ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର: ଆଜିଠୁ ଶସ୍ତା ହେଲା AC 3ର ଭଡ଼ା; ମିଳିବ ରିଫଣ୍ଡ

IRCTC: ରେଳ ବୋର୍ଡ ଦ୍ବାରା ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ ଏସି କୋଚମାନଙ୍କ ଭଡା ସମ୍ବନ୍ଧରେ ପୁରୁଣା ସିଷ୍ଟମକୁ ପୁନଃ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

IRCTC: ଯଦି ଆପଣ ପ୍ରାୟତଃ ଥାର୍ଡ ଏସିରେ (AC 3) ରେଳ ଯାତ୍ରା କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ। ରେଳବାଇ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ପରେ ଟ୍ରେନର ଏସି ୩ ଇକୋନୋମି କୋଚରେ ଯାତ୍ରା କରିବା ଶସ୍ତା ହୋଇଛି।

ରେଳ ବୋର୍ଡ (IRCTC) ଦ୍ବାରା ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ ଏସି କୋଚମାନଙ୍କ ଭଡ଼ା ସମ୍ବନ୍ଧରେ ପୁରୁଣା ସିଷ୍ଟମକୁ ପୁନଃ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ନୂଆ ନିୟମ ଲାଗୁ ହେବା ପରେ ଏସି ୩ ଇକୋନୋମି କୋଚ ଭଡା ଅନ୍ୟ କୋଚଠାରୁ କମ୍ ହେବ। ଏହି ନିଷ୍ପତ୍ତି ଆଜିଠାରୁ ଅର୍ଥାତ୍ ମାର୍ଚ୍ଚ ୨୨ରୁ କାର୍ଯ୍ୟକାରୀ ହୋଇଛି।

ଥାର୍ଡ ଏସି ତୁଳାନାରେ ଦେବାକୁ ପଡ଼ିବ କମ୍ ଦେୟ

ବୁଧବାରଠୁ ଯଦି ଆପଣ ଟ୍ରେନର ଏସି ୩ ଇକୋନୋମି କୋଚରେ ଯାତ୍ରା କରନ୍ତି, ତେବେ ଆପଣଙ୍କୁ ଥାର୍ଡ ଏସି ତୁଳନାରେ କମ୍ ଟଙ୍କା ଦେବାକୁ ପଡ଼ିବ। ରେଳ ଅଧିକାରୀଙ୍କ ଅନୁଯାୟୀ, ଯେଉଁ ଯାତ୍ରୀମାନେ ଟିକେଟ୍ ବୁକ୍ କରିସାରିଛନ୍ତି ସେମାନେ ମଧ୍ୟ ଏହି ନିଷ୍ପତ୍ତିର ଲାଭ ପାଇବେ। ଆଜ୍ଞା ହଁ, ଅନଲାଇନ୍ ଏବଂ କାଉଣ୍ଟରରେ ଟିକେଟ୍ ନେଇଥିବା ଯାତ୍ରୀଙ୍କୁ ରେଳବାଇ ଟଙ୍କା ଫେରସ୍ତ କରିବ।

ସୂଚନା ଅନୁଯାୟୀ, ଗତ ବର୍ଷ ରେଳବାଇ ଦ୍ୱାରା ଏକ ବ୍ୟବସାୟିକ ସର୍କୁଲାର ଜାରି କରାଯାଇଥିଲା। ଏହି ସର୍କୁଲାର ପରେ ଏସି AC କୋଚ୍ ଏବଂ ଏସି ଇକୋନୋମି କୋଚ ଭଡା ସମାନ କରାଯାଇଥିଲା।

କମ୍ବଳ ଏବଂ ସିଟ୍ ସୁବିଧା ଆରମ୍ଭ ହୋଇଥିଲା

ଇକୋନୋମି କୋଚରେ ଯାତ୍ରୀମାନଙ୍କୁ ପୂର୍ବରୁ କମ୍ବଳ ଏବଂ ସିଟ୍ ଦିଆଯାଇନଥିଲା। କିନ୍ତୁ ଗତ ବର୍ଷ ଠାରୁ ଇକୋନୋମି କୋଚ ଭଡ଼ା ବୃଦ୍ଧି ପରେ ଯାତ୍ରୀମାନେ କମ୍ବଳ ଏବଂ ସିଟ୍ ସୁବିଧା ପାଇବା ଆରମ୍ଭ କରିଥିଲେ। ବର୍ତ୍ତମାନ ମାର୍ଚ୍ଚ ୨୧ରେ ଏକ ସର୍କୁଲାର ଜାରି କରି ରେଳବାଇ ପୁରୁଣା ବ୍ୟବସ୍ଥାକୁ ପୁନଃ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି। ଏସି ୩ କୋଚରେ ସିଟ୍ ସଂଖ୍ୟା ୭୨ ଥିବାବେଳେ ଏସି ୩ ଇକୋନୋମି କୋଚରେ ବର୍ଥ ସଂଖ୍ୟା ୮୦ ରହିଛି।

ପଢ଼ନ୍ତୁ ଏହି ଖବର:  ବନ୍ଦ ହେବ ୫୦୦ ଟଙ୍କିଆ ନୋଟ! RBI ଆଣିଛି ନୂଆ ନିୟମ

ଏହା ହେଉଛି କାରଣ AC ୩ ଇକୋନୋମି କୋଚ ଏସି ୩ କୋଚ୍ ତୁଳନାରେ ଛୋଟ। ପ୍ରକୃତରେ, ଏସି କୋଚରେ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ରେଳବାଇ ଦ୍ୱାରା ଏସି ୩ ଇକୋନୋମି କୋଚ୍ ଆରମ୍ଭ ହୋଇଥିଲା କିନ୍ତୁ ଟିକେଟ୍ ମୂଲ୍ୟ ସେମାନଙ୍କ ପଥରେ ବାଧ୍ୟା ସାଜୁଥିଲା। AC 3 ଇକୋନୋମି କୋଚ୍ ପାଇଁ ଟିକେଟ୍ ପ୍ରଥମେ AC 3 ଠାରୁ କମ୍ ଥିଲା। ଏବେ ପୁଣି ଥରେ ପୁରୁଣା ସିଷ୍ଟମ୍ ପୁନଃ ସ୍ଥାପିତ ହୋଇଛି।
Published by:Lipina Das
First published: