Indian Railways: ୨୦-୨୧ ଡିସେମ୍ବରରେ ରେଳବାଇ ଏହି ସମସ୍ତ ଟ୍ରେନକୁ ବାତିଲ କଲା; ଫଟାଫଟ୍ ଚେକ କରନ୍ତୁ ପୂରା ଲିଷ୍ଟ

ଭାରତୀୟ ରେଳ (Indian Railways) ଆଜି ଅର୍ଥାତ ୨୦ ଡିସେମ୍ବର ୨୦୨୦ ରେ ଅନେକ ଟ୍ରେନକୁ ବାତିଲ କରିଛି । ଯଦି ଆପଣ ମଧ୍ୟ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିଛନ୍ତି ତେବେ ଏହା ପୂର୍ବରୁ ବାତିଲ ହୋଇଥିବା ଟ୍ରେନର (Railway cancelled many trains) ଲିଷ୍ଟ ନିଶ୍ଚିତ ଯାଞ୍ଚ କରନ୍ତୁ ।

Indian Railways: ୨୦-୨୧ ଡିସେମ୍ବରରେ ରେଳବାଇ ଏହି ସମସ୍ତ ଟ୍ରେନକୁ ବାତିଲ କଲା; ଫଟାଫଟ୍ ଚେକ କରନ୍ତୁ ପୂରା ଲିଷ୍ଟ
୨୦-୨୧ ଡିସେମ୍ବରରେ ରେଳବାଇ ଏହି ସମସ୍ତ ଟ୍ରେନକୁ ବାତିଲ କଲା
  • News18 Odia
  • Last Updated: December 20, 2020, 9:19 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ ରେଳ ଆଜି ଅର୍ଥାତ୍ ୨୦ ଡିସେମ୍ବର ୨୦୨୦ ରେ ଅନେକ ଟ୍ରେନ୍ ବାତିଲ କରିଛି । ଯଦି ଆପଣ କୌଣସି ସ୍ଥାନକୁ ଯିବାକୁ ଯୋଜନା ମଧ୍ୟ କରିଛନ୍ତି, ତା’ହେଲେ ଏହା ପୂର୍ବରୁ ବାତିଲ ହୋଇଥିବା ଟ୍ରେନର (Railway cancelled many trains) ତାଲିକା ଯାଞ୍ଚ କରନ୍ତୁ । ଗତ କିଛି ଦିନ ହେବ ଚାଷୀଙ୍କ ଆନ୍ଦୋଳନ ଓ କୁହୁଡି ଯୋଗୁଁ ରେଳ ବିଭାଗ କ୍ରମାଗତ ଭାବେ ଅନେକ ଟ୍ରେନ୍ ବାତିଲ କରୁଛି । ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି ।

ରେଳବାଇ ଏକ ବିଜ୍ଞପ୍ତି ଜାରି କରିଛି
ଏହି ବାତିଲ ଟ୍ରେନଗୁଡିକ ବିଷୟରେ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ୪ଟି ଟ୍ରେନ୍ ସଂପୂର୍ଣ୍ଣ ବାତିଲ ହୋଇଛି । ଏହା ବ୍ୟତୀତ ୩ଟି ଟ୍ରେନ୍ ଆଂଶିକ ବାତିଲ ହୋଇଛି । ଏଥି ସହିତ ୬ଟି ଟ୍ରେନର ମାର୍ଗ ମଧ୍ୟ ପରିବର୍ତ୍ତନ କରାଯାଇଛି । ଜାଣନ୍ତୁ ରେଳବାଇ ଦ୍ୱାରା କେଉଁ ଟ୍ରେନ୍ ବାତିଲ୍ ହୋଇଛି ଓ କେଉଁ ଟ୍ରେନର ମାର୍ଗ ବଦଳାଇ ଦିଆଯାଇଛି -

ଏହା ବି ପଢ଼ନ୍ତୁ | ରାଖୀ ସାନ୍ତ ଜାଲିଆତିର ଶିକାର ହେଲେ; ପାଖରେ ଟଙ୍କାଟିଏ ନାହିଁ ନିଜ ଦୁଃଖ କହିଲେ

ଏହି ୨ଟି ଟ୍ରେନ୍ ସଂପୂର୍ଣ୍ଣ ଭାବେ ବାତିଲ୍ ହୋଇଛି -

>> ସାହାରା-ଅମୃତସର ଏକ୍ସପ୍ରେସ (୦୫୫୩୧) ୨୦ ଡିସେମ୍ବରରେ ସ୍ପେଶାଲ ଟ୍ରେନ୍ ବାତିଲ ହୋଇଛି
>> ଅମୃତସର-ସାହାରା ଏକ୍ସପ୍ରେସ (୦୫୨୧୨) ସ୍ପେଶାଲ ଟ୍ରେନକୁ ୨୧ ଡିସେମ୍ବରରେ ବାତିଲ କରାଯାଇଛି
>> ଅମୃତସର ସିଲଦା ଏକ୍ସପ୍ରେସ (୦୨୩୮୦) ସ୍ପେଶାଲ ଟ୍ରେନ ଡିସେମ୍ବର ୨୦ ରେ ବାତିଲ ହୋଇଛି
>> ଅମୃତସର ଦିବ୍ରୁଗଡ଼ ଏକ୍ସପ୍ରେସ (୦୫୨୧୨) ସ୍ପେଶାଲ ଟ୍ରେନ୍ ଡିସେମ୍ବର ୨୦ ରେ ବାତିଲ ହୋଇଛି

ଏହି ଟ୍ରେନ୍ ଆଂଶିକ ବାତିଲ୍ ହୋଇଛି
>> ୨୦ ଡିସେମ୍ବରରେ ନନ୍ଦେଡ-ଅମୃତସର ଏକ୍ସପ୍ରେସ (୦୨୭୨୫) ସ୍ପେଶାଲ ଟ୍ରେନ ଚଳାଚଳ କରିବ
>> ସେହିପରି ୨୨ ଡିସେମ୍ବରରେ ଅମୃତସର-ନନ୍ଦେଡ ଏକ୍ସପ୍ରେସ (୦୧୭୧୬) ନୂଆ ଦିଲ୍ଲୀରୁ ଆରମ୍ଭ ହେବ
>> ୦୮୨୩୮ ଅମୃତସର କୋରବା ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ୨୦ ଡିସେମ୍ବରରୁ ଅମ୍ବାଲା ଠାରୁ ଆରମ୍ଭ ହେବ

ଏହା ବି ପଢ଼ନ୍ତୁ | ଶୀତଦିନେ ନିଜ ଶିଶୁକୁ ଗାଧୋଇଦେବା ବେଳେ ଏହି କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ

ଅନେକ ଟ୍ରେନ୍ ପାଇଁ ମାର୍ଗ ବଦଳିଗଲା
>> ଟ୍ରେନ୍ ନମ୍ବର ୦୨୯୦୩ ମୁମ୍ବାଇ ସେଣ୍ଟ୍ରାଲ୍-ଅମୃତସର ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ମାର୍ଗ ୧୯ ଡିସେମ୍ବରରେ ପରିବର୍ତ୍ତନ କରାଯାଇଛି । ଏହି ଟ୍ରେନ୍ ବିସ୍-ଟର୍ନ୍ ତାରନ୍-ଅମୃତସର ଦେଇ ଯିବ ।
>> ଟ୍ରେନ୍ ନମ୍ବର ୦୨୯୦୪ ଅମୃତସର-ମୁମ୍ବାଇ ସେଣ୍ଟ୍ରାଲ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ମାର୍ଗ ୨୦ ଡିସେମ୍ବରରେ ପରିବର୍ତ୍ତନ କରାଯାଇଛି । ଏହି ଟ୍ରେନ୍ ଅମୃତସର-ତାରନ୍ ତାରନ୍-ବିସ୍ ଦେଇ ଯିବ ।

ଏହା ବି ପଢ଼ନ୍ତୁ | ମୁକେଶ ଅମ୍ବାନୀ ଜେଜେବାପା ହେଲେ; ପୁଅ ଆକାଶ ବୋହୂ ଶ୍ଳୋକା ଏକ ଶିଶୁ ପୁତ୍ର ଜନ୍ମ ଦେଲେ

>> ଟ୍ରେନ୍ ନମ୍ବର ୦୪୬୪୯/୭୩ ଜୟନଗର-ଅମୃତସର ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ମାର୍ଗ ୨୦ ଡିସେମ୍ବରରେ ପରିବର୍ତ୍ତନ କରାଯାଇଛି । ଏହି ଟ୍ରେନ୍ ବିସ୍-ଟର୍ନ୍ ତାରନ୍-ଅମୃତସର ଦେଇ ଯିବ ।
>> ଟ୍ରେନ ନମ୍ବର ୦୪୬୫୦/୭୪ ଅମୃତସର-ଜୟନଗର ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ମାର୍ଗ ୨୦ ଡିସେମ୍ବରରେ ପରିବର୍ତ୍ତନ କରାଯାଇଛି । ଏହି ଟ୍ରେନ୍ ଅମୃତସର-ତାରନ୍ ତାରନ୍-ବିସ୍ ଦେଇ ଯିବ ।
>> ଟ୍ରେନ୍ ନମ୍ବର ୦୪୬୫୨ ଜୟନଗର-ଅମୃତସର ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ମାର୍ଗ ୨୦ ଡିସେମ୍ବରରେ ପରିବର୍ତ୍ତନ କରାଯାଇଛି । ଏହି ଟ୍ରେନ୍ ଅମୃତସର-ତାରନ୍ ତାରନ୍-ବିସ୍ ଦେଇ ଯିବ ।



>> ଟ୍ରେନ୍ ନମ୍ବର ୦୨୯୨୫ ବାନ୍ଦ୍ରା ଟର୍ମିନାସ୍ - ଅମୃତସର ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ମାର୍ଗ ୨୦ ଡିସେମ୍ବରରେ ପରିବର୍ତ୍ତନ କରାଯାଇଛି । ଏହି ଟ୍ରେନ୍ ବିସ୍-ଟର୍ନ୍ ତାରନ୍-ଅମୃତସର ଦେଇ ଯିବ ।
Published by: Jagdish Barik
First published: December 20, 2020, 9:17 AM IST
corona virus btn
corona virus btn
Loading