Indian Railways: ୬ ଜାନୁଆରୀରୁ ରେଳବାଇ ବଢାଇବାକୁ ଯାଉଛି ଯାତ୍ରୀ ଭଡ଼ା; ଚେକ୍ କରନ୍ତୁ ନୂଆ ଲିଷ୍ଟ ...!
କରୋନା ସଙ୍କଟ ଯୋଗୁଁ ଦୀର୍ଘ ସମୟ ଧରି ବନ୍ଦ ଥିବା ଟ୍ରେନ୍ ଗୁଡିକର ଭାରତୀୟ ରେଳବାଇ (Indian Railways) ଏକ ଟ୍ରାଏଲ ଆରମ୍ଭ କରିଛି । ବିଭାଗ ତରଫରୁ ବର୍ତ୍ତମାନ କେବଳ ଅଳ୍ପ କିଛି ଟ୍ରେନ୍ ଚଳାଯାଉଛି ।

୬ ଜାନୁଆରୀରୁ ରେଳବାଇ ବଢାଇବାକୁ ଯାଉଛି ଯାତ୍ରୀ ଭଡ଼ା
- News18 Odia
- Last Updated: January 4, 2021, 12:28 PM IST
ନୂଆ ଦିଲ୍ଲୀ:କରୋନା ସଙ୍କଟ ଯୋଗୁଁ ଦୀର୍ଘ ସମୟ ଧରି ବନ୍ଦ ଥିବା ଟ୍ରେନ୍ ଗୁଡିକର ଭାରତୀୟ ରେଳବାଇ (Indian Railways) ଏକ ଟ୍ରାଏଲ ଆରମ୍ଭ କରିଛି । ମାତ୍ର ବିଭାଗ ତରଫରୁ ବର୍ତ୍ତମାନ କେବଳ ଅଳ୍ପ କିଛି ଟ୍ରେନ୍ ଚଳାଯାଉଛି । ଯଦି ଯାତ୍ରୀମାନେ ଏହି ଟ୍ରେନରେ ଯାତ୍ରା କରନ୍ତି ତେବେ ସେମାନଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ କାରଣ ଭାରତୀୟ ରେଳବାଇ ଭଡା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ।
ଏହା ବି ପଢ଼ନ୍ତୁ | ମାହାଙ୍ଗା BJP ନେତା ହତ୍ୟା: ଏତାଲାରେ ଆଇନ୍ ମନ୍ତ୍ରୀଙ୍କ ନାଁ; ୨ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ
ମାର୍ଚ୍ଚ ୨୨ ରୁ ଟ୍ରେନ୍ ଚଳାଚଳ ବନ୍ଦ ରହିଛି
ଅନ୍ଲାଇନରେ ରିଜରଭେସନ କରାଯାଇପାରିବ
ଯାତ୍ରୀ ଯାତ୍ରା କରିବାକୁ ଚାହୁଁଥିବା ଯେକୌଣସି ଦୂରତା ପାଇଁ ରିଜରଭେସନ ଆବଶ୍ୟକ ହେବ । ଏହା ବ୍ୟତୀତ ଟ୍ରେନ୍ ଆସିବାର ଅଧ ଘଣ୍ଟା ପୂର୍ବରୁ ଟିକେଟ୍ ୱିଣ୍ଡୋ ଖୋଲା ରହିବ ଓ ଏଠାରେ ଯାତ୍ରୀମାନେ କେବଳ ରିଜରଭେସନ ଟିକେଟ ପାଇବେ । ଏହା ବ୍ୟତୀତ ଆପଣ ଅନଲାଇନରେ ମଧ୍ୟ ରିଜରଭେସନ କରିପାରିବେ ।
ଏହା ବି ପଢ଼ନ୍ତୁ | ବାଲେଶ୍ୱର: ବିଲ ମଝିରେ ଅଚିହ୍ନା ଯୁବତୀଙ୍କ ଉଲଗ୍ନ ମୃତ ଦେହ ମିଳିଲା; ହତ୍ଯା ସନ୍ଦେହ
ବର୍ତ୍ତମାନ ଭଡା କେତେ ହେବ?
>> ମୌଲାନା ଜଙ୍କସନରୁ ଲକ୍ଷ୍ମୀପୁର - ପ୍ରଥମେ ୪୦ ଟଙ୍କା, ବର୍ତ୍ତମାନ ୫୫ ଟଙ୍କା
>> ମୌଲାନା ଜଙ୍କସନରୁ ହରଗାଓଁ - ପ୍ରଥମେ ୪୫ ଟଙ୍କା, ବର୍ତ୍ତମାନ ୬୦ ଟଙ୍କା
>> ମୌଲାନା ଜଙ୍କସନରୁ ସୀତାପୁର - ପ୍ରଥମେ ୫୫ ଟଙ୍କା, ବର୍ତ୍ତମାନ ୭୦ ଟଙ୍କା
>> ମୌଲାନା ଜଙ୍କସନରୁ ଲକ୍ଷ୍ନୌ - ପ୍ରଥମେ ୭୫ ଟଙ୍କା, ବର୍ତ୍ତମାନ ୯୦ ଟଙ୍କା
>> ମୌଲାନା ଜଙ୍କସନରୁ ଗୋରଖପୁରକୁ - ପ୍ରଥମେ ୧୭୫ ଟଙ୍କା ଏବଂ ବର୍ତ୍ତମାନ ୧୯୦ ଟଙ୍କା
ଟିପ୍ପଣୀ- ଏହି ସମସ୍ତ ଟିକେଟ୍ ମୂଲ୍ୟରେ ରିଜରଭେସନ ଶୁଳ୍କ ୧୫ ସାମିଲ ରହିଛି
ଏହା ବି ପଢ଼ନ୍ତୁ | ଗଞ୍ଜାମ: ନବବଧୂର ହାତ ଗୋଡ଼ ବାନ୍ଧି ପଡ଼ିଶା ଘର ଡୋଲିରେ ଫିଙ୍ଗିଦେଲେ ଶାଶୁଘର ଲୋକେ
ଏହି ସହରଗୁଡିକ ପାଇଁ ଟ୍ରେନ୍ ଚଳାଚଳ ମଧ୍ୟ ଆରମ୍ଭ ହେଲା
ଏହା ବ୍ୟତୀତ ରେଳବାଇ ଜମ୍ମୁ କାଶ୍ମୀର ଓ ଉଦାମପୁର ପାଇଁ ନୂତନ ଟ୍ରେନ୍ ଚଳାଇବା ଆରମ୍ଭ କରିଛି । ବର୍ତ୍ତମାନ ଏହି ମାର୍ଗରେ ଯିବାକୁ ବ୍ୟସ୍ତ ହେବାକୁ ପଡିବ ନାହିଁ । ଆପାଟନା, ଦୁର୍ଗ, ବାରାଣାସୀ, ଅଜମେର ଓ ନୂଆ ଦିଲ୍ଲୀର ଯାତ୍ରୀମାନେ ଏହି ଟ୍ରେନ୍ ଚଳାଚଳ ଦ୍ଵାରା ଅଧିକ ଲାଭ ପାଇବେ ।
ଏହି ଟ୍ରେନ୍ ଗୁଡିକ ୧ ଫେବୃଆରୀରୁ ଚଳାଚଳ ଆରମ୍ଭ ହେବ
>> ବାରାଣାସୀରୁ ଜମ୍ମୁଭି ଯାଉଥିବା (୦୨୨୩୭/୦୨୨୩୮) ପ୍ରତିଦିନ ଚାଲିବ
>> ରେଳ ଅର୍ଚନା ସୁପରଫାଷ୍ଟ (୦୧୩୫୫/୦୧୩୫୬) ପ୍ରତ୍ୟେକ ରବିବାର ଓ ବୁଧବାର ସକାଳେ ଚଳାଚଳ କରିବ
>> ଏହା ବ୍ୟତୀତ ଶ୍ରୀ ଶକ୍ତି (୦୧୪୬୨/୬୨) ନୂଆ ଦିଲ୍ଲୀରୁ କାଟ୍ରା ପର୍ଯ୍ୟନ୍ତ ଚାଲିବ