ମାନବିକତାର ବାର୍ତ୍ତା ଦେଲା ସେନା; LoC ପାର ହୋଇ ସୀମାରେ ପହଞ୍ଚିଥିବା ଯୁବକଙ୍କୁ PAK କୁ ଫେରାଇଲା
India Pakistan News: ଯୁବକ ଜଣକ ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀରର (PoK) ଲିପା ସହରର ଅଧିବାସୀ ଓ ସେ ଭୁଲରେ ୫ ଏପ୍ରିଲରେ LoC ପାର କରିଥିଲା ।

ମାନବିକତାର ବାର୍ତ୍ତା ଦେଲା ଭାରତୀୟ ସେନା
- News18 Odia
- Last Updated: April 7, 2021, 6:38 PM IST
ନୂଆ ଦିଲ୍ଲୀ: ଭାରତୀୟ ସେନା ମାନବିକତାର ବାର୍ତ୍ତା ଦେଇ ଭୁଲରେ ଭାରତ ସୀମାରେ ପ୍ରବେଶ କରିଥିବା ଜଣେ ଯୁବକଙ୍କୁ ତିଥିୱାଲ କ୍ରସିଂ ପଏଣ୍ଟ ନିକଟରେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ପକ୍ଷରେ ହସ୍ତାନ୍ତର କରିଛି । ଏହି ସମୟରେ ସେନା ଯୁବକଙ୍କୁ ପୋଷାକ ଓ ମିଠା ମଧ୍ୟ ଦେଇଥିଲା । ଏହି ବ୍ୟକ୍ତି ଜମ୍ମୁ କାଶ୍ମୀରର କୁପୱାରା ନିକଟ କର୍ନା ଠାରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ଅତିକ୍ରମ କରିଥିଲେ ।
ସେହିଭଳି ୩ ଏପ୍ରିଲରେ ସୀମା ସୁରକ୍ଷା ବଳ (ବିଏସଏଫ) ଅଜାଣତରେ ପାକିସ୍ତାନରୁ ଅନ୍ତର୍ଜାତୀୟ ସୀମା ପାର ହୋଇ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ଜଣେ ଆଠ ବର୍ଷର ବାଳକକୁ ପାକିସ୍ତାନୀ ରେଞ୍ଜର୍ସକୁ ହସ୍ତାନ୍ତର କରିଥିଲା । ୨ ଏପ୍ରିଲରେ ଏହି ବାଳକ ରାଜସ୍ଥାନର ବାରମର ସେକ୍ଟରର ସୋମର ସୀମା ଯାଞ୍ଚ ପୋଷ୍ଟ ନିକଟରେ ଭାରତୀୟ ଅଞ୍ଚଳରେ ପହଞ୍ଚିଥିଲା ।
#WATCH: Indian authorities repatriated a youth to Pakistani authorities from Teethwal crossing point as humanitarian gesture. He was given clothes and sweets on his return. He had crossed LoC into Karna, Kupwara (Jammu and Kashmir) on 5th April.
(Source: Indian Army) pic.twitter.com/QbYbMIv81O
— ANI (@ANI) April 7, 2021
ବିଏସଏଫ ଏହାର ବିବୃତ୍ତିରେ କହିଛି ଯେ ୨ ଏପ୍ରିଲରେ ପ୍ରାୟ ଆଠ ବର୍ଷୀୟ କରିମ ଅଜାଣତରେ ଅନ୍ତର୍ଜାତୀୟ ସୀମା ପାର କରି ଭାରତ ଅଞ୍ଚଳକୁ ଯାଇ ବର୍ମର ସେକ୍ଟରର ସୋମର ସୀମା ନିକଟରେ ସୀମା ସୁରକ୍ଷା ବାଡ଼ ନିକଟରେ ପହଞ୍ଚି ଯାଇଥିଲା । ବିଏସଏଫ କହିଛି ଯେ ସତର୍କ ସୈନିକମାନେ ବାଳକଟିକୁ ଦେଖି ତାଙ୍କୁ ଫେରିବାକୁ କହିଥିଲେ । ବିଏସ୍ଏଫ୍ ଅନୁଯାୟୀ ସୈନିକମାନଙ୍କୁ ୟୁନିଫର୍ମରେ ଦେଖି ପିଲାଟି କାନ୍ଦିବାକୁ ଲାଗିଲା । କିନ୍ତୁ ସୈନିକମାନେ ତାଙ୍କୁ ଚୁପ୍ କରି ଖାଦ୍ୟ ଓ ପାଣି ଦେଇଥିଲେ ।
ବିବୃତ୍ତିରେ କୁହାଯାଇଛି ବାଳକଟି ରାସ୍ତା ଭୁଲି ଯାଇଥିଲା । କାରଣ ନିକଟ ପାକିସ୍ତାନୀ ଗାଁ ସୋମାର ବିଏସଏଫ ଏହି ବାଳକକୁ ପାଇଥିବା ସ୍ଥାନଠାରୁ ତିନି କିଲୋମିଟର ଦୂରରେ ଥିଲା । ମୁଖ୍ୟାଳୟରୁ ନିର୍ଦ୍ଦେଶ ପାଇବା ପରେ ପାକିସ୍ତାନୀ ରେଞ୍ଜର୍ସଙ୍କ ସହ ଏକ ଫ୍ଲାଗ ବୈଠକ ଅନୁଷ୍ଠିତ ହୋଇଥିଲା ଓ ନାବାଳକକୁ ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା ।