News18 Odia Digital
IndiGo: ଶୁକ୍ରବାର ରାତିରେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର 6E-2131 ବିମାନରେ ଅଗ୍ନିକାଣ୍ଡ ଘଟିଥିଲା। ଏହା ପରେ ଦିଲ୍ଲୀର ଆଇଜିଆଇ ବିମାନ ବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ବିମାନର ଡେଣା ହଠାତ୍ ଜଳି ଉଠିଥିଲା, ଯାହା ଫଳରେ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ ଘୋଷଣା କରାଯାଇଥିଲା। ଦିଲ୍ଲୀରେ ୫ରୁ ୭ ସେକେଣ୍ଡ ମଧ୍ୟରେ ଅବତରଣ କରିଥିଲା ବିମାନଟି।
IndiGo
ପକ୍ଷରୁ ବୟାନଇଣ୍ଡିଗୋ ଏକ ବିବୃତ୍ତିରେ କହିଛି ଯେ ବିମାନ ଟେକ-ଅଫ ରୋକାଯାଇଛି। ବିମାନଟି ନିରାପଦରେ ଫେରିଛି। ଯାତ୍ରୀମାନଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି। ଯାତ୍ରୀଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ ବୋଲି ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଛି।
ଇଣ୍ଡିଗୋ ଫ୍ଲାଇଟ 6E-2131ର ବିମାନଟି ବେଙ୍ଗାଲୁର ଅଭିମୁଖେ ଉଡ଼ାଣ ଭରିବା ବେଳେ ଅଗ୍ନିକାଣ୍ଡ ଘଟିଥିବା ଜଣେ ଯାତ୍ରୀ ଦେଖିଥିଲେ। ଏହାପରେ ବିମାନଟିକୁ ଜରୁରୀ ଅବତରଣ କରାଯାଇଥିଲା। ଉକ୍ତ ବିମାନରେ ୧୮୪ ଜଣ ଯାତ୍ରୀ ରହିଥିଲେ। ଏକ ବଡ଼ ଅଘଟଣ ପୂର୍ବରୁ ବର୍ତ୍ତି ଯାଇଛି ସମସ୍ତଙ୍କ ଜୀବନ। ସେପଟେ ସୋସିଆଲ ମିଡ଼ିଆରେ ଜଣେ ଯାତ୍ରୀ ବିମାନର ଭିଡିଓ ପୋଷ୍ଟ କରିଛନ୍ତି। ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି।
ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ବିମାନର ଡେଣାରେ ସ୍ପାର୍କିଂ କରୁଥିବା ଦୃଶ୍ୟମାନ ହୋଇଛି। ତେଣେ ଇଞ୍ଜିନକୁ ଏହି ନିଆଁ ବ୍ୟାପିବା ପୂର୍ବରୁ ବିମାନଟିକୁ ଅବତରଣ କରିସାରିଥିଲା। ସମଗ୍ର ବିମାନ ବନ୍ଦଦରେ ହାଇ ଆଲର୍ଟ ମଧ୍ୟ ଜାରି କରାଯାଇଥିଲା। ଦମକଳ ବାହିନୀ ନିଆଁକୁ ମଧ୍ୟ ଆୟତ କରିଥିଲେ।
ଅନ୍ୟପଟେ କାହିଁକି ଓ କେଉଁ କାରଣ ଯୋଗୁଁ ଫ୍ଲାଇଟରେ ନିଆଁ ଲାଗିଲା ତା'ର କାରଣ ଜଣା ପଡ଼ିନାହିଁ। ଏହାର କାରଣ ଯଥାଶୀଘ୍ର ଖୋଜାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ବିମାନରେ ୧୮୦ରୁ ଅଧିକ ଲୋକ ଥିଲେବର୍ତ୍ତମାନ ସବୁ ଯାତ୍ରୀ ସୁରକ୍ଷିତ ଅଛନ୍ତି। ପାଇଲଟ କହିଛନ୍ତି ଏହା ଏକ ଇଞ୍ଜିନ ସମସ୍ୟା। ଏହା ରନୱେରେ ଥିଲା, ବିମାନଟି ଆଗାମୀ କିଛି ମିନିଟରେ ଉଡ଼ିପାରେ। ସମ୍ବାଦ ଏଜେନ୍ସି କହିଛି ଯେ ଦିଲ୍ଲୀ ବିମାନବନ୍ଦରରେ ଅଗ୍ନିକାଣ୍ଡ ଘଟିଛି। ପିଟିଆଇ ରିପୋର୍ଟରେ କୁହାଯାଇଛି ଯେ ବିମାନରେ ୧୮୦ ରୁ ଅଧିକ ଯାତ୍ରୀ ଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।