Afghanistan Taliban Conflict: ଆଫଗାନିସ୍ତାନରେ ଏବେ ବି ଫସି ରହିଛନ୍ତି ଜଣେ ଭାରତୀୟ ଯୁବକ

Indian youth still stuck in Afghanistan even after Taliban seized Kabul | ତାଲିବାନ ଆଫଗାନିସ୍ତାନରେ ଗୋଟିଏ ପରେ ଗୋଟିଏ ସହର କବଜା କରୁଥିବା ବେଳେ ସେଠାରେ ବିଶ୍ୱର ବିଭିନ୍ନ ଦେଶର ଲୋକେ ଫସି ରହିଥିଲେ । ଭାରତର ଅନେକ ଲୋକଙ୍କୁ ଭାରତ ସରକାର ନିରାପଦରେ ଫେରାଇ ଆଣିଥିଲେ, ହେଲେ ଏହି ଯୁବକ ଫସି ରହିଛନ୍ତି ।

ତାଲିବାନ ସଂଗ୍ରାମୀମାନଙ୍କର ଏକ ଦୃଶ୍ୟ (ରୟଟର୍ସ ଫଟୋ)

ତାଲିବାନ ସଂଗ୍ରାମୀମାନଙ୍କର ଏକ ଦୃଶ୍ୟ (ରୟଟର୍ସ ଫଟୋ)

  • Share this:
News18 Odia Digital

ଶିମଲା: ୧୫ ଅଗଷ୍ଟ ଦିନ ଯେତେବେଳେ ସାରା ଦେଶର ଲୋକେ ସ୍ୱାଧୀନତା ଦିବସ (Independence Day 2021) ପାଳନ କରୁଥିଲେ, ତାଲିବାନ (Taliban) ସଂଗ୍ରାମୀମାନେ ଆଫଗାନିସ୍ତାନର (Afghanistan) ରାଜଧାନୀ କାବୁଲ ଉପରେ କବଜା କରୁଥିଲେ ଓ ଆଫଗାନିସ୍ତାନର ନାଗରିକମାନଙ୍କ ସ୍ୱାଧୀନତା ଛଡ଼ାଇ ନେଇଥିଲେ । ଗତ ତିନି ମାସ ଧରି ଚାଲିଥିବା ଏହି ଲଢ଼େଇରେ କାନ୍ଦାହାର ଓ ହେରାଟ ସହର ସମେତ ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ବଡ଼ ସହର ତାଲିବାନର ନିୟନ୍ତ୍ରଣକୁ ଆସୁଥିଲା । କିନ୍ତୁ କାହାରି ଧାରଣା ନ ଥିଲା ଯେ ରାଜଧାନୀ କାବୁଲ ଏତେ ଶୀଘ୍ର ତାଲିବାନ୍‌ ଅଧୀନକୁ ଆସିବାକୁ ଯାଉଛି । ରବିବାର ସକାଳେ ତାଲିବାନ୍‌ ସଂଗ୍ରାମୀମାନେ ହଠାତ୍ କାବୁଲକୁ ଘେରି ଯାଇଥିଲେ ଓ ଆଫଗାନିସ୍ତାନ ସରକାର ଏବଂ ସେନା ବିନା ଯୁଦ୍ଧରେ ଆତ୍ମସମର୍ପଣ କରିଥିବା ଦେଖାଯାଇଥିଲା ।

ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧ ସମୟରେ ସେଠାରେ କାର୍ଯ୍ୟ କରୁଥିବା ବିଶ୍ୱର ବିଭିନ୍ନ ଦେଶରୁ ଶହ ଶହ ଲୋକ ଫସି ରହିଥିଲେ । ଭାରତର ଅନେକ ଲୋକ ବି ସେଠାରେ ଫସି ରହିଥିଲେ । ସେମାନଙ୍କୁ ରବିବାର ଦିନ ଭାରତ ସରକାର ନିରାପଦରେ ଫେରାଇ ଆଣିଥିଲେ।

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ତାଙ୍କ ପତ୍ନୀ ବିଦ୍ୟାଙ୍କୁ ଘଟଣା ସ୍ଥଳକୁ ଆଣି ସିନ୍ ରିକ୍ରିଏଟ୍ କାହିଁକି କରୁନାହିଁ ପୋଲିସ? ଉଠିଲା ପ୍ରଶ୍ନ

