Video: ନ୍ୟୁ ୟର୍କରେ ପୋଲିସ ଅଫିସରଙ୍କ ମୁହଁକୁ ଛେପ ପକାଇ ଗିରଫ ହେଲେ ଭାରତୀୟ ଯୁବତୀ

ଦେବିନା ସିଂ ନାମକ ଏହି ୨୪ ବର୍ଷୀୟା ଯୁବତୀ ଏକ ବିରୋଧ ପ୍ରଦର୍ଶନ ବେଳେ ଜଣେ ପୁରୁଷ ପୋଲିସ ଅଫିସରଙ୍କୁ ଗାଳି ଦେବା ପରେ ତାଙ୍କ ମୁହଁକୁ ଛେପ ପକାଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ଅଫିସର ଜଣକ ତାଙ୍କୁ ଗିରଫ କରିଥିଲେ ।

ଦେବିନା ସିଂଙ୍କ ଅଶାଳୀନ ଆଚରଣ

ଦେବିନା ସିଂଙ୍କ ଅଶାଳୀନ ଆଚରଣ

  • Share this:
News18 Odia Digital

ନୂଆ ଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ (US Presidential Election) ପୂର୍ବରୁ ଓ ପରେ ହୋଇଆସୁଥିବା ବର୍ଣ୍ଣ ଓ ଜାତିଭେଦ ବିରୋଧୀ ଆନ୍ଦୋଳନ (anti-racist protest) ସମୟରେ ଜଣେ ଭାରତୀୟ ବଂଶୋଦ୍ଭବ ଯୁବତୀଙ୍କ ନାମ ଚର୍ଚ୍ଚାରେ ଅଛି । ସେହି ଯୁବତୀ ଜଣକ ନ୍ୟୁୟର୍କ ସହରରେ (New York City) ଏକ ବିରୋଧ ପ୍ରଦର୍ଶନ ସମୟରେ ଜଣେ ପୋଲିସ ଅଫିସରଙ୍କ ମୁହଁକୁ ଛେପ ପକାଇଥିଲେ ଓ ସେଇଥି ପାଇଁ ତାଙ୍କୁ ଗିରଫ କରାଯାଇଥିଲା ।

ଦେବିନା ସିଂ (Devina Singh) ନାମକ ଏହି ୨୪ ବର୍ଷୀୟା ଯୁବତୀ ଏକ ବିରୋଧ ପ୍ରଦର୍ଶନ ବେଳେ ଜଣେ ପୁରୁଷ ପୋଲିସ ଅଫିସରଙ୍କ ସହ ଭୀଷଣ ଯୁକ୍ତିତର୍କ କରୁଥିବା ଓ ତାଙ୍କୁ ‘‘ଫ* ୟୁ, ଫାସିଷ୍ଟ’’ (Fascist) ବୋଲି କହି ଗାଳିଦେଉଥିବା ଏକ ଭିଡିଓରେ ଦେଖାଯାଇଛି । ଅଫିସରଙ୍କୁ ଗାଳିଗୁଲଜ କରିବା ପରେ ଦେବିନା ସିଂ ତାଙ୍କ ମୁହଁକୁ ଛେପ ପକାଇଥିଲେ । ତା’ ପରେ ଉତ୍ୟକ୍ତ ଅଫିସର ଜଣକ ଦେବିନାଙ୍କୁ ଗିରଫ କରିଥିଲେ । ଏହି ସମଗ୍ର ଘଟଣା ଏକ ଭିଡିଓରେ ଦେଖିବାକୁ ମିଳୁଛି ।

ଦେଖନ୍ତୁ ସେହି ଘଟଣାର ଭିଡିଓ:



ଏହା ବି ପଢ଼ନ୍ତୁ | ବାଲେଶ୍ୱରରେ ମମତା କୁଣ୍ଡୁଙ୍କ ପରାଜୟର କାରଣ? ‘‘BJD BJP ଟଙ୍କା ବଣ୍ଟା Congress ଦୁର୍ବଳ ସଙ୍ଗଠନ’’

କରୋନା ମହାମାରୀରେ ଆମେରିକା ସମେତ ସାରା ବିଶ୍ୱ ପୀଡ଼ିତ ହୋଇ ଚିନ୍ତିତ ଥିବା ବେଳେ ଦେବିନା ସିଂଙ୍କ ଏମିତି ଆଚରଣର ଘୋର ନିନ୍ଦା କରାଯାଉଛି । ନ୍ୟୁୟର୍କର ମ୍ୟାନହଟନରେ ନଭେମ୍ବର ୪ ତାରିଖର ସେହି ବିରୋଧ ପ୍ରଦର୍ଶନ ସମୟରେ ଦେବିନା ମାସ୍କ ବି ପିନ୍ଧି ନ ଥିଲେ । ସେହି ସ୍ଥାନରେ ଥିବା ସବୁ ପୋଲିସ ଅଫିସର ମାସ୍କ ପିନ୍ଧିଥିଲେ ।

ଦେବିନା ସିଂ


ସେହି ଅଶାଳୀନ ଓ ବିପଜ୍ଜନକ ବିରୋଧ ପ୍ରଦର୍ଶନ ଯୋଗୁଁ ଗିରଫ ହେବା ପରେ ଦେବିନା ଗଣମାଧ୍ୟମକୁ କହିଥିଲେ ଯେ ପୋଲିସ କର୍ମୀମାନେ ବିରୋଧକାରୀମାନଙ୍କୁ ଆକ୍ରମଣ କରିବା ପରେ ସେ ଉଗ୍ର ହୋଇଉଠିଥିଲେ । ହେଲେ ସେହି ଘଟଣାର ଅନେକ ଭିଡିଓ କ୍ଲିପ୍‌ ମଧ୍ୟରୁ କେଉଁଥିରେ ବି ପୋଲିସ କର୍ମୀମାନେ ଅଣାୟତ୍ତ ହୋଇଥିବା ବା କାହାକୁ ଆକ୍ରମଣ କରୁଥିବା ଦେଖାଯାଇ ନ ଥିଲା ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ଗିରଫ ହେଲେ ଜଣ ମିଛ ସାମ୍ବାଦିକ

ସେହି ଘଟଣା ପରେ ଦେବିନା ସିଂ ନିଜ ସୋସିଆଲ ମିଡ଼ିଆ ପୋଷ୍ଟଗୁଡ଼ିକୁ ଡିଲିଟ୍‌ କରିଦେଇଛନ୍ତି । ପେନସିଲଭାନିଆର ସ୍ୱେଙ୍କଭିଲର ବାସିନ୍ଦା ଦେବିନା ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ା ସାରିବା ପରେ ପୂର୍ବ କଂଗ୍ରେସ୍‌ ପ୍ରତିନିଧି ଜେରୀ ନାଡଲରଙ୍କ ଟିମରେ ଜଣେ ଇଣ୍ଟର୍ଣ୍ଣ ଭାବେ କାର୍ଯ୍ୟ କରିଥିଲେ ।



ପୂର୍ବରୁ ମଧ୍ୟ ବିରୋଧ ପ୍ରଦର୍ଶନ ସମୟରେ ଅଶାଳୀନ ଆଚରଣ ପାଇଁ ଦେବିନା ସିଂଙ୍କୁ ସେପଟେମ୍ବର ମାସ ଗିରଫ କରାଯାଇଥିଲା । (ସୌଜନ୍ୟ: ଦି ନ୍ୟୁ ୟର୍କ ପୋଷ୍ଟ)
Published by:Anand ST Das
First published: