News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ ରେଳବାଇ (Indian Railways) ଏହାର କିଛି ଯାତ୍ରୀଙ୍କୁ ଏକ ବଡ଼ ଝଟକା ଦେଇଛି । ଯଦି ଆପଣ ମଧ୍ୟ ରାଜଧାନୀ ଟ୍ରେନରୁ ଯାତ୍ରା କରିବାକୁ ପ୍ଲାନ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଆଜିଠାରୁ ରାଜଧାନୀ ଟ୍ରେନରେ ଯାତ୍ରା କରିବା ମହଙ୍ଗା ହୋଇଛି । ଯେଉଁ ଟ୍ରେନ୍ ଗୁଡିକରେ ତେଜସ୍ ଭଳି ଆଧୁନିକ କୋଚ୍ ବ୍ୟବହାର କରାଯାଇଛି ସେମାନଙ୍କ ଭଡା ୫ ପ୍ରତିଶତ ବୃଦ୍ଧି କରାଯାଇଛି । ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଆଗାମୀ ଦିନରେ ସମସ୍ତ ରାଜଧାନୀ ଟ୍ରେନର ଭଡା ବୃଦ୍ଧି କରାଯିବ ।
ରେଳବାଇ ଦିଲ୍ଲୀ-ଅଗରତାଲା ତେଜସ୍-ରାଜଦାନୀ ଟ୍ରେନର ମୂଳ ଭଡାରେ 5 ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛି । ଟ୍ରେନ୍ କୋଚ ଗୁଡିକୁ ହାଇ-ଟେକ୍ କରିବା ପାଇଁ ଭାରତୀୟ ରେଳ ଏହି ପଦକ୍ଷେପ ନେଉଛି ।
୫୦୦ ନୂଆ କୋଚ୍ ନିର୍ମାଣ ହେବଫେବୃଆରୀରେ ରେଳବାଇ ସୂଚନା ଦେଇଥିଲା ଯେ ୨୦୨୧-୨୨ ମସିହାରେ ପ୍ରାୟ ୫୦୦ ତେଜସ୍ ପରି କୋଚ୍ ନିର୍ମାଣ କରାଯିବ । ଯାହା ଦ୍ୱାରା ସମସ୍ତ ରାଜଧାନୀ ଟ୍ରେନ୍ ଉଚ୍ଚ-ବୈଷୟିକ ହୋଇପାରିବ । ଏହି କୋଚଗୁଡିକ ବିଶେଷ ଭାବରେ ଦୂର ଦୂରଗାମୀ ଟ୍ରେନ୍ ପାଇଁ ପ୍ରସ୍ତୁତ କରାଯାଉଛି । ଯାହା ଦ୍ୱାରା ଯାତ୍ରୀ ଆରାମରେ ଯାତ୍ରା କରିପାରିବେ ।
ଅଧିକାରୀ ଦେଲେ ସୂଚନାଜଣେ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ ଏହି ଟ୍ରେନ୍ ଗୁଡିକରେ ଥିବା ସମସ୍ତ ଶ୍ରେଣୀଗୁଡିକ ପାଇଁ ବେସ୍ ଭଡ଼ା ବୃଦ୍ଧି ହେବ, ଯେତେବେଳେ ତେଜସ୍ ଭଳି କୋଚ୍ ସେମାନଙ୍କ ସହିତ ଯୋଡ଼ାଯିବ । ଯେଉଁ ଟ୍ରେନ୍ ଗୁଡିକରେ ଏହି କୋଚ୍ ଯୋଡ଼ା ଯିବ ନାହିଁ ସେହି ଟ୍ରେନରେ ଭଡା ବୃଦ୍ଧି ପାଇବ ନାହିଁ ।
ତେଜସରେ ମିଳିଥାଏ ଏହି ବିଶେଷ ସୁବିଧାତେଜସ୍ ଟ୍ରେନରେ ଯାତ୍ରୀମାନଙ୍କ ପାଇଁ ଅନେକ ବିଶେଷ ସୁବିଧା ଉପଲବ୍ଧ ଥାଏ । ଏହି କୋଚଗୁଡିକରେ ବାୟୋଭାକ୍ୟୁମ୍ ଟଏଲେଟ୍, ଏୟାର ସସପେନ୍ସନ୍, ମେଡିକାଲ୍ ସୁବିଧା ଓ ଜରୁରୀକାଳୀନ କଲ୍ ସହିତ ଅନେକ ବିଶେଷ ସୁବିଧା ଅଛି । ଏହା ବ୍ୟତୀତ ସମସ୍ତ ଯାତ୍ରୀଙ୍କ ପାଇଁ ଚାର୍ଜିଂ ପଏଣ୍ଟ ଓ ରିଡିଂ ଲାଇଟ୍ ମଧ୍ୟ ପୃଥକ ଭାବରେ ଦିଆଯାଏ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।