News18 Odia Digital
ଗ୍ରେଟର ନୋଏଡା: ଆମେରିକାର ବବସନ୍ କଲେଜରେ (Bobson College of America) ପାଖାପାଖି ୪ କୋଟି ଟଙ୍କାର ସ୍କଲାରଶିପ୍ ପାଇ ପଢ଼ୁଥିବା ଭାରତୀୟ ଛାତ୍ରୀ ସୁଦୀକ୍ଷା ଭାଟିଙ୍କର (Sudiksha Bhati) ଉତ୍ତର ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ବାପା କହିଛନ୍ତି ଯେ ଏହି ମୃତ୍ୟୁ ଏକ ସାଧାରଣ ସଡ଼କ ଦୁର୍ଘଟଣା ନୁହେଁ, ବରଂ ଏକ ହତ୍ୟା ।
ଆମେରିକାରେ କରୋନା ଭାଇରସ ମହାମାରୀ (Coronavirus Pandemic) ବ୍ୟାପୁଥିବା ଯୋଗୁଁ ସୁଦୀକ୍ଷା ଭାରତ ଫେରିଆସିଥିଲେ । ସେ ନିଜ ମାମୁଁଙ୍କ ଘରକୁ ନିଜ ଦାଦା ସତେନ୍ଦ୍ର ଭାଟିଙ୍କ ସହ ଏକ ସ୍କୁଟିରେ ସିକନ୍ଦରାବାଦ ଅଭିମୁଖେ ଯାଉଥିଲେ । ଜାତୀୟ ରାଜପଥରେ ଔରଙ୍ଗାବାଦ ଗାଁ ନିକଟରେ ଏକ ଦ୍ରୁତ ଗତିରେ ଆସୁଥିବା ବାଇକ୍ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ସୁଦୀକ୍ଷାଙ୍କ ମୃତ୍ୟୁ ହୋଇଥିଲା ଓ ତାଙ୍କ ମାମୁଁ ସତେନ୍ଦ୍ର ଭାଟି ଗୁରୁତର ଆହତ ହୋଇଥିଲେ । ଏହି ଦୁଃଖଦ ଘଟଣା ସୋମବାର ସକାଳେ ଘଟିଥିଲା ।
ସୁଦୀକ୍ଷାଙ୍କ ବାପାଙ୍କ କହିବା ଅନୁସାରେ କେତେକ ଅସାମାଜିକ ଯୁବକ ଜାଣିଶୁଣି ତାହ୍କ ସ୍କୁଟିକୁ ଧକ୍କା ଦେଇଥିଲେ । ଏହି ଘଟଣାରୁ ଉତ୍ତର ପ୍ରଦେଶରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ସେ କହିଛନ୍ତି ।
ପ୍ରଥମରୁ ପାଠପଢ଼ାରେ ସୁଦୀକ୍ଷା ଖୁବ୍ ଭଲ ଥିଲେଅତି ସାଧାରଣ ପରିବାରରୁ ଆସିଥିବା ସୁଦୀକ୍ଷା ଭାଟି ନିଜ କଠିନ ପରିଶ୍ରମ ଦ୍ୱାରା ଆମେରିକାର ବବସନ୍ କଲେଜରୁ ଏକ ବଡ଼ ଛାତ୍ରବୃତ୍ତି (ପ୍ରାୟ ୪ କୋଟି ଟଙ୍କାର) ପାଇଥିଲେ । ସୁଦୀକ୍ଷା ନିଜ ପ୍ରାଥମିକ ପାଠ ପଢ଼ା ଗ୍ରାମର ବିଦ୍ୟାଳୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କରିଥିଲେ । ପାଠ ପଢ଼ାରେ ଆରମ୍ଭରୁ ଖୁବ୍ ଭଲ ଥିବା ସୁଦୀକ୍ଷାଙ୍କ ୨୦୧୧ ମସିହାରେ ବିଦ୍ୟାଜ୍ଞାନ ଲିଡରସିପ୍ ଏକାଡେମୀ ସ୍କୁଲରେ ଷଷ୍ଠ ଶ୍ରେଣୀ ଚୟନ ହୋଇଥିଲା ।
ଏହା ବି ପଢ଼ନ୍ତୁ | ରୁଷିଆ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା; ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ପ୍ରଥମେ ଦିଆଗଲାଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ କରୋନା ରୋଗୀଙ୍କୁ ଲୁଟୁଛନ୍ତି ଘରୋଇ ହସପିଟାଲ; ଚିକିତ୍ସା ବିଲ୍ ୧୦.୩୯ ଲକ୍ଷ ଟଙ୍କା!ଡାଏରୀ ସ୍କନର୍ ଗାଁର ବାସିନ୍ଦା ଚା’ ବିକ୍ରେତା ଜିତେନ୍ଦ୍ର ଭାଟୀଙ୍କ ଝିଅ ସୁଦୀକ୍ଷା ଭାଟି HCL ଫାଉଣ୍ଡେସନର ସ୍କୁଲ୍ ବିଦ୍ୟା ଜ୍ଞାନରୁ ଆଗାମୀ ପାଠ ପଢ଼ିଥିଲେ । ୨୦୧୮ ମସିହାରେ ସି.ବି.ଏସ୍.ଇ. (CBSE) ବୋର୍ଡ଼ର ଇଣ୍ଟରମିଡିଏଟ୍ (ଦ୍ୱାଦଶ ଶ୍ରେଣୀ) ପରୀକ୍ଷାରେ ସୁଦୀକ୍ଷା ୯୮ ପ୍ରତିଶତ ମାର୍କ ହାସଲ କରିଥିଲେ । ଏହା ପରେ ତାଙ୍କୁ ଆମେରିକାର ବବସନ୍ କଲେଜରୁ ଆଗାମୀ ଅଧ୍ୟୟନ ପାଇଁ ବୃତ୍ତି ମିଳିଥିଲା ।
ସୁଦୀକ୍ଷା ଅଗଷ୍ଟ ୨୦୧୮ରେ ବବସନ୍ କଲେଜ୍ ଅଫ୍ ଏଣ୍ଟରପ୍ରେନରସିପରେ (Bobson College of Entrepreneurship) ନାମ ଲେଖାଇଲେ । ସେ ବବସନ୍ କଲେଜରୁ ଉଦ୍ୟୋଗୀକରଣରେ ସ୍ନାତକ କୋର୍ସ୍ କରୁଥିଲେ । ବବସନ୍ କଲେଜରୁ ଛାତ୍ରବୃତ୍ତି ପାଇବା ପରେ ସୁଦୀକ୍ଷା କହିଥିଲେ ଯେ ତାଙ୍କ ସ୍ୱପ୍ନ ସାକାର ହୋଇଛି । ତାଙ୍କ ଅକାଳ ମୃତ୍ୟୁ ତାଙ୍କ ପରିବାରକୁ ବଡ଼ ଦୁଃଖ ଦେଇଛି ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।