ଇତିହାସ ସୃଷ୍ଟି କରିବେ ଭାରତୀୟ ମହିଳା ପାଇଲଟ୍; ବିଶ୍ୱର ଦୀର୍ଘତମ ମାର୍ଗରେ ଉଡ଼ାଇବେ ବିମାନ

ଏୟାର ଇଣ୍ଡିଆ ଦ୍ୱାରା ଜାରି ହୋଇଥିବା ଏକ ଅଧିକାରୀକ ବିବୃତ୍ତିରେ କୁହାଯାଇଛି ଯେ ପାଇଲଟ୍ କ୍ୟାପଟେନ ଜୋୟା ଓ ତାଙ୍କ ଟିମ୍କୁ ଏହି କାର୍ଯ୍ୟ ଦିଆଯାଇଛି । ଜୋୟା ହେଉଛନ୍ତି ସେହି ମହିଳା ପାଇଲଟ୍ ଯିଏ ୨୦୧୩ ରେ ବୋଇଙ୍ଗ -୭୭୭ ଉଡାଇଥିଲେ ।

ଇତିହାସ ସୃଷ୍ଟି କରିବେ ଭାରତୀୟ ମହିଳା ପାଇଲଟ୍; ବିଶ୍ୱର ଦୀର୍ଘତମ ମାର୍ଗରେ ଉଡ଼ାଇବେ ବିମାନ
ଜୋୟା ହେଉଛନ୍ତି ସେହି ମହିଳା ପାଇଲଟ୍ ଯିଏ ୨୦୧୩ ରେ ବୋଇଙ୍ଗ -୭୭୭ ଉଡାଇଥିଲେ
  • News18 Odia
  • Last Updated: January 9, 2021, 5:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଏୟାର ଇଣ୍ଡିଆର ମହିଳା ପାଇଲଟ୍ ଟିମ୍ (All-women piolet team) ପୁଣି ଥରେ ଇତିହାସ ସୃଷ୍ଟି କରିବାକୁ ଯାଉଛି । ମହିଳା ପାଇଲଟଙ୍କ ଏକ ଟିମ୍ ବିଶ୍ୱର ଦୀର୍ଘତମ ବିମାନ ମାର୍ଗରେ ଉତ୍ତର ପୋଲ (North Pole) ଉପରେ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଯାଉଛି । ଏହି ମହିଳାମାନେ ୯ ଜାନୁଆରୀରେ ଆମେରିକାର ସେନ ଫ୍ରାନ୍ସିସ୍କୋ ଠାରୁ ୧୬,୦୦୦ କିଲୋମିଟର ଦୂରତା ଅବଲମ୍ବନ କରି ବାଙ୍ଗାଲୋରରେ ପହଞ୍ଚିବେ । ପାଇଲଟ କ୍ୟାପଟେନ ଜୋୟା ଅଗ୍ରୱାଲ ୧୬ ହଜାର କିଲୋମିଟର ଏହି ଯାତ୍ରାରେ କରଭ ଟିମ୍କୁ ଆଗେଇ ନେବେ ।

ଏୟାର ଇଣ୍ଡିଆ ଦ୍ୱାରା ଜାରି ହୋଇଥିବା ଏକ ଅଧିକାରୀକ ବିବୃତ୍ତିରେ କୁହାଯାଇଛି ଯେ ପାଇଲଟ୍ କ୍ୟାପଟେନ ଜୋୟା ଓ ତାଙ୍କ ଟିମ୍କୁ ଏହି କାର୍ଯ୍ୟ ଦିଆଯାଇଛି । ଜୋୟା ହେଉଛନ୍ତି ସେହି ମହିଳା ପାଇଲଟ୍ ଯିଏ ୨୦୧୩ ରେ ବୋଇଙ୍ଗ -୭୭୭ ଉଡାଇଥିଲେ । ଯେତେବେଳେ ସେ ବିମାନ ଉଡ଼ାଇବାରେ ସର୍ବକନିଷ୍ଠ ମହିଳା ପାଇଲଟ୍ ଥିଲେ । ଏହି କାରଣରୁ ତାଙ୍କୁ ଏଥର ଏହି ବଡ ଦାୟିତ୍ୱ ଦିଆଯାଇଛି ।

ମୋ ପାଇଁ ଏକ ସୁବର୍ଣ୍ଣ ସୁଯୋଗ
କ୍ୟାପଟେନ ଜୋୟା କହିଛନ୍ତି ଯେ ବିଶ୍ୱର ଅଧିକାଂଶ ଲୋକ ସେମାନଙ୍କ ଜୀବନରେ ଉତ୍ତର ପୋଲ କିମ୍ବା ଏହାର ମାନଚିତ୍ର ଦେଖି ପାରିବେ ନାହିଁ । ମୁଁ ପ୍ରକୃତରେ ନିଜକୁ ବହୁତ ଭାଗ୍ୟବାନ ମନେ କରେ ଯେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଆମର ପତାକା ପରିବହନକାରୀ ମୋ ଉପରେ ବିଶ୍ୱାସ ଜତାଇଛନ୍ତି । ବୋଇଙ୍ଗ-୭୭୭ ରୁ ସାନ ଫ୍ରାନ୍ସିସ୍କୋରୁ ବାଙ୍ଗାଲୋର ପର୍ଯ୍ୟନ୍ତ ଉତ୍ତର ପୋଲ ଉପରେ ବିଶ୍ୱର ଦୀର୍ଘତମ ଓ ପ୍ରଥମ ବିମାନକୁ ନିର୍ଦ୍ଦେଶ ଦେବା ପ୍ରକୃତରେ ଏହା ଏକ ସୁବର୍ଣ୍ଣ ସୁଯୋଗ ।

ଏହି ମାର୍ଗ ହେଉଛି ସମସ୍ତ ପାଇଲଟଙ୍କ ସ୍ୱପ୍ନ

ଏହା ପ୍ରଥମ ଥର ପାଇଁ ଏକ ମହିଳା ପାଇଲଟ୍ ଟିମ୍ ଏଭଳି ଯାତ୍ରା କରିବାକୁ ଯାଉଛନ୍ତି । ଏହି ଯାତ୍ରାରେ ଉତ୍ତର ପୋଲ ଦେଇ ଯିବାର ରୋମାଞ୍ଚ ହେଉଛି ଯାତ୍ରାର ଗୁରୁତ୍ୱପୂର୍ଣ୍ଣ ଅଂଶ । କାରଣ ଉତ୍ତର ପୋଲକୁ ଦେଖିବା ଓ ଅତିକ୍ରମ କରିବା ହେଉଛି ଅନେକ ବୃତ୍ତିଗତ ପାଇଲଟଙ୍କ ସ୍ୱପ୍ନ । ଯେକୌଣସି ଏୟାରଲାଇନ୍ସ କମ୍ପାନୀ ଏହାର ସବୁଠାରୁ ଅଭିଜ୍ଞ ପାଇଲଟ୍ମାନଙ୍କୁ ଏହି ମାର୍ଗରେ ପଠାନ୍ତି । ଏହି ସ୍ୱପ୍ନକୁ ଏବେ ଏହି ୧୯ ମହିଳା ପାଇଲଟ୍ ପୂରଣ କରିବାକୁ ଯାଉଛନ୍ତି ।
Published by: Jagdish Barik
First published: January 9, 2021, 5:59 PM IST
corona virus btn
corona virus btn
Loading