Indian Railway: ଚିନ୍ତାରେ ରେଳ ବିଭାଗ; ଟ୍ରେନ୍‌ରୁ ଚୋରି ହେଲା ୫୫ ଲକ୍ଷ ଟଙ୍କାର କମ୍ବଳ

ଚିନ୍ତାରେ ରେଳ ବିଭାଗ । ରେଳ ବିଭାଗ ଜଣାଇଛି ଯେ ଚାଦର, କମ୍ବଳ ବ୍ୟତୀତ ଯାତ୍ରୀ ଚାମଚ, କେଟଲୀ ଏବଂ ଟଏଲେଟରେ ଥିବା ସାମଗ୍ରୀକୁ ବି ଚୋରି କରି ନେଉଛନ୍ତି । ଯେଉଁ କାରଣରୁ ରେଳ ବିଭାଗକୁ ଭାରି କ୍ଷତି ଉଠାଇବାକୁ ପଡୁଛି ।

Indian Railway: ଚିନ୍ତାରେ ରେଳ ବିଭାଗ; ଟ୍ରେନ୍‌ରୁ ଚୋରି ହେଲା ୫୫ ଲକ୍ଷ ଟଙ୍କାର କମ୍ବଳ

Indian Railway: ଚିନ୍ତାରେ ରେଳ ବିଭାଗ; ଟ୍ରେନ୍‌ରୁ ଚୋରି ହେଲା ୫୫ ଲକ୍ଷ ଟଙ୍କାର କମ୍ବଳ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Indian Railway: ରେଳ ହେଉଛି ଆପଣଙ୍କର ସମ୍ପତ୍ତି । ରେଳ ଷ୍ଟେସନରେ ଆପଣ ଅନେକ ଥର ଏପରି ଘୋଷଣା ଶୁଣିଥିବେ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ରେଳ ସାମଗ୍ରୀ ଆପଣଙ୍କର ଅଟେ ଓ ଆପଣ ଯେତେ ସାମଗ୍ରୀ ନେଇପାରିବେ ଆପଣଙ୍କ ଘରକୁ ନେଇପାରିବେ । ଟ୍ରେନରେ ଯାତ୍ରା କରୁଥିବା ଏହିପରି ଯାତ୍ରୀଙ୍କ ସଂଖ୍ୟା କମ୍ ନୁହେଁ, ଯେଉଁମାନେ ଯାତ୍ରା ସମୟରେ ପାଇଥିବା ତକିଆ, ସିଟ୍, କମ୍ବଳକୁ ନିଜର ବୋଲି ଭାବନ୍ତି ଓ ଏହାକୁ ନିଜ ଲଗେଜ୍ ସହ ମଧ୍ୟ ନେଇଯାଇଥାନ୍ତି । ଯାତ୍ରୀମାନେ ଟ୍ରେନର ଏସି କୋଚରେ ମିଳୁଥିବା ତକିଆ, ସିଟ୍ ଓ ଟାୱେଲକୁ ନେଇ ଅସୁବିଧାରେ ପଡ଼ନ୍ତି। ଯାତ୍ରୀଙ୍କ ଏହି ଅଭ୍ୟାସ ହେତୁ ରେଳବାଇ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ହରାଉଛି।

ରେଳ ବିଭାଗ ଜଣାଇଛି ଯେ ଚାଦର, କମ୍ବଳ ବ୍ୟତୀତ ଯାତ୍ରୀ ଚାମଚ, କେଟଲୀ ଏବଂ ଟଏଲେଟରେ ଥିବା ସାମଗ୍ରୀକୁ ବି ଚୋରି କରି ନେଉଛନ୍ତି । ଯେଉଁ କାରଣରୁ ରେଳ ବିଭାଗକୁ ଭାରି କ୍ଷତି ଉଠାଇବାକୁ ପଡୁଛି । ଛତିଶଗଡର ବିଳାସପୁର ଜୋନର ଟ୍ରେନରେ ଲୋକମାନେ ଜୋରସୋରରେ ରେଳ ବିଭାଗର ଜିନିଷ ଚୋରି କରୁଛନ୍ତି । ବିଳାସପୁର ଏବଂ ଦୁର୍ଗରେ ଚାଲୁଥିବା ଲମ୍ବା ଦୂରତା ଥିବା ଏକ୍ସପ୍ରେସ ଟ୍ରେନରେ କମ୍ବଳ, ଚାଦର, ତକିଆ କଭର, ଫେସ ଟାୱେଲ ଲଗାତର ଚୋରି ହେଉଛି ।

ରେଳ ବିଭାଗ ନିଜ ବୟାନରେ କହିଛି ଯେ ବିଳାସପୁର ଜୋନରେ ଚାଲୁଥିବା ଟ୍ରେନରେ ଗତ ୪ ମାସରେ ଏବେ ପର୍ଯ୍ୟନ୍ତ ୫୫ ଲକ୍ଷ ଟଙ୍କାର ଜିନିଷ ଚୋରି ହୋଇସାରିଲାଣି । ମିଡିଆ ରିପୋର୍ଟ ଅନୁଯାୟୀ ଗତ ଚାରି ମାସରେ ପ୍ରାୟ ୫୫ ଲକ୍ଷ ୯୭ ହଜାର ୪୦୬ ଟଙ୍କାର ଜିନିଷ ଚୋରି ହୋଇଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗତ ଚାରି ମାସରେ ୧୨୮୮୬ ଫେସ ଟାୱେଲ ଚୋରି ହୋଇଛି । ଯାହାର ଦାମ ୫୫୯୩୮୧ ଟଙ୍କା । ସେହିପରି ଏସିରେ ଯାତ୍ରା କରୁଥିବା ଯାତ୍ରୀ ୪ ମାସରେ ୧୮୨୦୮ ଚାଦର ଚୋରି କରିଛନ୍ତି । ଯାହାର ଦାମ୍‌ ପାଖାପାଖି ୨୮୧୬୨୩୧ ଟଙ୍କା । ଏହାବ୍ୟତୀତ ୧୯୭୬୭ ତକିଆ କଭର ଚୋରି ହୋଇଛି । ଯାହାର ଦାମ୍‌ ୧୦୧୪୮୩୭ ଟଙ୍କା । ୨୭୯୬ କମ୍ବଳର ଦାମ୍‌ ୧୧୭୧୯୯୯ ଟଙ୍କା । ୩୧୨ ତକିଆର ଦାମ୍‌ ୩୪୯୫୬ ଟଙ୍କା ।

ରେଳ ବିଭାଗ ସୂଚନା ଦେଇ ଜଣାଇଛି ଯେ ଏହିଭଳି ଜିନିଷ ଚୋରି କରିବା ଆଇନତଃ ଅପରାଧ । ରେଳ ବିଭାଗ ନିଜର ରେଳ ପ୍ରୋପର୍ଟି ଆକ୍ଟ ୧୯୬୬ ଅନୁଯାୟୀ ଏପରି କରୁଥିବା ଯାତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ । ଏଥିରେ ଯାତ୍ରୀଙ୍କ ଉପରେ ଜରିମାନା ଲାଗିବା ସହିତ ଦଣ୍ଡବିଧାନ ବି ମିଳିବ । ଏଥିରେ ଆପଣଙ୍କୁ ଅଧିକରୁ ଅଧିକ ୫ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ଏବଂ ଜରିମାନା ମଧ୍ୟ ରେଳ ବିଭାଗ ପକ୍ଷରୁ ଲାଗିପାରେ ।



ପଢନ୍ତୁ ଏହି ଖବର:  ଗରିବଙ୍କ ଆକାଉଣ୍ଟଙ୍କୁ ଟଙ୍କା ପଠାଉଛନ୍ତି ସରକାର; ଲିଷ୍ଟରେ ଚେକ୍ କରନ୍ତୁ ଆପଣଙ୍କ ନାମ
Published by:Sujit Swain
First published: