ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ବିହାର ରାଜଧାନୀ ପଟନାରେ ଇଣ୍ଡିଗୋ ଏୟାରଲାଇନର ରାଜ୍ୟ ମୁଖ୍ୟଙ୍କୁ ଗୁଳି କରି ହତ୍ୟା କଲେ

ବିହାର ରାଜଧାନୀ ପଟନାରେ ଇଣ୍ଡିଗୋ ଏୟାରଲାଇନର ରାଜ୍ୟ ମୁଖ୍ୟଙ୍କୁ ଗୁଳି କରି ହତ୍ୟା କଲେ

କୁହାଯାଉଛି ଯେ ଏକ ବାଇକରେ କିଛି ଅପରାଧୀ ଆସିଥିଲେ ଓ ରୂପେଶଙ୍କୁ ଗୁଳି ମାରି ହତ୍ୟା କରିବା ପରେ ସେଠାରୁ ଖସି ପଳାଇଯାଇଥିଲେ । ରୂପେଶଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି । ପରିବାର ସହ ସେ ଗୋଆରୁ ଦୁଇ ଦିନ ପୂର୍ବରୁ ଫେରିଥିଲେ ।

ବିହାର ରାଜଧାନୀ ପଟନାରେ ଇଣ୍ଡିଗୋ ଏୟାରଲାଇନର ରାଜ୍ୟ ମୁଖ୍ୟଙ୍କୁ ଗୁଳି କରି ହତ୍ୟା କଲେ
ଇଣ୍ଡିଗୋ ଏୟାରଲାଇନର (Indigo Airline) ରାଜ୍ୟ ମୁଖ୍ୟ ରୂପେଶ
  • News18 Odia
  • Last Updated: January 12, 2021, 9:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପଟନା: ବିହାରର ରାଜଧାନୀ ପଟନାରେ ଅପରାଧୀମାନେ ଇଣ୍ଡିଗୋ ଏୟାରଲାଇନର (Indigo Airline) ରାଜ୍ୟ ମୁଖ୍ୟଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ସୂଚନା ଅନୁସାରେ ଇଣ୍ଡିଗୋର ରାଜ୍ୟ ମୁଖ୍ୟ ରୂପେଶ ମଙ୍ଗଳବାର ଦିନ ପଟନାର ଜନଗହଳିପୂର୍ଣ୍ଣ ପୁନାଇଚକ୍ ଅଞ୍ଚଳରେ ଥିବା ନିଜ କାର୍ଯ୍ୟାଳୟରୁ ଫେରୁଥିବା ସମୟରେ ଏହି ଗୁଳିକାଣ୍ଡ ହୋଇଥିଲା ଓ ସେ ପ୍ରାଣ ହରେଇଥିଲେ ।

ପୋଲିସକୁ ସ୍ଥାନୀୟ ଲୋକେ ଦେଇଥିବା ବୟାନ ଅନୁସାରେ ରୂପେଶଙ୍କୁ କିଛି ଅପରାଧୀ ଘେରିଯାଇ ଗୁଳି ମାରିଥିଲେ (Indigo Airline Bihar head Rupesh murder) । ରୂପେଶଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପଟନାର ପୋଲିସ ବିଭାଗରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କି ନିର୍ଦୟ! ବାଡ଼ି ରଡ଼ରେ ପିଟି ପିଟି ଡଲଫିନକୁ ହତ୍ୟା କଲେ; VIDEO ଭାଇରାଲ ହେଲା; ଗିରଫ

‘‘ଏହି ଦୁର୍ଦ୍ଦାନ୍ତ ହତ୍ୟାର ଘଟଣା ସ୍ଥଳରେ ତଦନ୍ତ କରାଯାଉଛି । ଏହି ଘଟଣାର କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଅପରାଧୀଙ୍କ ବିଷୟରେ ସୂଚନା ପାଇବା ପାଇଁ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଉଛି । ଖୁବ ଶୀଘ୍ର ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରାଯିବ,’’ କହିଛନ୍ତି ପଟନାର ଏସ୍‌.ଏସ୍‌.ପି. ଉପେନ୍ଦ୍ର ଶର୍ମା ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । (ଏ.ଏନ୍.ଆଇ. ଫଟୋ)


ଜନଗହଳିପୂର୍ଣ୍ଣ ପୁନାଇଚକ୍‌ ଅଞ୍ଚଳରେ ହଠାତ୍ ଗୁଳି ବିନିମୟ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଲୋକେ ନିଜ ନିଜ ଘରେ ବନ୍ଦ ହୋଇ ରହିଛନ୍ତି ଓ ଏହି ହତ୍ୟା ବାବଦରେ କହିବାକୁ କେହି ପ୍ରସ୍ତୁତ ନାହାନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବିରାଟ କୋହଲି ବାପା ହେଲେ; ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ ଶିଶୁ କନ୍ୟାକୁ ଜନ୍ମ ଦେଲେ

ଯଦିଓ ପୋଲିସ ସମଗ୍ର ଅଞ୍ଚଳକୁ ଘେରି ଅଭିଯୁକ୍ତଙ୍କ ସନ୍ଧାନ ପାଇଁ ଚେଷ୍ଟା କରୁଛି, କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ସଫଳତା ହାସଲ କରାଯାଇ ନାହିଁ । କୁହାଯାଉଛି ଯେ ଏକ ବାଇକରେ ଅପରାଧୀ ଆସି ପହଞ୍ଚିଥିଲେ ଓ ରୂପେଶଙ୍କୁ ଗୁଳି ମାରି ହତ୍ୟା କରିବା ପରେ ସେଠାରୁ ଖସି ପଳାଇଯାଇଥିଲେ ।

ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିରାଟ ଅନୁଷ୍କାଙ୍କ ଝିଅ ଭଲ ଅଛି; ତା ଜନ୍ମ ଦିନ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ଜନ୍ମ ଦିନ ସହ ମେଳ ଖାଉଛି

ସୂଚନା ଅନୁଯାୟୀ ରୁପେଶ ନିଜ ପରିବାର ସହିତ ପଟନାରେ ରହୁଥିଲେ । ତାଙ୍କ ପିତା ବର୍ତ୍ତମାନ ଗାଁରେ ଅଛନ୍ତି, କିନ୍ତୁ ତାଙ୍କ ମା’, ପତ୍ନୀ ଓ ଦୁଇ ପିଲା ତାଙ୍କ ସହ ପଟନାରେ ରହୁଥିଲେ । ରୂପେଶଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି ।



କୁହାଯାଉଛି ଯେ ଦୁଇ ଦିନ ପୂର୍ବେ ରୂପେଶ ଗୋଆରୁ ଫେରିଥିଲେ । ସେ ନିଜ ପରିବାର ସହିତ ନୂଆ ବର୍ଷର ଛୁଟି ବିତାଇବାକୁ ଗୋଆ ଯାଇଥିଲେ । ରୂପେଶଙ୍କ ମୂଳ ଘର ବିହାରର (Bihar) ଛପରା ଜିଲ୍ଲାର ଜଲାଲପୁରରେ ।
Published by: Anand Shankar Thankur Das
First published: January 12, 2021, 9:48 PM IST