କିନ୍ତୁ ଏ ସବୁ ମଧ୍ୟରେ ହିମାଚଳ ପ୍ରଦେଶର (Himachal Pradesh) ଜଣେ ଯୁବକ ସେଠାରେ ଏବେ ବି ଫସି ରହିଛନ୍ତି । ଏହାର ସୂଚନା ଜଣେ ବ୍ୟକ୍ତି ହିମାଚଳ ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଜୟରାମ ଠାକୁରଙ୍କୁ ଦେଇଛନ୍ତି । ଏହା ବିଷୟରେ ସୂଚନା ଦେଇ ଜୟରାମ ଠାକୁର ନିଜେ କହିଛନ୍ତି ଯେ ସୋମବାର ସକାଳେ ସେ ଏକ ଫୋନ୍ କଲ ପାଇଛନ୍ତି ଯେଉଁଥିରେ ଜଣେ ବ୍ୟକ୍ତି ଆଫଗାନିସ୍ତାନରେ ଫସି ରହିଥିବା ଖବର ଦିଆଯାଇଛି ।

ହିମାଚଳ ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଜୟରାମ ଠାକୁର


ଏହା ବି ପଢ଼ନ୍ତୁ | ସାବଧାନ! ଆଗକୁ ସମୁଦ୍ରରେ ବୁଡ଼ିଯାଇପାରେ ପାରାଦୀପ ସମେତ ଦେଶର ୧୨ଟି ଉପକୂଳବର୍ତ୍ତୀ ସହର

ସେହି ବ୍ୟକ୍ତିଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପାଇବାକୁ ହିମାଚଳ ପ୍ରଦେଶ ସରକାର ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ । ସେହି ଯୁବକଙ୍କୁ ସୁରକ୍ଷିତ ଭାବରେ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ଦୂତାବାସ ସହିତ ବି ଯୋଗାଯୋଗ କରାଯାଉଛି ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଚାଦୋକାନରେ ଝଗଡ଼ାରୁ ନକଲି ନୋଟ୍ରାକେଟର ପର୍ଦ୍ଦାଫାଶ ହେଲା; ₹୧୩.୮୫ ଲକ୍ଷ ଜବତ

‘‘ଭାରତ ସରକାର ଏହି ପ୍ରସଙ୍ଗରେ ନିରନ୍ତର ନଜର ରଖିଛନ୍ତି। ଗତକାଲି ଭାରତ ସରକାର ସୁରକ୍ଷିତ ଭାବେ ଆଫଗାନିସ୍ତାନରେ ଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିଛନ୍ତି। କିନ୍ତୁ ତଥାପି ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି । ହିମାଚଳର ଯୁବକଙ୍କ ସବିଶେଷ ତଥ୍ୟ ଏ ପର୍ଯ୍ୟନ୍ତ ଆସି ନାହିଁ । ସବିଶେଷ ତଥ୍ୟ ଆସିବା ମାତ୍ରେ ସେଠାରେ ଥିବା ଦୂତାବାସ ସହିତ ଯୋଗାଯୋଗ କରି ତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯିବ,’’ କହିଛନ୍ତି ଜୟରାମ ଠାକୁର ।



ତାଲିବାନ୍‌ ଆଫଗାନିସ୍ତାନର ସେନା ଓ ସାଧାରଣ ନାଗରିକଙ୍କୁ ସୁରକ୍ଷା ଯୋଗାଇ ଦେବାର ଭରସା ଦେଇଛି ଓ କହିଛି ଯେ କାହାରି ପ୍ରତିଶୋଧ ନିଆଯିବ ନାହିଁ। କିନ୍ତୁ କାବୁଲରୁ ପଳାଇଯିବାକୁ ଭୟଭୀତ ଲୋକମାନଙ୍କର ଲମ୍ବା ଧାଡ଼ି଼ ଦେଖିବାକୁ ମିଳିଥିଲା । ସହରରୁ ବାହାରକୁ ଯାଉଥିବା ରାସ୍ତାରେ ଭାରି ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଥିଲା । ଲୋକେ ତାଲିବାନ୍‌ ଶାସନ ଅଧୀନରେ ରହିବା ପରିବର୍ତ୍ତେ ସହର ଛାଡି଼ ପଳାଇବା ଶ୍ରେୟଶ୍କର ମଣୁଛନ୍ତି ।
Published by:Anand Shankar Thankur Das
First published: