ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଫେସବୁକ୍ ଓ ହ୍ବାଟସ୍ଆପ୍ ବ୍ୟବହାର କରିପାରିବେନି ସୈନିକ; ନୌସେନା ଲଗାଇଲା କଟକଣା

ଫେସବୁକ୍ ଓ ହ୍ବାଟସ୍ଆପ୍ ବ୍ୟବହାର କରିପାରିବେନି ସୈନିକ; ନୌସେନା ଲଗାଇଲା କଟକଣା

ନୌସେନା ଜାହାଜ ଏବଂ ନେଭି ଏୟାର ବେସକୁ ମଧ୍ୟ ସ୍ମାର୍ଟ ଫୋନ ନେଇ ଯିବା ଉପରେ କଟକଣା ଲଗାଇଛି । ବିଗତ ଦିନରେ ୭ ଜଣଙ୍କୁ ନୌସେନାରେ ପାକିସ୍ଥାନ ପାଇଁ ଗୋଇନ୍ଦାଗିରି କରିବା ଅଭିଯୋଗରେ ଗିରଫ କରାଯାଇଥିବାରୁ ନୌସେନା ଏପରି କଡ଼ା ପଦକ୍ଷେପ ନେଇଛି ।

ଫେସବୁକ୍ ଓ ହ୍ବାଟସ୍ଆପ୍ ବ୍ୟବହାର କରିପାରିବେନି ସୈନିକ; ନୌସେନା ଲଗାଇଲା କଟକଣା
ନୌସେନାର ଏକ ଯୁଦ୍ଧପୋତ
  • News18 Odia
  • Last Updated: December 30, 2019, 7:39 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ନୂଆ ଦିଲ୍ଲୀ: ଭାରତୀୟ ନୌସେନା ନିଜର ସମସ୍ତ ଜବାନ ଏବଂ ଅଧିକାରୀଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ରୋକ ଲଗାଇଛି । ଏହା ସହ ନୌସେନା ଜାହାଜ ଏବଂ ନେଭି ଏୟାର ବେସକୁ ମଧ୍ୟ ସ୍ମାର୍ଟ ଫୋନ ନେଇ ଯିବା ଉପରେ କଟକଣା ଲଗାଇଛି । ବିଗତ ଦିନରେ ୭ ଜଣ ଲୋକଙ୍କୁ ନୌସେନାରେ ପାକିସ୍ଥାନ ପାଇଁ ଗୋଇନ୍ଦାଗିରି କରିବା ଅଭିଯୋଗରେ ଗିରଫ କରାଯାଇଥିବାରୁ ନୌସେନା ଏପରି କଡ଼ା ପଦକ୍ଷେପ ନେଇଛି ।

କେମିତି ଧରା ପଡ଼ିଲା ଗୋଇନ୍ଦାଗିରି

ଆନ୍ଧ୍ରପ୍ରଦେଶ ପୋଲିସ ବିଗତ ଦିନରେ ପାକିସ୍ଥାନ ସହ ଜଡ଼ିତ ଏକ ଗୁପ୍ତଚର ରାକେଟ (ଏସପିଓନଜେ)କୁ ଧରିବାରେ ସଫଳ ହୋଇଥିଲା । ଏହି ଘଟଣାରେ ଗିରଫ କରାଯାଇଥିବା ୭ଜଣ ନୌସାନା କର୍ମୀଙ୍କର ସମ୍ବନ୍ଧ ପାକିସ୍ଥାନ ସହ ଥିଲା ବୋଲି ପୋଲିସ ପ୍ରମାଣ ପାଇଥିଲା । ଏହା ଛଡ଼ା ପୋଲିସ ଅନେକ ସନ୍ଦିଗ୍ଧଙ୍କୁ ଧରି ପଚରାଉଚରା କରିଥିଲା ।

ଅପରେସନ ଡଲଫିନ ନୋଜ

ପୋଲିସର ଗୋଇନ୍ଦା ବିଭାଗ, କେନ୍ଦ୍ରୀୟ ଗୋଇନ୍ଦା ଏଜେନ୍ସି ଏବଂ ନୌସାନର ଗୋଇନ୍ଦା ବିଭାଗର ମିଳିତ ‘ଅପରେସନ ଡଲଫିନ ନୋଜ୍’ ଚଳାଇ ଏହି ଗୁପ୍ତଚର ରାକେଟର ପର୍ଦ୍ଦାଫାଶ କରଥିଲା । ନୌସେନାର ୭ଜଣ କର୍ମଚାରୀ ଏବଂ ଜଣେ ହାବାଲା ଅପରେଟରଙ୍କୁ ଦେଶର ଅଲଗା ଅଲଗା ସ୍ଥାନରୁ ଗିରଫ କରାଯାଇଥିଲା ।

ସୋସିଆଲ ମିଡିଆରେ ବଢ଼ୁଛି ଅବିଶ୍ବାସର ସ୍ଥିତି

ବିଗତ ଦିନରେ ଇସ୍ରାଇଲ୍‌ର ଏକ ସଂସ୍ଥା ହ୍ବାଟସଆପ ଜରିଆରେ ଭାରତରେ କେତେଜଣ ନେତା ଏବଂ ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଥିବା ଅଭିଯୋଗ ଆସିଥିଲା । ଏହାକୁ ନେଇ ସେତେବେଳେ କେନ୍ଦ୍ର ସରକାରଙ୍କୁ ବିରୋଧୀମାନେ ଆକ୍ରମଣ କରିବା ସହ ଏହା ପଛରେ ମୋଦି ସରକାରଙ୍କ ହାତ ଥିବା ଅଭିଯୋଗ କରିଥିଲେ । ପରେ ଏନେଇ କେନ୍ଦ୍ର ଆଇଟି ଏବଂ ସୂଚ଼ନା ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ସଫେଇ ଦେବାକୁ ପଡ଼ିଥିଲା ।

ଏହା ଛଡ଼ା ଫେସବୁକ ଉପରେ ମଧ୍ୟ ଆମେରିକା ନିର୍ବାଚନ ସମୟରେ ଡାଟା ଚୋରି ହୋଇଥିବା ନେଇ ଅଭିଯୋଗ ଆସିଥିଲା । ପରେ ଏଥିପାଇଁ ଫେସବୁକର ପ୍ରତିଷ୍ଠାତା ତଥା ସିଇଓ ବ୍ୟକ୍ତିଗତ ଭାବେ ହାଜର ହୋଇ କ୍ଷମା ର୍ପ୍ରାର୍ଥନା କରିବା ସହ ଫେସବୁକକୁ ଜରିମାନା ଦେବାକୁ ପଡ଼ିଥିଲା । ଏହା ଛଡ଼ା ଚୀନର ହ୍ୟାକର ମାନେ ସୋସିଆଲ ମିଡିଆରୁ ହ୍ୟାକିଂ କରି ବିଭିନ୍ନ ସମୟରେ ଡାଟା ଚୋରି କରୁଥିବାର ଅଭିଯୋଗ ମଧ୍ୟ ହୋଇଆସୁଛି ।

ସେନାର ବଡ଼ ଅଧିକାରୀମାନଙ୍କୁ ପାକିସ୍ଥାନ ସୋସିଆଲ ମିଡିଆ ଜରିଆରେ ହନିଟ୍ରାପରେ ପକାଉଥିବା ନେଇ ଜଣାପଡିଥିଲା । ପରେ  ଭାରତ ସରକାର ସେନାର ଅଧିକାରୀଙ୍କ ଉପରେ ମିଟିଂ ଏବଂ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସୋସିଆଲ ମିଡିଆ ଏବଂ ସ୍ମାର୍ଟ ଫୋନର ବ୍ୟବହାର କରିବା ଉପରେ କଟକଣା ଜାରି କରିଥିଲେ ।
Published by: Anand Shankar Thankur Das
First published: December 30, 2019, 7:39 AM IST