News 18 Odia Digital
ନୂଆଦିଲ୍ଲୀ; ଛତିଶଗଡର ବାସିନ୍ଦା ଲୋକେଶ କହିଛନ୍ତି, ଥରେ ତାଙ୍କର ଚାଇନାର ହାଉ ଜୋଙ୍ଗଙ୍କ ସହ ବ୍ରେକଅପ୍ ହୋଇଥିଲା । କାରଣ ହାଉ ଅତ୍ୟନ୍ତ ଝଗଡ଼ା ସ୍ଵଭାବର ଥିଲେ । କିନ୍ତୁ ଯେତେବେଳେ ସେ ଭାରତକୁ ଫେରିଲେ ହାଉ ତାଙ୍କୁ ବହୁତ ମନେ ପକାଇଲେ । ହ୍ୱାଟସଆପ୍ ଓ ଫେସବୁକରେ ମେସେଜ୍ କଲେ, ଯାହା ପରେ କଥା ପୁଣି ଥରେ ଆଗକୁ ବଢ଼ିଲେ ।
ଚିନର ଜଣେ ଝିଅ ଛତିଶଗଡର ଲୋକେଶ କୁମାରଙ୍କୁ ହୃଦୟ ଦେଇ ବସିଥିଲେ । ସେ ନିଜେ ତାଙ୍କ ଆଡୁ ଲୋକେଶଙ୍କୁ ପ୍ରସ୍ତାବ ଦେଇଥିଲେ । ସେହି ଝିଅଟି ଲୋକେଶର ଛାତ୍ରୀ ଥିଲା । ଲୋକେଶ ତାଙ୍କୁ ଯୋଗ ଶିଖାଉଥିଲେ । ଲୋକେଶ ତାଙ୍କ ପ୍ରେମ କାହାଣୀର ଏକ ଭିଡିଓରେ ୟୁଟ୍ୟୁବରେ ସେୟାର କରିଛନ୍ତି ।
ଏହି ଭିଡିଓରେ ଲୋକେଶ କହିଛନ୍ତି, ସେ ଛତିଶଗଡର ଧାମଟାରୀ ଜିଲ୍ଲାର ବାସିନ୍ଦା । ତାଙ୍କ ପିତା ବୃତ୍ତିରେ ଜଣେ କୃଷକ । ଲୋକେଶଙ୍କର ଚାରି ଭାଇ ଭଉଣୀ ଅଛନ୍ତି । ସେ ପିଲାଦିନରୁ ଯୋଗ ପ୍ରତି ଆଗ୍ରହୀ ଥିଲେ । ସେଥିପାଇଁ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ ପରେ ସେ ଯୋଗ ଅଧ୍ୟୟନ ପାଇଁ ହରିଦ୍ୱାରକୁ ଯାଇଥିଲେ । କିନ୍ତୁ ଆର୍ଥିକ ସମସ୍ୟା ହେତୁ ସେ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେଇପାରିନଥିଲେ ।
ତେବେ, ପରେ ସାଙ୍ଗମାନଙ୍କ ସାହାଯ୍ୟରେ ଆଡମିଶନ କରିଥିଲେ । ତା’ପରେ ସେ ଯୋଗରେ ସ୍ନାତକୋତ୍ତର କରିଥିଲେ ଏବଂ ଚାକିରି ପାଇଁ ଦିଲ୍ଲୀ ଯାଇଥିଲେ । କିଛି ବର୍ଷ ଦିଲ୍ଲୀରେ ରହିବା ପରେ ସେ ଜାଣିବାକୁ ପାଇଲେ ଯେ ଚୀନ୍ର ଏକ ଭାରତୀୟ ପ୍ରତିଷ୍ଠାନରେ ଯୋଗ ଶିକ୍ଷକଙ୍କ ପାଇଁ ଖାଲି ପଦବୀ ଅଛି। ସେ ଆବେଦନ କଲେ ଏବଂ ମନୋନୀତ ହେଲେ ।
ଚୀନ୍ର ବେଜିଂରେ ଅବସ୍ଥିତ ଏହି ଭାରତୀୟ ପ୍ରତିଷ୍ଠାନରେ ସେ ହାଉ ଜୋଙ୍ଗ ନାମକ ଜଣେ ଝିଅକୁ ଭେଟିଥିଲେ । ଯୋଗ ଶିଖିବା ପାଇଁ ସେଠାକୁ ଆସୁଥିଲେ । କିଛି ଦିନ ମଧ୍ୟରେ ସେ ଲୋକେଶଙ୍କ ପ୍ରେମରେ ପଡିଗଲେ ଏବଂ ପରେ ସେ ନିଜେ ଲୋକେଶଙ୍କୁ ପ୍ରସ୍ତାବ ଦେଇଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।