News 18 Odia Digital
ତୁର୍କୀ : ଧ୍ବଂସସ୍ତୂପ ତଳେ ଜୀବନର ସଂକେତ ଦେଉଛନ୍ତି ଭାରତୀୟ ସନ୍ଧାନୀ କୁକୁର । ଚର୍ଚ୍ଚାରେ ଜୁଲି, ରୋମିଓ, ହନୀ ଓ ରାମ୍ବୋ । ମାଟି ତଳୁ ଶୁଙ୍ଘି ଶୁଙ୍ଘି ଖୋଜୁଛନ୍ତି ମଣିଷ । ୪ ବିସ୍ବସ୍ତଙ୍କୁ ମିଳୁଛି ସାବାସି । ଯେତେବେଳେ ଭାରତୀୟ ଉଦ୍ଧାରକାରୀ ଦଳ ତୁର୍କୀ ଯାଇଥିଲେ, ସେତେବେଳେ ଡଗ୍ ସ୍କ୍ବାର୍ଡରେ ସାମିଲ୍ ହୋଇଥିଲେ ଜୁଲି, ରୋମିଓ, ହନୀ ଓ ରାମ୍ବୋ ।
ଏମାନେ ଏବେ ଦୁଇଟି ଲେଖାଏଁ ଟିମରେ ସାମିଲ୍ ହୋଇ ମଣିଷ ଖୋଜା ଅଭିଯାନରେ ସାମିଲ୍ ହୋଇଛନ୍ତି । କଣ୍ଟିଜେଣ୍ଟ କମାଣ୍ଡର ଗୁରମିନ୍ଦର ସିଂହ କହିଛନ୍ତି, NDRF ସହ ସାମିଲ୍ ହୋଇଛନ୍ତି ଏହି ଡଗ୍ ସ୍କ୍ବାର୍ଡ ଟିମ୍ । କେଉଁଠି ମଣିଷ ଫସି ରହିଛନ୍ତି ପ୍ରଥମେ ଏମାନେ ସୂଚନା ଦେଉଛନ୍ତି । ଆଉ ଏହା ପରେ ଆରମ୍ଭ ହେଉଛି ରେସକ୍ୟୁ ଅପରେସନ୍ । ହନୀର ବୟସ ୭ ବର୍ଷ ହୋଇଥିବାବେଳେ ରୋମିଓ ଓ ଜୁଲିର ବୟସ ୬ ବର୍ଷ । ସେହିଭଳି ରାମ୍ବୋର ବୟସ ମାତ୍ର ୪ ବର୍ଷ । ମାଟି ତଳୁ ମଣିଷ ଖୋଜିବା ପାଇଁ ଏମାନେ ଫିଟ୍ ହୋଇଥିବାରୁ ଏମାନଙ୍କୁ ବିଦେଶ ପଠାଯାଇଛି । ପୂର୍ବରୁ ମଧ୍ୟ ଅନେକ ରେସକ୍ୟୁ ଅପରସନ୍ରେ ସାମିଲ୍ ହୋଇ ସାରିଛନ୍ତି ଜୁଲି, ରୋମିଓ, ହନୀ ଓ ରାମ୍ବୋ । ଜୁଲି ଓ ରାମ୍ବୋ ୨୦୧୮ରେ କୋଲକାତା ଫ୍ଲାଏ ଓଭର ଟ୍ରାଜେଡିରେ ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଥିଲେ । ଏହି ସମୟରେ ସେମାନଙ୍କର କାର୍ଯ୍ୟ ଦକ୍ଷତା ସାମ୍ନାକୁ ଆସିଥିଲା । ସେହିଭଳି ୨୦୨୧ରେ ଏକ ଉତ୍ତର ପ୍ରଦେଶରେ ଏକ ଶବ ଗୃହ ଭୁଶୁଡ଼ି ପଡ଼ିଥିଲା । ଏହି ଘଟଣାରେ ରେସକ୍ୟୁ ଅପରେସନରେ ସାମିଲ୍ ହୋଇଥିଲା ରାମ୍ବୋ । ୭ ବର୍ଷୀୟ ହନୀ ଉତ୍ତର ପ୍ରଦେଶରେ ଅନେକ ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇ ସାରିଛି । ଡଗ୍ ସ୍କ୍ବାର୍ଡରେ ସାମିଲ୍ ହୋଇଥିବା ଜୁଲି, ରୋମିଓ, ହନୀ ଓ ରାମ୍ବୋଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ସହ ସମସ୍ତ ତାଲିମ ଦିଆଯାଇଛି ।
ପଢନ୍ତୁ ପୂରା ଖବର :
http://ଶିକ୍ଷକତା ଆଗରେ ହାର ମାନିଛି ବୟସ ; ୮୫ ବୟସରେ କରୁଛନ୍ତି ଶିକ୍ଷାଦାନବଦଳି ଯିବ ତୁର୍କୀର ଭୂଗୋଳ । ଦୁଇ ଭାଗ ହୋଇଯିବ କି ତୁର୍କୀ ? ଭୟଙ୍କର ଭୂମିକମ୍ପ ବଦଳାଇ ଦେଇଛି ତୁର୍କୀର ଭୌଗଳିକ ସ୍ଥିତି । ପ୍ରାୟ ୩୦୦ କିଲୋମିଟର ଲମ୍ବର ଏକ ବିରାଟ ଫାଟ ସୃଷ୍ଟି ହୋଇଛି । ଭୂମିକମ୍ପ ଓ ଆଗ୍ନେୟଗିରି ଉପରେ ଗବେଷଣା କରୁଥିବା ବ୍ରିଟେନର ଏକ ସଂସ୍ଥା କୋମେଟ ଏନେଇ ଏକ ସାଟେଲାଇଟ ଇମେଜ ଓ ଭିଡିଓ ଜାରି କରିଛି । ଯେଉଁଥିରେ ୩୦୦ କିଲୋମିଟର ଲମ୍ବର ଏକ ଫାଟ ଦେଖିବାକୁ ମିଳିଛି । ଭୂମଧ୍ୟ ସାଗରଠାରୁ ଉତ୍ତର-ପୂର୍ବ ଦିଗରେ ଏହି ଫାଟ ଲମ୍ବିଛି ।
ବିଶେଷଜ୍ଞ ମାନେ ଆଶଙ୍କା କରୁଛନ୍ତି ଭୂମିକମ୍ପ ପରେ ତୁର୍କୀରେ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି । ନଦୀ ଗୁଡ଼ିକ ସେମାନଙ୍କର ଗତିପଥ ବଦଳାଇବାର ଆଶଙ୍କା ରିହିଛି । ଏପରି ହେଲେ ଆହୁରି ପ୍ରଳୟ ଆସିବ । କୋମେଟ ପକ୍ଷରୁ ଦୁଇଟି ଫଟୋ ଜାରି କରାଯାଇଛି । ଗୋଟିଏ ଭୂମିକମ୍ପ ପୂର୍ବର ଅନ୍ୟଟି ଭୂମିକମ୍ପ ପରେ । ଗତ ସୋମବାର ଦିନ ତୁର୍କୀ ଓ ସିରିୟାରେ ୭.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଆସିଥିଲା । ଏହା ପଛକୁ ପଛ ୧୦୦ରୁ ଅଧିକ ଝଟକା ଦୋହଲାଇ ଦେଇଛି ସମଗ୍ର ତୁର୍କୀ ଓ ସିରିୟାକୁ । ସଂପୂର୍ଣ୍ଣ ଧ୍ବଂସସ୍ତୂପରେ ପରିଣତ ହୋଇଛି ଏହି ଦୁଇଟି ଦେଶ । ବର୍ତ୍ତମାନ ସୁଦ୍ଧା ୩୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।