ଉତ୍ତରାଖଣ୍ଡରେ ପର୍ବତରେ ହିମସ୍ଖଳନରେ ଫସିଗଲା ନୌସେନାର ଟିମ୍; ଆରମ୍ଭ ହେଲା ଉଦ୍ଧାର କାର୍ଯ୍ୟ

Indian Navy team stuck in Uttarakhand avalanche on mountain | ପ୍ରାୟ ୬,୭୦୦ ମିଟର୍ ଉଚ୍ଚତାରେ ଥିବା ତ୍ରିଶୂଲୀ ପର୍ବତକୁ ଟ୍ରେକିଂ ପାଇଁ ଯାଇଥିବା ଭାରତୀୟ ନୌସେନାର ଏକ ଦଳ ହିମସ୍ଖଳନ ଦୁର୍ଘଟଣାର ସାମନା କରିଛି । ହଠାତ୍ ଆସିଥିବା ଆଭାଲାଞ୍ଚରେ ଛଅରୁ ୧୦ ଜଣ ନୌସେନା ଯବାନ ଫସିଯାଇଛନ୍ତି ।

ଉଦ୍ଧାରକାରୀ ଦଳ ବାହାରିଯାଉଥିବା ବେଳର ଏକ ଦୃଶ୍ୟ

ଉଦ୍ଧାରକାରୀ ଦଳ ବାହାରିଯାଉଥିବା ବେଳର ଏକ ଦୃଶ୍ୟ

  • Share this:
News18 Odia Digital

ଚମୋଲି: ଉତ୍ତରାଖଣ୍ଡର ତ୍ରିଶୂଲୀ ପର୍ବତ ଉପରେ ଟ୍ରେକିଂ କରିବାକୁ ଯାଇଥିବା ଭାରତୀୟ ନୌସେନାର (Indian Navy) ଏକ ଟିମ୍‌ ହିମସ୍ଖଳନର ଶିକାର ହୋଇଛି । କୁହାଯାଉଛି ଯେ ଛଅରୁ ୧୦ ଜଣ ଲୋକ ଏହି ହିମସ୍ଖଳନର ଶିକାର ହୋଇଛନ୍ତି । ଫସି ରହିଥିବା ନୌସେନା ପର୍ବତାରୋହୀ ଦଳ ବିଷୟରେ ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ଏନ୍‌.ଆଇ.ଏମ୍‌. (NIM) ଉତ୍ତରାକାଶୀରୁ ସେଠାକୁ ବାହାରି ଯାଇଛନ୍ତି ।

ପ୍ରାଥମିକ ସୂଚନା ଅନୁଯାୟୀ ଉତ୍ତରାଖଣ୍ଡର (Uttarakhand) ତ୍ରିଶୂଲୀ ବେସ୍ କ୍ୟାମ୍ପ ପରେ କୌଣସି ସ୍ଥାନରେ ଏହି ହିମସ୍ଖଳନ ହୋଇଛି । ଏଥିରେ ଛଅରୁ ୧୦ ଜଣ ନୌସେନା ଯବାନ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । କୁହାଯାଉଛି ଯେ ଏହି ଦୁର୍ଘଟଣା କ୍ୟାମ୍ପ୍‌ ୩ରୁ ଶିଖର ସମ୍ମିଳନୀକୁ ଯିବା ବେଳେ ଘଟିଛି । ପ୍ରାୟ ୬,୭୦୦ ମିଟର୍‌ ଉଚ୍ଚତାରେ ଥିବା ତ୍ରିଶୂଲୀ ପର୍ବତକୁ ଯାଇଥିବା ଭାରତୀୟ ନୌସେନା ଦଳ ଶୁ୍କ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ଫସିରହିଥିବା ସୂଚନା ଆସିଛି ।

ଏହା ବି ପଢ଼ନ୍ତୁ | ପିପିଲି Bypollରେ ୭୮.୨୪% ମତଦାନ ହେଲା; ଦିଶିଲା ଭୋଟରଙ୍କ ଉତ୍ସାହ; ସନ୍ଧ୍ୟାରେ ହିଂସା ଘଟଣାରେ ଯୁବକ ଆହତ ହେଲେ

ନୌସେନାର ଏହି ଦଳ ସକାଳ ପ୍ରାୟ ୧୧ଟା ବେଳେ NIMରୁ ସହାୟତା ଲୋଡି଼ଥିଲେ । NIMର ପ୍ରିନ୍ସପାଲ୍ କର୍ଣ୍ଣେଲ୍‌ ଅମିତ ବିଷ୍ଟଙ୍କ ନେତୃତ୍ୱରେ ଇନସ୍ପେକ୍ଟର୍‌ ଦୀପ ଶାହି ଓ ସୌରଭଙ୍କ ତିନି ଜଣିଆ ଟିମ୍ ଶୁକ୍ରବାର ଅପରାହ୍ଣରେ ତ୍ରିଶୂଳୀ ପର୍ବତ ଅଭିନୁଖେ ବାହାରିଯାଇଛି । କର୍ଣ୍ଣେଲ ଅମିତ ବିଷ୍ଟ୍‌ ପୂର୍ବରୁ ତ୍ରିଶୂଲୀ ପର୍ବତର ଶିଖର ଆରୋହଣ କରିଛନ୍ତି । ତାଙ୍କର ତ୍ରିଶୂଲୀ ପର୍ବତ ବିଷୟରେ ଅଭିଜ୍ଞତା ଅଛି ।

ଏହା ବି ପଢ଼ନ୍ତୁ | ଚାନ୍ଦିପୁର DRDO ତଥ୍ୟ ଲିକ୍: ରହସ୍ୟମୟୀ ଯୁବତୀଙ୍କ ପରିଚୟ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ

ଶୁକ୍ରବାର ସକାଳେ ଉତ୍ତରାଖଣ୍ଡର ପାଗ ସମ୍ପର୍କରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ଏକ ସତର୍କ ସୂଚନା ଜାରି କରିଥିଲା । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ତିନି ଦିନ ପାଇଁ ଉତ୍ତରାଖଣ୍ଡରେ ଅନେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ଓ ପାଗ ମେଘୁଆ ରହିବ ।
Published by:Anand S.T. Das
First published: