ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ପରେ କରାଚିରେ ଅବତରଣ ।
News 18 Odia Digital
ନୂଆଦିଲ୍ଲୀ: ଯାନ୍ତ୍ରିକ ତ୍ରୁଟି ପରେ ଇଣ୍ଡିଗୋର ଶାରଜା-ହାଇଦ୍ରାବାଦ ବିମାନକୁ ପାକିସ୍ତାନର କରାଚିରେ ଅବତରଣ କରିବାକୁ ପଡିଛି । ଯେତେବେଳେ ବିମାନର ପାଇଲଟ୍ ଯାନ୍ତ୍ରିକ ଅସୁବିଧା ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସେ ସତର୍କତାମୂଳକ ଭାବରେ ବିମାନକୁ ପାକିସ୍ତାନର କରାଚି ଆଡକୁ ନେଇଯାଇଥିଲେ। କରାଚି ବିମାନବନ୍ଦରରେ ଅବତରଣ କରାଯିବା ପରେ ସେଠାରେ ବିମାନର ଅନୁସନ୍ଧାନ କରାଯାଉଛି। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଇଣ୍ଡିଗୋ ଏୟାରଲାଇନ୍ସ କରାଚିରେ ଆଉ ଏକ ବିମାନ ପଠାଇବାକୁ ଯୋଜନା କରୁଛି, ଯାହାଦ୍ୱାରା ଯାତ୍ରୀମାନଙ୍କୁ ସେଠାରୁ ଅଣାଯାଇପାରିବ ।
ଏୟାରଲାଇନସ ତରଫରୁ ଜାରି ଏକ ବିବୃତ୍ତି ଅନୁଯାୟୀ, 'ଇଣ୍ଡିଆଗୋ ବିମାନ 6E-1406 ଶାରଜା ଠାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ବେଳେ ପାଇଲଟ ଯାନ୍ତ୍ରିକ ତ୍ରୁଟି ଥିବା ଦେଖିବାକୁ ପାଇଥିଲେ। ତେଣୁ ସେହି ସମୟର ବିମାନକୁ କରାଚି ଆଡକୁ ନେବାକୁ ପଡ଼ିଥିଲା । ଆବଶ୍ୟକ ପ୍ରକ୍ରିୟା ଅନୁସରଣ କରାଯିବାପରେ ସତର୍କତାମୂଳକ ପଦକ୍ଷେପ ଭାବରେ ବିମାନକୁ କରାଚି ଆଡକୁ ନିଆଯାଇଥିଲା । ଯାତ୍ରୀମାନଙ୍କୁ ହାଇଦ୍ରାବାଦକୁ ଆଣିବା ପାଇଁ କରାଚିକୁ ଏକ ଅତିରିକ୍ତ ବିମାନ ପଠାଯାଉଛି ।
ଗତ ଦୁଇ ସପ୍ତାହ ମଧ୍ୟରେ ଭାରତୀୟ ଏୟାରଲାଇନ ବିମାନକୁ ଯାନ୍ତ୍ରିକ ତ୍ରୁଟି ପରେ ପାକିସ୍ତାନର କରାଚିରେ ଅବତରଣ କରିବା ନେଇ ଏହା ଦ୍ୱିତୀୟ ଥର । ଏହାପୂର୍ବରୁ ସ୍ପାଇସଜେଟର ଦିଲ୍ଲୀ-ଦୁବାଇ ବିମାନକୁ କରାଚିରେ ଅବତରଣ କରିବାକୁ ପଡିଥିଲା କାରଣ ବିମାନର ଇଣ୍ଡିକେଟ ଲାଇଟ୍ ଖରାପ ହୋଇଯାଇଥିଲା। ଏହା ପରେ କରାଚିରେ ଏକ ଅତିରିକ୍ତ ବିମାନ ପଠାଯାଇଥିଲା ଯେଉଁଥିରେ ଯାତ୍ରୀମାନଙ୍କୁ ଦୁବାଇକୁ ନିଆଯାଇଥିଲା । ସ୍ପାଇସଜେଟର ୧୩୮ ଯାତ୍ରୀ କରାଚିରେ ୧୧ ଘଣ୍ଟା ଫସି ରହିବା ପରେ ଦୁବାଇ ଅଭିମୁଖେ ଯାତ୍ରା କରିଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।