News 18 Odia Digital
Indian railway: ରେଳଯାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର । ଯଦି ଆପଣ ଅଧି୍କାଂଶ ସମୟରେ ରେଳଯାତ୍ରା କରୁଛନ୍ତି କିମ୍ୱା ଆଗକୁ ରେଳରେ କେଉଁଆଡେ ଯିବାପାଇଁ ପ୍ଲାନିଂ କରିଛନ୍ତି ତେବେ ଆପଣଙ୍କ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି ତେବେ ଆପଣଙ୍କୁ ରେଳ ଯାତ୍ରା ସମୟରେ ଖାଦ୍ୟ ପାନୀୟ ସମେତ ଆହୁରୀ ଅନେକ ସୁବିଧା ମିଳିବ ।
ଆପଣ ବିଶ୍ୱାସ କରୁନଥିଲେ ମଧ୍ୟ ଏହା ସତ । ଭାରତୀୟ ରେଳବାଇ ଓ ଆଇଆରସିଟିସି ତରଫରୁ ଆପଣଙ୍କୁ ମାଗଣା ଖାଦ୍ୟ ଓ ପାନୀୟ ସୁବିଧା ଯୋଗାଇ ଦିଆଯାଉଛି । କିନ୍ତୁ ଅଧିକାଂଶ ଯାତ୍ରୀମାନେ ଏ ସୁବିଧା ବିଷୟରେ ଅବଗତ ନାହାନ୍ତି । ତେଣୁ ସମ୍ପୂର୍ଣ୍ଣ ଫାଇଦା ଉଠାଇପାରୁନାହାନ୍ତି ରେଳଯାତ୍ରୀ ।
ତେବେ ଜାଣିରଖନ୍ତୁ କିପରି ଆପଣ ମାଗଣାରେ ଖାଦ୍ୟ ଓ ଥଣ୍ଡା ପାନୀୟ ପାଇବେ ।
ଆପଣଙ୍କୁ ସୂଚନାଦେବାକୁ ଚାହୁଁଛୁ ଯେ, ଯଦି ଆପଣ ରେଳଯାତ୍ରା କରୁଛନ୍ତି କିମ୍ୱା କରିବାର ଯୋଜନା ଅଛି ତେବେ, ଆପଣଙ୍କୁ ମାଗଣା ଖାଦ୍ୟ ତଥା ଆଇଆରସିଟିସିରୁ ଥଣ୍ଡା ପାନୀୟ ପାଇଁ କୌଣସି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । କିନ୍ତୁ ଏହି ସୁବିଧା ଆପଣଙ୍କୁ ସେତେବେଳେ ମିଳିବ ଯେତେବେଳେ ଆପଣଙ୍କ ଟ୍ରେନ୍ କୌଣସି କାରଣରୁ ବିଳମ୍ବ ହୋଇଯିବ । ଟ୍ରେନ୍ ବିଳମ୍ୱ ହେଲେ IRCTC ତରଫରୁ ସମ୍ପୂର୍ଣ୍ଣ ମାଗଣା ଖାଦ୍ୟ ଓ ପାନୀୟ ଆପଣହ୍କୁ ମିଳିବ ।
ରେଳବାଇର ଅନେକ ନିୟମ ରହିଛି ।ଟ୍ରେନ୍ ବିଳମ୍ୱ ହେଲେ କୌଣସି କାରଣ କିମ୍ୱା ପରିସ୍ଥିତିରେ ଖାଦ୍ୟ ଓ ପାନୀୟ ପାଇଁ ଆପଣଙ୍କୁ କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ । ରେଳବାଇର ଏପରି ସୁବିଧାକୁ ଆପଣ ସହଜରେ ଉପଭୋଗ କରିପାରିବେ । ଭାରତୀୟ ରେଳବାଇର ନିୟମ ଅନୁଯାୟୀ ଏହା ଆପଣଙ୍କର ଅଧିକାର, ଟ୍ରେନ୍ ବିଳମ୍ବ ହେଲେ ଆଇଆରସିଟିସିର କ୍ୟାଟରିଂ ନିୟମ ଅନୁସାରେ ଯାତ୍ରୀମାନଙ୍କୁ ଜଳଖିଆ ଯୋଗାଇ ଦିଆଯାଉଛି ।
ଆପଣ ଏହି ସୁବିଧା କେଉଁ ଟ୍ରେନରେ ଓ କେଉଁ ପରିସ୍ଥିତିରେ ପାଇବେ ?ଯଦି ଆପଣଙ୍କ ଟ୍ରେନ୍ ୨ ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହେବ ଏବଂ ଆପଣ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବେ ତେବେ ଆପଣ ଏହି ସୁବିଧା ପାଇପାରିବେ । ସେପରି କିଛି ଟ୍ରେନର ନାମ ଆପଣଙ୍କୁ କହିରଖୁଛୁ । ଶତାବ୍ଦୀ, ରାଜଧାନୀ ଏବଂ ଦୂରନ୍ତ ପରି ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏପରି ସୁବିଧା ସହଜରେ ପାଇପାରିବେ ।
ଆପଣ ଯାତ୍ରା କରୁଥିବା ଟ୍ରେନରେ କେଉଁ ଜଳଖିଆ ମିଳିବ ?ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଟ୍ରେନରେ ଜଳଖିଆରେ ଆପଣଙ୍କୁ ଚା କିମ୍ୱା କଫି ସହିତ ବିସ୍କୁଟ ମିଳିବ ।ସନ୍ଧ୍ୟାରେ ହାଲୁକା ଜଳଖିଆ ସହ ପୁଣିଥରେ ଚା କିମ୍ବା କଫି । ଓ ରାତି ସମୟରେ ରେଳବାଇ ରୁଟିନ ଅନୁସାରେ ଖାଦ୍ୟ ଦିଆଯିବ । ଯଦି ଆପଣଙ୍କର ଟ୍ରେନ୍ ୨ ଘଣ୍ଟା ବିଳମ୍ବରେ ଚାଲିଥାଏ, ତେବେ ରେଳବାଈ ନିୟମ ଅନୁସାରେ ଆପଣ ଖାଦ୍ୟ ଅର୍ଡର କରି ଖାଇପାରିବେ ।
ଏହି ଖବର ପଢ଼ନ୍ତୁ -
ଏପ୍ରିଲରୁ UPI କାରବାର ହେବ ମହଙ୍ଗା ! ୨ହଜାରରୁ ଅଧିକ କାରବାର ଉପରେ ପଡ଼ିବ ଚାର୍ଜ !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।