୍ଧୁକ ସହିତ ଜଣେ ଅପରାଧୀଙ୍କୁ ଧରିଛନ୍ତି। ଗିରଫ ଅପରାଧୀଙ୍କୁ ଯୋଗପଟ୍ଟୀ ପୋଲିସ ପଚରାଉଚରା କରୁଛି।
ଆହତଙ୍କ ମଧ୍ୟରେ ଡୁମରୀ ପଞ୍ଚାୟତର ୱାର୍ଡ ସଦସ୍ୟ ରାଜା ବାବୁ ପଟେଲ, ତାଙ୍କ ଭାଇ ବିଜୟ କୁମାର ପଟେଲ, ଗ୍ରାମୀଣ ସୁଦର୍ଶନ ମାଝୀ ଓ ରୁସ୍ତମ ମିଆନ ଅଛନ୍ତି। ରାଜା ବାବୁ ପଟେଲଙ୍କ ବେକରେ ଗୁଳି ବାଜିଛି।
ଡାକ୍ତରଖାନାରେ ରାଜା ବାବୁ ପଟେଲ କହିଥିଲେ ଯେ ସେ ତାଙ୍କ ଭାଇଙ୍କ ସହ ଘରର ଦ୍ୱାରରେ ବସିଥିଲେ। ଏହି ସମୟରେ ଜଣେ ଅପରାଧୀ ବାଇକ ଯୋଗେ ଆସି ଗୁଳି ଚଳାଇବା ଆରମ୍ଭ କରିଥିଲା। ସେ ଏକ କପଡ଼ାରେ ମୁହଁ ଘୋଡାଇ ରଖିଥିଲେ। ଆଉ ଏହି ଫାଇରିଂରେ ତାଙ୍କ ଗଳାରେ ଗୁଳି ବାଜିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।