News18 Odia Digital
Indian Railways Rules For Women: ଯାତ୍ରୀମାନଙ୍କୁ ଭାରତୀୟ ରେଳବାଇ(Indian Railway) ଦ୍ୱାରା ଅନେକ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି। ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି ମହିଳାଙ୍କ ପର୍ଯ୍ୟନ୍ତ ରେଳବାଇ ଦ୍ୱାରା ଅନେକ ବିଶେଷ ସୁବିଧା ଯୋଗାଇ ଦିଆଯାଉଛି। ପ୍ରତିଦିନ ଟ୍ରେନରେ କୋଟି କୋଟି ଲୋକ ଯାତ୍ରା କରନ୍ତି, କିନ୍ତୁ ବର୍ତ୍ତମାନ ମହିଳାମାନେ ଟ୍ରେନରେ ବିନା ଟିକେଟ(Travel Without Ticket)ରେ ଯାତ୍ରା କରିପାରିବେ।
ରେଲୱେ ନିୟମ ଅନୁଯାୟୀ, ଯଦି ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳାଙ୍କର ଟିକେଟ୍ ନଥାଏ, ତେବେ ତାଙ୍କୁ ଟ୍ରେନରୁ ଓହ୍ଲାଇ ଦିଆଯିବ ନାହିଁ। ଅନେକ ଥର ଦେଖାଯାଏ ଯେ ମହିଳା ଯାତ୍ରୀଙ୍କୁ ଟ୍ରେନରେ ଶୀଘ୍ର ଯାତ୍ରା କରିବାକୁ ପଡେ, ଯେଉଁଥିପାଇଁ ସେ ଟିକେଟ୍ କରି ପାରିନଥାନ୍ତି। ଏଭଳି ପରିସ୍ଥିତିରେ ମହିଳାଙ୍କୁ ଟ୍ରେନରୁ ଓହ୍ଲାଇ ଦିଆଯିବ ନାହିଁ।
ସକାଳୁ ଉଠି ଚୋବାନ୍ତୁ ମାତ୍ର ୩ଟି ପତ୍ର; ୩୦ ଦିନରେ ଭଲ ହୋଇଯିବ ଡାଇବେଟିସଏଭଳି ପରିସ୍ଥିତି ପାଇଁ ରେଳବାଇ ଅନେକ ବନ୍ଧୁତ୍ୱପୂର୍ଣ୍ଣ ନିୟମ ପ୍ରସ୍ତୁତ କରିଛି। ଭାରତୀୟ ରେଳବାଇର ନିୟମ ଅନୁଯାୟୀ, ଯଦି କୌଣସି ମହିଳା କିମ୍ବା ପିଲା ରାତିରେ ବିନା ଟିକେଟରେ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଟିଟିଇ ତାଙ୍କୁ ଟ୍ରେନରୁ ଓହ୍ଲାଇ ପାରିବ ନାହିଁ। ଏହା କରିବା ପରେ ସମ୍ପୃକ୍ତ ମହିଳା ରେଳ କର୍ତ୍ତୃପକ୍ଷଙ୍କ ନିକଟରେ ସମ୍ପୃକ୍ତ ଟିଟି ବିରୋଧରେ ଅଭିଯୋଗ କରିପାରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।