ଚଳନ୍ତା ଟ୍ରେନ ଆଗକୁ ଡେଇଁ ପଡ଼ିଲେ ଯୁବକ; ତାପରେ ଯାହା ହେଲା

ମୁମ୍ବାଇରେ ଜୀବନ ଦେବା ପାଇଁ ରେଲୱେ ଟ୍ରାକରେ ଠିଆ ହୋଇଥିବା ଜଣେ ଯୁବକଙ୍କ ଜୀବନ ଜଣେ ପୋଲିସ କନଷ୍ଟେବଳ ରକ୍ଷା କରିଛନ୍ତି। ଟ୍ରେନ୍ ଆସିବାର କିଛି ସେକେଣ୍ଡ ପୂର୍ବରୁ କନଷ୍ଟେବଳ ଟ୍ରାକକୁ ଡେଇଁପଡି ଯୁବକକୁ ଅନ୍ୟ ପାର୍ଶ୍ୱକୁ ଠେଲିଦେଇଥିଲେ ....

ଯୁବକଙ୍କୁ ବଞ୍ଚାଇଲେ ପୋଲିସ କନେଷ୍ଟବଳ (ପ୍ରତୀକାତ୍ମକ ଛବି)

ଯୁବକଙ୍କୁ ବଞ୍ଚାଇଲେ ପୋଲିସ କନେଷ୍ଟବଳ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମୁମ୍ବାଇରେ ଜୀବନ ଦେବା ପାଇଁ ରେଲୱେ ଟ୍ରାକରେ ଠିଆ ହୋଇଥିବା ଜଣେ ଯୁବକଙ୍କ ଜୀବନ ଜଣେ ପୋଲିସ କନଷ୍ଟେବଳ ରକ୍ଷା କରିଛନ୍ତି। ଟ୍ରେନ୍ ଆସିବାର କିଛି ସେକେଣ୍ଡ ପୂର୍ବରୁ କନଷ୍ଟେବଳ ଟ୍ରାକକୁ ଡେଇଁପଡି ଯୁବକକୁ ଅନ୍ୟ ପାର୍ଶ୍ୱକୁ ଠେଲିଦେଇଥିଲେ ଓ ନିଜେ ମଧ୍ୟ ପାର ହୋଇଗଲେ। ଯେଉଁଥିପାଇଁ ଯୁବକଙ୍କର ଜୀବନ ରକ୍ଷା ପାଇଲା।

ପୋଲିସର ସୂଚନାନୁସାରେ, ମୁମ୍ବାଇର ଭିଥାଲୱାଡି ରେଳ ଷ୍ଟେସନରେ ବୁଧବାର ପ୍ଲାଟଫର୍ମରେ ହାବିଲଦାର ଋଷିକେଷ ଡ୍ୟୁଟି କରୁଥିଲେ। ସେହି ସମୟରେ ମଦୁରାଇ ଏକ୍ସପ୍ରେସ ଟ୍ରେନ ଆସିବା ପାଇଁ ସାଇରନ ବାଜି ସାରିଥିଲା। ତା’ପରେ ପ୍ଲାଟଫର୍ମରେ ଠିଆ ହୋଇଥିବା ଜଣେ ଯୁବକ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ହଠାତ୍ ଟ୍ରାକରୁ ପ୍ଲାଟଫର୍ମରୁ ଡେଇଁପଡିଥିଲେ।

ସାହସ ଦେଖାଇ ହାବିଲଦାର ତାଙ୍କ ଜୀବନ ରକ୍ଷା କରିଥିଲେ

ତାଙ୍କୁ ବଞ୍ଚାଇବା ପାଇଁ ହାବିଲଦାର ଋଷିକେଷ ଆଗକୁ ଯାଇଥିଲେ କିନ୍ତୁ ଦ୍ରୁତ ଗତିରେ ଆସୁଥିବା ଟ୍ରେନକୁ ଦେଖି ସେ କିଛି ସେକେଣ୍ଡ ପାଇଁ ଅଟକି ଯାଇଥିଲେ।  ଏହା ପରେ, ସାହସ ଜୁଟାଇ ସେ ଟ୍ରାକକୁ ଡେଇଁପଡି ଯୁବକଟିକୁ ଧରି ଟ୍ରାକର ଅନ୍ୟ ପାର୍ଶ୍ୱକୁ ଟାଣି ନେଇଥିଲେ। ଟ୍ରାକଟେ ମଦୁରାଇ ଏକ୍ସପ୍ରେସ ଅତିକ୍ରମ କଲା।

ଏହି ସାହସିକତା ଘଟଣା CCTV ରେ ରେକର୍ଡ଼ ହୋଇଛି

ପୋଲିସର କନଷ୍ଟେବଳଙ୍କ ସାହସିକତାର କାର୍ଯ୍ୟ ସିସିଟିଭିରେ ରେକର୍ଡ଼ କରାଯାଇଥିଲା। ଷ୍ଟେସନରେ ଠିଆ ହୋଇଥିବା ସମସ୍ତେ ତାଙ୍କ ସାହସକୁ ପ୍ରଶଂସା କରିଥିଲେ। ପୋଲିସର ସୂଚନାନୁସାରେ, ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକଙ୍କ ନାମ ହେଉଛି କୁମାର ପୂଜାରୀ ଓ ତାଙ୍କ ବୟସ ୧୮ ବର୍ଷ।  ସେ କାହିଁକି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ଏହି ଘଟଣାର ତଦନ୍ତ କରୁଛି।
Published by:Soumya Das
First published: