Russia Ukraine war: ୟୁକ୍ରେନରେ ଥିବା ଭାରତୀୟଙ୍କୁ ଦେଶ ଛାଡ଼ିବା ଆଦେଶ ଦେଲା ଭାରତୀୟ ଦୂତାବାସ

ୟୁକ୍ରେନରେ ଭାରତୀୟ ଦୂତାବାସ ପକ୍ଷରୁ ଏକ ଆଲର୍ଟ ଜାରି କରାଯାଇଛି। ୟୁକ୍ରେନରେ ରହୁଥିବା ଭାରତୀୟମାନଙ୍କୁ ତୁରନ୍ତ ଦେଶ ଛାଡ଼ିବା ଲାଗି ଆଦେଶ ଦିଆଯାଇଛି।

ଭାରତୀୟଙ୍କୁ ଦେଶ ଛାଡ଼ିବା ଆଦେଶ ଦେଲା ଭାରତୀୟ ଦୂତାବାସ

ଭାରତୀୟଙ୍କୁ ଦେଶ ଛାଡ଼ିବା ଆଦେଶ ଦେଲା ଭାରତୀୟ ଦୂତାବାସ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ୟୁକ୍ରେନରେ ଭାରତୀୟ ଦୂତାବାସ ପକ୍ଷରୁ ଏକ ଆଲର୍ଟ ଜାରି କରାଯାଇଛି। ୟୁକ୍ରେନରେ ରହୁଥିବା ଭାରତୀୟମାନଙ୍କୁ ତୁରନ୍ତ ଦେଶ ଛାଡ଼ିବା ଲାଗି ଆଦେଶ ଦିଆଯାଇଛି। ଏହି ଯୁଦ୍ଧ ଭୟଙ୍କର ମୋଡ଼ ନେବାର ଆଶଙ୍କା ବଢ଼ିବାରେ ଲାଗିଛି ଏଭଳି ସତର୍କତା ଜାରି ମଧ୍ୟ କରାଯାଇଛି। ସେହିପରି ୟୁକ୍ରେନକୁ ବର୍ତ୍ତମାନ କୌଣସି ଭାରତୀୟ ନଯିବା ଲାଗି ମଧ୍ୟ ଆଲର୍ଟ କରାଯାଇଛି । ୟୁକ୍ରେନରେ ଏବେ ବି କିଛି ଛାତ୍ର ରହି ସେମାନଙ୍କର ପାଠପଢ଼ା ଜାରି ରଖିଛନ୍ତି ସେମାନଙ୍କୁ ଦେଶ ଛାଡ଼ିବା ଲାଗି କୁହାଯାଇଛି ।

ସୂଚନା ଅନୁଯାୟୀ, ଋଷ ୟୁକ୍ରେନ ଠାରୁ ଛଡ଼ାଇ ଆଣିଥିବା ୪ ଅଞ୍ଚଳରେ ମାର୍ଶଲ ଆଇନ ବା ସମାରିକ ଆଇନ ଲାଗୁ କରାଯାଇଛି। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଆଇନ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଋଷ କବଜାରେ ଥିବା ଡୋନେସ୍କ, ଲୁହାନସ୍କ, ଜାପୋରିଜିଆ ଓ ଖେରସନ ଅଞ୍ଚଳରେ ମାର୍ଶଲ ଆକ୍ଟ ବା ସାମରିକ ଆଇନ ଲାଗୁ କରାଯାଇଛି । ୟୁକ୍ରେନର ଏହି ୪ ଅଞ୍ଚଳରେ ଋଷ କୌଣସି ବଡ଼ଧରଣର ପଦକ୍ଷେପ ନେବାକୁ ଯାଉଥିବାରୁ ଏହି ନିୟମ ଲାଗୁ କରାଯାଇଥିବା କୁହାଯାଉଛି। ସାମରିକ ଆଇନ ଲାଗୁ କରାଯିବା ପରେ ଖେରସନରୁ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ଋଷର ଆଇନ ଅନୁଯାୟୀ, ସାମରିକ ଆଇନ ଅନ୍ୟାନ୍ୟ ପ୍ରତିବନ୍ଧକ ମଧ୍ୟରେ ସର୍ବସାଧାରଣ ସମାବେଶ ଉପରେ ପ୍ରତିବନ୍ଧକ ଲଗାଇବା, ଭ୍ରମଣ ନିଷେଧ ଏବଂ କର୍ଫ୍ୟୁ ପ୍ରବର୍ତ୍ତନ ଏବଂ ସେନ୍ସରସିପ କରିବା ଆବଶ୍ୟକ କରିପାରନ୍ତି। ଗତ ମାସରେ ପୁଟିନ ସେନା ସଂରକ୍ଷଣ କର୍ମୀଙ୍କୁ ଏକତ୍ର କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହା ପରେ ରାଜଧାନୀ କିଭ୍ ସମେତ ୟୁକ୍ରେନ ସହରଗୁଡିକରେ ନିୟମିତ ଭାବେ ବୋମା ମାଡ଼ କରଯାଇଥିଲା।
Published by:Soumyashree Mishra
First published: