News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ ରେଳବାଇ (Indian Railways) ହୋଲି ପାଇଁ ୧୦୦ ରୁ ଅଧିକ ଫେଷ୍ଟିଭାଲ୍ ସ୍ପେଶାଲ ଟ୍ରେନ୍ (Festival Special Trains) ଚଳାଇବାକୁ ଘୋଷଣା କରିଛି । ସେଥିମଧ୍ୟରୁ ସର୍ବାଧିକ ୫୪ଟି ଟ୍ରେନ୍ ଉତ୍ତର ରେଳବାଇ (Northern Railway) ତରଫରୁ ଚଳାଯିବ । ଏହି ଟ୍ରେନ୍ ଗୁଡିକ ୧୦ ଏପ୍ରିଲ୍ ୨୦୨୧ ପର୍ଯ୍ୟନ୍ତ ଚାଲିବ । ହୋଲି ମହୋତ୍ସବ ଅବସରରେ ଏହି ଟ୍ରେନ୍ ଗୁଡିକ ଭିଡ଼ କମ କରିବା ପାଇଁ ଘୋଷଣା କରାଯାଇଛି । ଯାହାଦ୍ୱାରା କରୋନା ଭାଇରସ୍ ବ୍ୟାପିବାରେ ରୋକାଯାଇପାରିବ । ଏହା ବ୍ୟତୀତ ଭାରତୀୟ ରେଳ ଟ୍ରେନ୍ ଯାତ୍ରା ପାଇଁ ଅନେକ କଠୋର ନିୟମ ମଧ୍ୟ କରିଛି । ଯେଉଁମାନେ ଏହାକୁ ଅନୁସରଣ କରୁନାହାଁନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସାଧାରଣ ଟ୍ରେନ୍ ଅପେକ୍ଷା ଅଧିକ ଦେୟ ଦେବାକୁ ପଡିବରେଳବାଇ କହିଛି ଯେ ହୋଲି ପର୍ବରେ ଚାଲୁଥିବା କିଛି ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ୍ ର୍ତ୍ତମାନ ମଧ୍ୟ ଚାଲୁଛି । ବାସ୍ତବରେ ଦୀପାବଳି ସମୟରେ ଚାଲୁଥିବା କିଛି ଫେଷ୍ଟିଭାଲ ସ୍ପେଶାଲ ଟ୍ରେନର ଅଧିକ ଚାହିଦା ଯୋଗୁଁ ସେଗୁଡିକୁ ବନ୍ଦ କରାଯାଇ ନଥିଲା । ତେଣୁ ଏହି ଟ୍ରେନ୍ ଗୁଡିକ ଚାଲୁଛି । ଉତ୍ତର ରେଳବାଇ ଏପର୍ଯ୍ୟନ୍ତ ୩୬ ଟି ଟ୍ରେନ୍ ଚଳାଉଛି । ବିଶେଷ କଥା ହେଉଛି ଫେଷ୍ଟିଭାଲ ସ୍ପେଶାଲ ଟ୍ରେନରେ ଯାତ୍ରୀମାନଙ୍କୁ ୩୦ ପ୍ରତିଶତ ଅଧିକ ଭଡା ଦେବାକୁ ପଡିବ । ବାସ୍ତବରେ ଏହି ନିର୍ଦ୍ଦେଶ ୨୦୧୫ ମସିହାରେ ଜାରି କରାଯାଇଥିଲା ଯାହା ଅନୁଯାୟୀ ସ୍ପେଶାଲ ଟ୍ରେନ୍ ଗୁଡିକ ସାଧାରଣ ଟ୍ରେନ୍ ଅପେକ୍ଷା ୩୦ ପ୍ରତିଶତ ଅଧିକ ଭଡା ଦେବାକୁ ପଡୁଛି ।
୧୦ ଏପ୍ରିଲ ସୁଦ୍ଧା ସମସ୍ତ ଟ୍ରେନ୍ ଚଳାଚଳ କରିବାକୁ ଯୋଜନା କରାଯାଇଛିରେଳବାଇ ଏପ୍ରିଲ୍ ୧୦ ସୁଦ୍ଧା ଅଧିକାଂଶ ପୁରୁଣା ଟ୍ରେନ୍ଗୁଡ଼ିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ଯୋଜନା କରୁଛି । ଏଭଳି ପରିସ୍ଥିତିରେ ଯାତ୍ରୀମାନେ ଖୁବ୍ ଶୀଘ୍ର ରେଳବାଇରୁ ଏକ ବଡ଼ ଆରାମ ପାଇବେ ବୋଲି ଆଶା କରାଯାଉଛି । ତେବେ ବର୍ତ୍ତମାନ ସମସ୍ତ ଟ୍ରେନ୍ ଜାତୀୟ ବିପର୍ଯ୍ୟୟ ପରିଚାଳନା ଅଧିନିୟମ (NDMA) ଅନୁଯାୟୀ ଚାଲିବ । ଏଭଳି ପରିସ୍ଥିତିରେ ଯାତ୍ରୀଙ୍କ ଟ୍ରେନରେ ଯାତ୍ରା କରିବା ସମୟରେ କରୋନା ଭୂତାଣୁ ରୋକିବା ସହ ଜଡିତ ସମସ୍ତ ନିର୍ଦ୍ଦେଶ ଓ ସତର୍କତା ଅବଲମ୍ବନ କରିବାକୁ ପଡିବ । ବର୍ତ୍ତମାନ ରେଳବାଇର ପ୍ରାୟ ୧୧୦୦ ମେଲ୍ ଏକ୍ସପ୍ରେସ ଟ୍ରେନ୍ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚାଲୁଛି । ଏଥି ସହିତ ପଶ୍ଚିମ ରେଳବାଇ ମଧ୍ୟ ଅହମ୍ମଦାବାଦ ଡିଭିଜନର ଧରଙ୍ଗଧ୍ରା-ସାଖିଆଲି ବିଭାଗରେ ଅନ-ଲକ୍ କାର୍ଯ୍ୟ ଯୋଗୁଁ ପଶ୍ଚିମ ରେଳରୁ ଉତ୍ପନ୍ନ କିମ୍ବା ଚଳାଚଳ କରୁଥିବା କିଛି ଦୂର ଦୂରଗାମୀ ଟ୍ରେନକୁ ବାତିଲ କିମ୍ବା ବଦଳାଇବାକୁ ନିଷ୍ପତ୍ତି ନେଇଛି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।