Indian Railways: ଆଜିଠାରୁ ବଦଳିଗଲା ଏହି ସବୁ ଟ୍ରେନର ଟାଇମ ଟେବୁଲ; ଯାତ୍ରା ପୂର୍ବରୁ ଯାଞ୍ଚ କରନ୍ତୁ ଏହି ତାଲିକା…!

୧ ଡିସେମ୍ବରରୁ ଭାରତୀୟ ରେଳବାଇ (Indian Railways) ଅନେକ ଟ୍ରେନର ଟାଇମ ଟେବୁଲ ବଦଳାଇ ଦେଇଛି । ଯଦି ଆପଣ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରୁଛନ୍ତି ତେବେ ଏହା ପୂର୍ବରୁ ଟ୍ରେନର ସମୟ ଯାଞ୍ଚ କରନ୍ତୁ ।

 ଆଜିଠାରୁ ବଦଳିଗଲା ଏହି ସବୁ ଟ୍ରେନର ଟାଇମ ଟେବୁଲ

ଆଜିଠାରୁ ବଦଳିଗଲା ଏହି ସବୁ ଟ୍ରେନର ଟାଇମ ଟେବୁଲ

  • Share this:
News18 Odia Digital
ନୂଆ ଦିଲ୍ଲୀ: ୧ ଡିସେମ୍ବରରୁ ଭାରତୀୟ ରେଳ ଅନେକ ଟ୍ରେନର ସମୟ ବଦଳାଇ ଦେଇଛି । ଯଦି ଆପଣ ମଧ୍ୟ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରୁଛନ୍ତି । ତେବେ ଏହା ପୂର୍ବରୁ ଟ୍ରେନର ସମୟ ଯାଞ୍ଚ କରନ୍ତୁ । ପଶ୍ଚିମ ରେଳବାଇ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ବିଷୟରେ ସୂଚନା ଦେଇଛି। ଭାରତୀୟ ରେଳବାଇ ଦ୍ୱାରା ଏହି ଟ୍ରେନର ସମୟର ଏକ ନୂତନ ତାଲିକା ପ୍ରକାଶ ପାଇଛି । ଏଥିରେ ରାଜଧାନୀ ଓ ଶତାବ୍ଦୀ ଟ୍ରେନ୍ ସମେତ ପଶ୍ଚିମ ରେଳର କିଛି ସ୍ୱତନ୍ତ୍ର ଟ୍ରେନର ନାମ ସାମିଲ ରହିଛି ।

ରେଳବାଇ ଟ୍ୱିଟ୍ କରି ସୂଚନା ଦେଇଛି
ପାଶ୍ଚାତ୍ୟ ରେଳବାଇ ଟ୍ୱିଟ୍ କରି କହିଛି, କାର୍ଯ୍ୟକ୍ଷମ କାରଣରୁ ରାଜଧାନୀ ଓ ଶତାବ୍ଦୀ ଟ୍ରେନ୍ ସମେତ ପଶ୍ଚିମ ରେଳର କିଛି ସ୍ୱତନ୍ତ୍ର ଟ୍ରେନ୍ ୧ ଡିସେମ୍ବର ୨୦୨୦ ରୁ ସଂଶୋଧିତ ହେବ ।

ଏହା ବି ପଢ଼ନ୍ତୁ | ଚାଲିଗଲା ଶିଶୁ କାଳିଆ, ଏକା ହୋଇଗଲା ତାଭାଇ ଜଗା; ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ୧୪ ମାସ ଚିକିତ୍ସାରେ ଥିଲା

ରେଳବାଇ ଜାରି କଲା ଟ୍ରେନ୍ ଟାଇମିଂ ଲିଷ୍ଟ
ରେଳବାଇ ଦ୍ୱାରା ଜାରି କରାଯାଇଥିବା ତାଲିକା ଅନୁଯାୟୀ ମୁମ୍ବାଇରୁ ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସର ସମୟ ବଦଳିଛି । ଏହା ସହିତ ମୁମ୍ବାଇ ସେଣ୍ଟ୍ରାଲ-ନୂଆଦିଲ୍ଲୀ ରାଜଧାନୀ ବୋରିଭାଲୀ ଷ୍ଟେସନରେ ଅତିରିକ୍ତ ଷ୍ଟପ ଦିଆଯାଇଛି । ଏଭଳି ପରିସ୍ଥିତିରେ ଯାତ୍ରୀମାନେ ଏହି ରୁଟଗୁଡ଼ିକରେ ସୁବିଧା ପାଇବେ ।
> ମୁମ୍ବାଇ ସେଣ୍ଟ୍ରାଲ-ନୂଆଦିଲ୍ଲୀ ରାଜଧାନୀ ସ୍ପେଶାଲ ଏକ୍ସପ୍ରେସ (ପ୍ରତିଦିନ, ଟ୍ରେନ ନଂ ୦୨୯୫୧/୦୨୯୫୨)
>> ମୁମ୍ବାଇ ସେଣ୍ଟ୍ରାଲ-ହଜରତ ନିଜାମୁଦ୍ଦିନ ଅଗଷ୍ଟ କ୍ରାନ୍ତି ରାଜଧାନୀ ସ୍ପେଶାଲ ଏକ୍ସପ୍ରେସ (ପ୍ରତିଦିନ, ଟ୍ରେନ ନଂ ୦୨୯୫୩/୦୨୯୫୪)
>> ମୁମ୍ବାଇ ସେଣ୍ଟ୍ରାଲ-ଅହମ୍ମଦାବାଦ ଶତାବ୍ଦୀ ସ୍ପେଶାଲ ଏକ୍ସପ୍ରେସ (ସପ୍ତାହରେ ୬ ଦିନ, ଟ୍ରେନ ନମ୍ବର ୦୨୦୦୯/୦୨୦୧୦)

ଏହା ବି ପଢ଼ନ୍ତୁ | ନୟାଗଡ଼ ନାବାଳିକା ପରୀର ହତ୍ୟା ମାମଲା: BJP କହିଲା CM ମନ୍ତ୍ରୀ ଅରୁଣଙ୍କୁ ବରଖାସ୍ତ କରି CBI ତଦନ୍ତ ପାଇଁ ଲେଖନ୍ତୁ

୩୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ୍
ରେଳବାଇ ତରଫରୁ ଅନ୍ୟାନ୍ୟ ଟ୍ରେନର ସମୟ ସାରଣୀ ମଧ୍ୟ ପରିବର୍ତ୍ତନ କରାଯାଇଛି । କରୋନା ଅବଧି ସମୟରେ ନିୟମିତ ଟ୍ରେନ୍ ବନ୍ଦ ଅଛି କିନ୍ତୁ ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ ସ୍ୱତନ୍ତ୍ର ଟ୍ରେନ୍ ଚଳାଉଛି ।



ରେଳବାଇ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ କିଛି ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ଏହି ଟ୍ରେନଗୁଡିକର ସମସ୍ତ କୋଚ୍ ରିଜରଭେସନ ବର୍ଗର ହେବ ଓ ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ କୋଭିଡ୍ -୧୯ ର ମାନଦଣ୍ଡ ଅନୁସରଣ କରିବାକୁ ପଡିବ ।
Published by:Jagdish Barik
First published: