ପ୍ରଥମ ବିଶ୍ବଯୁଦ୍ଧ ହ୍ୟାଣ୍ଡ ଗ୍ରେନେଡରୁ ସେନାଙ୍କୁ ମିଳିଲା ଛୁଟକାରା; ଏକ ଘରୋଇ କମ୍ପାନୀ ନିର୍ମାଣ କଲା ନୂଆ ଗ୍ରେନେଡ

ନାଗପୁର ନିକଟସ୍ଥ କମ୍ପାନୀର ୨,୦୦୦ ଏକର ପ୍ଲାଣ୍ଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଗ୍ରେନେଡର ଏକ ପ୍ରତୀକାତ୍ମକ ଉପସ୍ଥାପନା ଦିଆ ଯାଇଥିଲା।

ପ୍ରଥମ ବିଶ୍ବଯୁଦ୍ଧ ହ୍ୟାଣ୍ଡ ଗ୍ରେନେଡରୁ ସେନାଙ୍କୁ ମିଳିଲା ଛୁଟକାରା

ପ୍ରଥମ ବିଶ୍ବଯୁଦ୍ଧ ହ୍ୟାଣ୍ଡ ଗ୍ରେନେଡରୁ ସେନାଙ୍କୁ ମିଳିଲା ଛୁଟକାରା

  • Share this:
News18 Odia Digital

ନୂଆ ଦିଲ୍ଲୀ: ଭାରତୀୟ ସେନାକୁ (Indian Army) ନୂଆ ହ୍ୟାଣ୍ଡ ଗ୍ରେନେଡ (Hand Grenade) ହସ୍ତାନ୍ତର କରାଯାଇଛି। ପ୍ରଥମ ଥର ପାଇଁ ନାଗପୁର ଭିତ୍ତିକ ପ୍ରତିରକ୍ଷା ଉତ୍ପାଦନକାରୀ କମ୍ପାନୀ ଇକୋନୋମିକ୍ ବିସ୍ଫୋରକ ଲିମିଟେଡ୍ (ଇଇଏଲ୍) ମଙ୍ଗଳବାର ଦିନ ପ୍ରଥମ ସ୍ବାଧୀନ ଭାବରେ ନିର୍ମିତ ମଲ୍ଟିମୋଡ୍ ହ୍ୟାଣ୍ଡ୍ ଗ୍ରେନେଡର (MMHG) ପ୍ରଥମ ବ୍ୟାଚ୍ ଭାରତୀୟ ସେନାକୁ ହସ୍ତାନ୍ତର କରିଛି।

ନାଗପୁର ନିକଟସ୍ଥ କମ୍ପାନୀର ୨,୦୦୦ ଏକର ପ୍ଲାଣ୍ଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଗ୍ରେନେଡର ଏକ ପ୍ରତୀକାତ୍ମକ ଉପସ୍ଥାପନା ଦିଆ ଯାଇଥିଲା। ଏହି ନୂଆ ହ୍ୟାଣ୍ଡ ଗ୍ରେନେଡଗୁଡ଼ିକ ପ୍ରଥମ ବିଶ୍ୱ ଯୁଦ୍ଧର ପୁରୁଣା ଡିଜାଇନ୍ ଗ୍ରେନେଡ୍ ନମ୍ବର ୩୬ର ସ୍ଥାନ ନେବ, ଯାହାକି ଏ ପର୍ଯ୍ୟନ୍ତ ସେବାରେ ଥିଲା ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସମାବେଶକୁ ସମ୍ବୋଧିତ କରିଥିଲେ। ସାର୍ବଜନୀନ ତଥା ବେସରକାରୀ କ୍ଷେତ୍ର ମଧ୍ୟରେ ସହଯୋଗ ବୃଦ୍ଧି ଓ ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଦିଗରେ ସେ MMHG ହସ୍ତାନ୍ତର କରିବାକୁ ଏକ ପ୍ରମୁଖ ପଦକ୍ଷେପ ବୋଲି ସେ ବର୍ଣ୍ଣନା କରିଥିଲେ।

ରାଜନାଥ ସିଂ କହିଥିଲେ, ‘‘ଆଜି ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ସ୍ମରଣୀୟ ଦିନ। ବର୍ତ୍ତମାନ ଆମର ଘରୋଇ କ୍ଷେତ୍ର କମ୍ପାନୀଗୁଡ଼ିକ ପ୍ରତିରକ୍ଷା ଉତ୍ପାଦ ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରିଛନ୍ତି । କେବଳ ପ୍ରତିରକ୍ଷା କ୍ଷେତ୍ରର ଉତ୍ପାଦନ ପାଇଁ ନୁହେଁ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ପାଇଁ ମଧ୍ୟ ଏହା ଏକ ମାଇଲଖୁଣ୍ଟ ।’’

କରୋନା ପ୍ରତିବନ୍ଧକ ମଧ୍ୟରେ ଅର୍ଡର ଶୀଘ୍ର ବିତରଣ ପାଇଁ ପ୍ରତିରକ୍ଷା ମନ୍ତ୍ର DRDO ଓ EELକୁ କହିଛନ୍ତି ଓ ପରବର୍ତ୍ତୀ ଲଟର ଶୀଘ୍ର ବିତରଣ ପାଇଁ ଅନୁରୋଧ କରିଛନ୍ତି । ଭାରତର ବେସରକାରୀ କ୍ଷେତ୍ର ଦ୍ୱାରା ନିର୍ମିତ ଅସ୍ତ୍ରଶସ୍ତ୍ରର ଏହା ହେଉଛି ପ୍ରଥମ ଉଦାହରଣ । ସୋଲାର ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆ ଲିମିଟେଡର ସମ୍ପୂର୍ଣ୍ଣ ମାଲିକାନା ସହାୟକ କମ୍ପାନୀ EEL ଗତ ମାସରେ ସଶସ୍ତ୍ର ବାହିନୀକୁ ଉନ୍ନତ ହ୍ୟାଣ୍ଡ ଗ୍ରେନେଡ୍ ବିତରଣ ଆରମ୍ଭ କରିଥିଲା। ଏ ପର୍ଯ୍ୟନ୍ତ ୧ ଲକ୍ଷ ଏମ.ଏମ.ଏଚ.ଜି.ର ପ୍ରଥମ ସାମଗ୍ରୀ ବିତରଣ କରାଯାଇଛି ।

ଏହି ଅବସରରେ ଆର୍ମି ଷ୍ଟାଫ୍ ଜେନେରାଲ୍ ଏମଏମ ନାରଭଣେ, ଡିଆରଡିଏ ଚେୟାରମ୍ୟାନ୍ ଜି ସତ୍ୟଶ ରେଡ୍ଡୀ ଓ ଇନଫଙ୍କେଟ୍ରି ବିଭାଗର ମହା ନିର୍ଦ୍ଦେଶକ ଲେଫ୍ଟ ଜେନେରାଲ୍ ଏକେ. ସାମନ୍ତରା ଉପସ୍ଥିତ ଥିଲେ।

ଭାରତୀୟ ସେନା ଓ ଭାରତୀୟ ବାୟୁସେନାକୁ ଏକ ମିଲିୟନ ଆଧୁନିକ ହ୍ୟାଣ୍ଡ ଗ୍ରେନେଡ ଯୋଗାଣ ପାଇଁ ଇଇଏଲ ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ୨୦୨୦ ଅକ୍ଟୋବର ୧ରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା । ଏହି ବିତରଣ ଦୁଇ ବର୍ଷ ମଧ୍ୟରେ କରାଯିବ ।
Published by:Lipina Das
First published: