ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ରେଳ ଷ୍ଟେସନ ଓ ଟ୍ରେନ୍ ଭିତରେ ମାସ୍କ ନ ପିନ୍ଧିବା ପଡିପାରେ ଭାରୀ; ବର୍ତ୍ତମାନଠାରୁ ଲାଗିବ ୫୦୦ ଟଙ୍କା ଜରିମାନା

ରେଳ ଷ୍ଟେସନ ଓ ଟ୍ରେନ୍ ଭିତରେ ମାସ୍କ ନ ପିନ୍ଧିବା ପଡିପାରେ ଭାରୀ; ବର୍ତ୍ତମାନଠାରୁ ଲାଗିବ ୫୦୦ ଟଙ୍କା ଜରିମାନା

ଦେଶରେ କରୋନା (Corona) ସଂକ୍ରମଣର ଅବସ୍ଥା ପୂର୍ବ ଅପେକ୍ଷା ଆହୁରି ଖରାପ ହୋଇଯାଇଛି । କରୋନାର ନୂତନ ମାମଲା ଆସିବା ପରେ ଦେଶରେ ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଏକ କୋଟି ୪୫ ଲକ୍ଷ ୨୬ ହଜାର ୬୦୯ ରେ ପହଞ୍ଚିଛି ।

ରେଳ ଷ୍ଟେସନ ଓ ଟ୍ରେନ୍ ଭିତରେ ମାସ୍କ ନ ପିନ୍ଧିବା ପଡିପାରେ ଭାରୀ; ବର୍ତ୍ତମାନଠାରୁ ଲାଗିବ ୫୦୦ ଟଙ୍କା ଜରିମାନା
ରେଳ ଷ୍ଟେସନ ଓ ଟ୍ରେନ୍ ଭିତରେ ମାସ୍କ ନ ପିନ୍ଧିବା ପଡିପାରେ ଭାରୀ
  • News18 Odia
  • Last Updated: April 17, 2021, 3:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ସଂକ୍ରମଣ (COVID-19 2nd Wave) ମାମଲାକୁ ଦୃଷ୍ଟିରେ ରଖି ରେଳବାଇ ଆଉ କୌଣସି ପ୍ରକାର ଅବହେଳା କରିବାର ମନୋଭାବରେ ନାହିଁ । ଦେଶରେ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଲୋକଙ୍କୁ କ୍ରମାଗତ ଭାବରେ କରୋନା ଗାଇଡଲାଇନ ଅନୁସରଣ କରିବାକୁ ପରାମର୍ଶ ଦିଆଯାଉଛି । କରୋନା ବୃଦ୍ଧି ପାଉଥିବା ଆକଳନକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ବର୍ତ୍ତମାନ ରେଳ ଷ୍ଟେସନ ଓ ଟ୍ରେନ ଭିତରେ ମାସ୍କ ଲଗାଇ ନ ଥିବା ଲୋକଙ୍କୁ ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି ନେଇଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହା ସ୍ପଷ୍ଟ ହୋଇଛି ଯେ ଯଦି କୌଣସି ଯାତ୍ରୀ ରେଳ ଷ୍ଟେସନ ପରିସରରେ କିମ୍ବା ରେଳ ଯାତ୍ରା କରୁଥିବା ସମୟରେ ବିନା ମାସ୍କରେ ନଜର ଆସନ୍ତି ତେବେ ତାଙ୍କ ଉପରେ 500 ଟଙ୍କା ଜରିମାନା ଲାଗୁ କରାଯିବ ।

ରେଳ ମନ୍ତ୍ରଣାଳୟ ସମସ୍ତ ଜୋନର ସାଧାରଣ ପରିଚାଳକମାନଙ୍କୁ ଦିଆଯାଇଥିବା ଆଦେଶରେ କହିଛି ଯେ ସମସ୍ତ ଯାତ୍ରୀଙ୍କୁ ରେଳ ଷ୍ଟେସନରେ ଏଣ୍ଟ୍ରି ସମୟରେ ଓ ଟ୍ରେନରେ ଯାତ୍ରା କରିବା ସମୟରେ ଫେସ୍ ମାସ୍କ ଲଗାଇବାକୁ ପରାମର୍ଶ ଦିଆଯାଇଛି । କେବଳ ଏତିକି ନୁହେଁ, ରେଳବାଇ ମଧ୍ୟ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଯାତ୍ରୀ କିମ୍ବା ଅନ୍ୟ କର୍ମଚାରୀଙ୍କ ଦ୍ୱାରା ଛେପ ପକାଇବାକୁ ବାରଣ କରିଛି । ରେଳବାଇରେ ଏହି ନିଷ୍ପତ୍ତି ଅନୁଯାୟୀ, ଯେଉଁମାନେ ଛେପ ପକାଇବା ଓ ମାସ୍କ ନ ଲଗାଇବା ଭଳି ପ୍ରତିବନ୍ଧକକୁ ଅନୁସରଣ କରନ୍ତି ସେମାନଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲାଗୁ କରାଯିବ । ଆସନ୍ତା ଛଅ ମାସ ପାଇଁ ରେଳବାଇ ଏହି ନିର୍ଦ୍ଦେଶ ଜାରି କରିଛି ।

ଦେଶରେ କରୋନା ସଂକ୍ରମଣର ଅବସ୍ଥା ପୂର୍ବ ଅପେକ୍ଷା ଆହୁରି ଖରାପ ହୋଇଯାଇଛି । କରୋନାର ନୂତନ ମାମଲା ଆସିବା ପରେ ଦେଶରେ ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଏକ କୋଟି ୪୫ ଲକ୍ଷ ୨୬ ହଜାର ୬୦୯ ରେ ପହଁଚିଛି । ଗତ ୨୪ ଘଣ୍ଟା ମଧ୍ୟରେ କାରୋନା ଭୂତାଣୁ ସଂକ୍ରମଣର ୨,୩୪,୬୯୨ ନୂତନ ମାମଲା ଆସିଥିବା ବେଳେ ୧୩୪୧ ଜଣଙ୍କର ମୃତ୍ୟୁ ଘଟିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ୧ କୋଟି ୨୬ ଲକ୍ଷ ୭୧ ହଜାର ୨୨୦ ଲୋକ ଭଲ ହୋଇ ସାରିଥିବାବେଳେ ଏହି ସମୟରେ ୧୬ ଲକ୍ଷ ୭୯ ହଜାର ୭୪୦ ସକ୍ରିୟ ମାମଲା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୪୧ ମୃତ୍ୟୁ ପରେ ଦେଶରେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୬୪୯ କୁ ବୃଦ୍ଧି ପାଇଛି ।
Published by: Jagdish Barik
First published: April 17, 2021, 3:44 PM IST