ବାରାକ ଓବାମାଙ୍କ ପସନ୍ଦର ଗୀତ ଲିଷ୍ଟରେ ଜଣେ ଭାରତୀୟ ଗାୟକ ସାମିଲ । କିଏ ସେ?

ବାରାକ ଓବାମା ତାଙ୍କର ୨୦୧୯ ର ପସନ୍ଦର ଗୀତ ଲିଷ୍ଟ ତିଆରି କରିଥିବାବେଳେ ଏଥିରେ ବେୟନ୍ସ, ଲିଜ୍ଜୋ, ନିଲ ନସ ଏକ୍ସ, ବ୍ରୁସ ସ୍ପ୍ରିଙ୍ଗସଟିନଙ୍କ ଭଳି ପ୍ରଖ୍ୟାତ ଗାୟକ ମାନଙ୍କ ଗୀତ ସହିତ ଜଣେ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ ସାମିଲ ଅଛନ୍ତି ।

ବାରାକ ଓବାମାଙ୍କ ପସନ୍ଦର ଗୀତ ଲିଷ୍ଟରେ ଜଣେ ଭାରତୀୟ ଗାୟକ ସାମିଲ । କିଏ ସେ?
ବାରାକ ଓବାମା
  • News18 Odia
  • Last Updated: January 1, 2020, 3:23 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ୨୦୧୯ରେ ନିଜର ପସନ୍ଦର ଗୀତର ଲିଷ୍ଟ ଟୁଇଟରରେ ପୋଷ୍ଟ କରିଛନ୍ତି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏହି ଲିଷ୍ଟରେ ଜଣେ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରତୀକ କୁହାଡ଼ଙ୍କର ଗୀତ ମଧ୍ୟ ଅଛି ।

ପ୍ରତୀକ ଯେତେବେଳେ ଓବାମାଙ୍କର ଏହି ଟୁଇଟ ସମ୍ପର୍କରେ ଜାଣିବାକୁ ପାଇଲେ ତୁରନ୍ତ ଏହାକୁ ରିଟୁଇଟ କରି ନିଜର ପ୍ରସଂଶକଙ୍କୁ ଏହି ଖୁସି ଖବର ଜଣାଇଥିଲେ ।

ବାରାକ ଓବାମା ୨୦୧୯ରେ ତାଙ୍କର ପସନ୍ଦର ଗୀତ ଲିଷ୍ଟ ତିଆରି କରିଥିବାବେଳେ ଏଥିରେ ବେୟନ୍ସ, ଲିଜ୍ଜୋ, ନିଲ ନସ ଏକ୍ସ, ବ୍ରୁସ ସ୍ପ୍ରିଙ୍ଗସଟିନଙ୍କ ଭଳି ପ୍ରଖ୍ୟାତ ଗାୟକ ମାନଙ୍କ ଗୀତ ସାମିଲ ଅଛି । ଓବାମା ନିଜ ଟୁଇଟରରେ ଲେଖିଛନ୍ତି ‘‘ହିପ ହୋ, କଣ୍ଟ୍ରି ଏବଂ ଦି ବସ୍ ପର୍ଯ୍ୟନ୍ତ ଏ ହେଉଛି ଏହି ବର୍ଷର ମୋର ପସନ୍ଦର ସଙ୍ଗୀତ’’ ।

Published by: Anand Shankar Thankur Das
First published: January 1, 2020, 3:23 AM IST
corona virus btn
corona virus btn
Loading