ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଖେଳାଳିମାନେ ଭୟରେ ଖେଳନ୍ତି: ଅଷ୍ଟ୍ରେଲିଆର ପୂର୍ବ ଖେଳାଳି
ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ରହାଣେଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆରେ ଜବରଦସ୍ତ ବିଜୟ ହାସଲ କରିବା ପର ଠାରୁ ଚାଲିଆସିଥିବା ବିତର୍କରେ ଏକ ନୂଆ ଫର୍ଦ୍ଦ ଜୋଡ଼ିଛି । ରହାଣେଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଅଧିକ ଭଲ ଖେଳିବ କି?

ଅଷ୍ଟ୍ରେଲିଆରେ ବିରାଟ କୋହଲି ଓ ଅଜିଙ୍କ୍ୟ ରହାଣେ (ଏ.ପି. ଫଟୋ)
- News18 Odia
- Last Updated: February 2, 2021, 5:23 PM IST
ନୂଆ ଦିଲ୍ଲୀ: ଯେବେ ଠାରୁ ଅଜିଙ୍କ୍ୟ ରହାଣେଙ୍କ (Ajinkya Rahane) ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ (Australia Test Series) ଜିତିଛି ସେବେ ଠାରୁ ବିରାଟ କୋହଲିଙ୍କ (Virat Kohli) ଅଧିନାୟକତ୍ୱକୁ ନେଇ ତାଙ୍କ ପ୍ରଶଂସକ ଓ କ୍ରିକେଟ୍ ବିଶେଷଜ୍ଞମାନଙ୍କ ମଧ୍ୟରେ ବିତର୍କ ଚାଲିଛି । ଏବେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ତଥା ବ୍ରେଟ ଲି’ଙ୍କ (Brett Lee) ଭାଇ ଶେନ୍ ଲି (Shane Lee) ବିରାଟ କୋହଲିଙ୍କ ଅଧିନାୟକତ୍ୱ ଉପରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି ।
ଶେନ୍ ଲି କହିଛନ୍ତି ଯେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆର ଖେଳାଳିମାନେ ଭୟଭୀତ ହୋଇ ଖେଳୁଥିବା ବେଳେ ରହାଣେଙ୍କ ଅଧିନାୟକତ୍ୱରେ ସେମାନେ ଚାପମୁକ୍ତ ହୋଇ ଖେଳୁଥିବା ଦେଖାଯାଉଥିଲେ ।
ନ୍ୟୁଜ୍୧୮ ସହିତ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପରେ ଶେନ୍ ଲି କହିଛନ୍ତି, ‘‘ଦେଖନ୍ତୁ, ବିରାଟ କୋହଲି ଦୁନିଆର ସର୍ବୋତ୍ତମ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରୁ ଜଣେ, କିନ୍ତୁ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆର ଖେଳାଳିମାନେ ଚାପରେ ରହୁଥିବା ଦେଖାଯାଉଛି । ଲାଗୁଛି ଯେ ସେମାନେ ଭୟଭୀତ ଅଛନ୍ତି । ବିରାଟ କୋହଲି ସବୁ ଖେଳାଳିଙ୍କ ଠାରୁ ଏକ ପ୍ରଫେଶନାଲ୍ ଆଟିଚିୁଡ୍ ଚାହୁଁଛନ୍ତି । ସବୁ ଖେଳାଳିଙ୍କୁ ଫିଟ୍ ରହିବାକୁ ପଡିବ ଓ ସେମାନଙ୍କୁ ଫିଲ୍ଡିଂରେ ଭଲ ପ୍ରଦର୍ଶନ କରିବାକୁ ପଡିବ ବୋଲି ସେ ସବୁ ବେଳେ ଆଶା କରନ୍ତି । ଖେଳାଳିମାନେ ଟିକେ ଭୟଭୀତ ମନେ ହେଉଛନ୍ତି । ମୁଁ ରହାଣେଙ୍କ ଅଧିନାୟକତ୍ୱରେ ଖେଳାଳିମାନଙ୍କୁ ଆରାମରେ ଖେଳୁଥିବା ଅନୁଭବ କଲି ।’’
‘‘ମୁଁ ଯଦି ଜଣେ ଭାରତୀୟ ଚୟନକର୍ତ୍ତା (selector) ହୋଇଥାନ୍ତି, ତେବେ ମୁଁ ରହାଣେଙ୍କୁ ଅଧିନାୟକ ବନାଇଥାନ୍ତି, ଆଉ ବିରାଟ କୋହଲିଙ୍କୁ ନିଜ ବ୍ୟାଟିଂ ଉପରେ ଧ୍ୟାନ ଦେବାକୁ କହିଥା’ନ୍ତି । ମୁଁ ଚୟନକର୍ତ୍ତା ହୋଇଥିଲେ ରହାଣେ ଅଧିନାୟକ ହୋଇଥାନ୍ତେ ଓ କୋହଲିଙ୍କ କାମ କେବଳ ବ୍ୟାଟିଂ ଥା’ନ୍ତା,’’ କହିଛନ୍ତି ଶେନ୍ ଲି ।
ଏହା ବି ପଢ଼ନ୍ତୁ | ଢେଙ୍କାନାଳରେ ଦୁଇ ଝିଅଙ୍କ ବଚସା ବେଳେ ଗାଲ କାମୁଡ଼ା… ତା’ ପରେ ପିତାଙ୍କୁ ହାଣି ହତ୍ୟା କଲେ
ସେ ଆହୁରି କହିଛନ୍ତି ଯେ ତାଙ୍କୁ ଲାଗୁଛି ରହାଣେଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଅଧିକ ଭଲ ଖେଳିବ । ଏମିତି ମନ୍ତବ୍ୟ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ରହାଣେଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆରେ ଜବରଦସ୍ତ ବିଜୟ ହାସଲ କରିବା ପର ଠାରୁ ଆସି ଚାଲିଛି ।
ଏହା ବି ପଢ଼ନ୍ତୁ | ନବରଙ୍ଗପୁର: ବିବାହର ୨ ଦିନ ପରେ ନବ ଦମ୍ପତି ଆତ୍ମହତ୍ୟା କଲେ; ଝୁଲନ୍ତା ମୃତ ଦେହ ଉଦ୍ଧାର
ଆଡିଲେଡ୍ ଟେଷ୍ଟରେ ପରାଜୟ ପରେ ବିରାଟ କୋହଲି ଭାରତ ଫେରିଆସିଥିଲେ । ସେ ପୈତୃକ ଛୁଟି ନେଇଥିଲେ କାରଣ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା (Anushka sharma) ଗର୍ଭବତୀ ଥିଲେ ଓ କିଛି ଦିନ ମଧ୍ୟରେ ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିଲେ । ବିରାଟ ଓ ଅନୁଷ୍କା ଜାନୁଆରୀ ୧୧ ତାରିଖରେ ଏକ ଶିଶୁ କନ୍ୟାର ପିତାମାତା ହେବାର ଗୌରବ ହାସଲ କରିଥିଲେ ।
କୋହଲି ଅଷ୍ଟ୍ରେଲିଆରୁ ଫେରିଆସିବା ପରେ ରହାଣେ ଟିମ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ଅଧିନାୟକ ହୋଇଥିଲେ । ବୋଲରମାନଙ୍କ ଜବରଦସ୍ତ ଉପଯୋଗ କରି ସେ ଅଷ୍ଟ୍ରେଲିଆକୁ ବ୍ୟାକ୍ ଫୁଟରେ ରହିବା ପାଇଁ ବାଧ୍ୟ କରିଥିଲେ । ଟିମ୍ ଇଣ୍ଡିଆ ପ୍ରଥମେ ମେଲବୋର୍ଣ୍ଣରେ ଜିତିଥିଲା ଓ ତା’ ପରେ ସିଡନୀ ଟେଷ୍ଟକୁ ଡ୍ର କରାଇ ବ୍ରିସବେନରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜୟ ହାସଲ କରି ବର୍ଡ଼ର୍-ଗାଭାସ୍କର ଟ୍ରଫି ଜିତିଥିଲା ।