ଖୁବ୍ ଶୀଘ୍ର ଉପଲବ୍ଧ ହେବ ଜରାୟୁ କର୍କଟ ଟିକା; ଡୋଜ୍‌ ପିଛା ମୂଲ୍ୟ ୨୦୦ରୁ ୪୦୦ ଟଙ୍କା

ସର୍ଭିକାଲ୍‌ କ୍ୟାନ୍‌ସର ବା ଜରାୟୁ କର୍କଟ ପାଇଁ ଦେଶରେ ପ୍ରଥମ କରି ସ୍ବଦେଶୀ ଜ୍ଞାନକୌଶଳରେ ପ୍ରତିଷେଧକ ଟିକା ପ୍ରସ୍ତୁତ ହୋଇଛି। ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି।

ଜରାୟୁ କର୍କଟ ଟିକା

ଜରାୟୁ କର୍କଟ ଟିକା

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ: ସର୍ଭିକାଲ୍‌ କ୍ୟାନ୍‌ସର ବା ଜରାୟୁ କର୍କଟ ପାଇଁ ଦେଶରେ ପ୍ରଥମ କରି ସ୍ବଦେଶୀ ଜ୍ଞାନକୌଶଳରେ ପ୍ରତିଷେଧକ ଟିକା ପ୍ରସ୍ତୁତ ହୋଇଛି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ସର୍ଭାଭାକ୍‌ ଭାକ୍ସିନ ଆଣିଥିବାବେଳେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଟିକା ବଜାରରେ ଉପଲବ୍ଧ ହେବ।

ଏହାର ମୂଲ୍ୟ ଟଙ୍କା ୨୦୦-୪୦୦ ଭିତରେ ହେବାର ସମ୍ଭାବନା ରହିଛି।କିନ୍ତୁ ଭାରତ ସରକାରଙ୍କ ସହ ଆଲୋଚନା କରିବା ପରେ ଆମେ ଏହାକୁ ଚୂଡାନ୍ତ କରିବୁ। ଆମର ଉତ୍ପାଦନ ଆରମ୍ଭ ହେବା ପରେ, ଆମେ ଏହା ବିଷୟରେ ଅଧିକ ଆଲୋଚନା କରିବାକୁ ସମର୍ଥ ହେବୁ। ଆଜି ସାରା ବିଶ୍ୱରେ ଉତ୍ପାଦନକାରୀଙ୍କଠାରୁ ଯାହା ଉପଲବ୍ଧ ତାହାଠାରୁ ଏହା ଯଥେଷ୍ଟ କମ୍ ହେବ ବୋଲି ଟିକା ବିକାଶର ଘୋଷଣା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁନାୱାଲା କହିଛନ୍ତି।

ପ୍ରଥମେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଟିକା ଲୋକଙ୍କୁ ଦିଆଯିବ। ପରେ ଏହାକୁ ବିଦେଶ ପଠାଇବାକୁ ଯୋଜନା ରହିଛି। ଆଗାମୀ ୨ ବର୍ଷରେ ୨୦ କୋଟି ଡୋଜ୍‌ ପ୍ରଦାନ କରାଯିବ। ପ୍ରଥମେ ୧୦ରୁ ୧୪ ବର୍ଷର କିଶୋରୀଙ୍କୁ ଏହି ଟିକା ଦିଆଯିବାକୁ ଲକ୍ଷ୍ୟ ରହିଛି। ଗତ ଜୁଲାଇରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) କ୍ୟୁଏଚ୍‌ପିଭି ଟିକା ସର୍ଭାଭାକ୍‌ ପ୍ରସ୍ତୁତ ନିମନ୍ତେ ଏସ୍‌ଆଇଆଇକୁ ବଜାର ସ୍ବୀକୃତି ଦେଇଥିଲା। ୨ ହଜାରରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀଙ୍କଠାରେ ଭାକ୍ସିନ୍‌ର ପରୀକ୍ଷଣ କରାଯାଇଥିବା ବାୟୋଟେକ୍ନୋଲୋଜି ବିଭାଗ ସଚିବ ରାଜେଶ ଗୋଖଲେ କହିଛନ୍ତି।

ମୋଟ କ୍ୟାନ୍‌ସର ପୀଡ଼ିତାଙ୍କ ମଧ୍ୟରେ ଜରାୟୁ କର୍କଟରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦ୍ୱିତୀୟ ସର୍ବାଧିକ। ସଚେତତନା ଅଭାବରୁ ମହିଳାମାନେ ଏହି ରୋଗକୁ ପ୍ରଥମ ପର୍ଯ୍ୟାୟରେ ଜାଣିପାରି ନ ଥାନ୍ତି। ଫଳରେ ପ୍ରାୟ ୯୮% ମହିଳା ଶେଷ ଷ୍ଟେଜ୍‌ରେ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥାନ୍ତି। ହେଲେ ବିଳମ୍ବ ଯୋଗୁ ସେମାନେ ଆରୋଗ୍ୟ ଲାଭ କରିବା ସମ୍ଭାବନା କ୍ଷୀଣ ହୋଇଯାଏ, ଯାହା କି ମୃତ୍ୟୁର କାରଣ ହୋଇଥାଏ।
Published by:Soumyashree Mishra
First published: