ପାକ୍ ଅଧିକୃତ କାଶ୍ମୀରରେ ଭାରତର ଏୟାର୍ ଷ୍ଟ୍ରାଇକ୍ ଖବର ଅସତ୍ୟ ବୋଲି କହିଲା ସେନା

ପାକିସ୍ତାନ ଅଧିକୃତ କାଶ୍ମୀରରେ (PoK) ଭାରତୀୟ ସେନା ଆକାଶ ମାର୍ଗରୁ ପିନ୍‌ ପଏଣ୍ଟ ଷ୍ଟ୍ରାଇକ୍‌ କରି ଆତଙ୍କବାଦୀଙ୍କର ଅନେକ ଲଞ୍ଚ ପ୍ୟାଡକୁ ଟାର୍ଗେଟ୍‌ କରିଛି । ଏହି ଆକ୍ରମଣରେ ଅନେକ ଆତଙ୍କବାଦୀ ନିହତ ହୋଇଥିବା ସନ୍ଦେହ କରାଯାଉଛି ।

ପାକ୍ ଅଧିକୃତ କାଶ୍ମୀରରେ ଭାରତର ଏୟାର୍ ଷ୍ଟ୍ରାଇକ୍ ଖବର ଅସତ୍ୟ ବୋଲି କହିଲା ସେନା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 19, 2020, 10:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
Update: ପାକ୍ ଅଧିକୃତ କାଶ୍ମୀରରେ ଭାରତର ଏୟାର୍ ଷ୍ଟ୍ରାଇକ୍ ଖବର ଅସତ୍ୟ ବୋଲି କହିଲା ସେନା

News18 Odia Digital

ନୂଆ ଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀରରେ (Pakistan Occupied Kashmir – PoK) ଭାରତୀୟ ସେନା (India Army) ଏୟାର ଷ୍ଟ୍ରାଇକ୍ କରିଛି । ବଛାବଛା ଆତଙ୍କବାଦୀ ଆଡ୍ଡା ଉପରେ ଏହି ଏୟାର ଷ୍ଟ୍ରାଇକ୍‌ ହୋଇଛି । ଏଥିରେ ଅନେକ ଆତଙ୍କବାଦୀ ନିହତ ହୋଇଥିବା ସନ୍ଦେହ କରାଯାଉଛି ।

ଜମ୍ମୁ-କାଶ୍ମୀରର (Jammu Kashmir) ନାଗ୍ରୋଟା ଟୋଲ୍ ପ୍ଲାଜା ନିକଟରେ ଚାରି ଜଣ ଜୈସ୍-ଏ-ମହମ୍ମଦ (Jaish-e-Mohammad) ଆତଙ୍କବାଦୀଙ୍କୁ ଭାରତୀୟ ସୁରକ୍ଷାକର୍ମୀ ନିପାତ କରିବା ପରେ ଗୁରୁବାର ସନ୍ଧ୍ୟାରେ ପାକ୍ ଅଧିକୃତ କାଶ୍ମୀରକୁ ଟାର୍ଗେଟ୍ କରିଛି ଭାରତୀୟ ସେନା  ।

ପିଓକେରେ ଭାରତର ଏହି ଏୟାର ଷ୍ଟ୍ରାଇକ୍‌ ଏକ ଅତର୍କିତ ଆକ୍ରମଣ ଥିଲା। ସରକାରୀ ସୂତ୍ର କହିଛନ୍ତି ଯେ ପାକ୍‌ ଅଧିକୃତ କାଶ୍ମୀରରେ ଭାରତୀୟ ସେନା ପିନ୍‌ ପଏଣ୍ଟ ଷ୍ଟ୍ରାଇକ୍‌ କରିଛି । ଭାରତୀୟ ସେନା ଆତଙ୍କବାଦୀଙ୍କର ଲଞ୍ଚ ପ୍ୟାଡଗୁଡ଼ିକୁ ଟାର୍ଗେଟ୍‌ କରିଛି ।

ଏହା ବି ପଢ଼ନ୍ତୁ | ପୁରୀର ପରିଚିତି: ଲେଖାଶ୍ରୀଙ୍କୁ କୌଣସି ମନ୍ଦିରରେ ପୂରେଇ ଦେବନି ବୋଲି କହିଲା ସେବାୟତ ସଙ୍ଘ

ନ୍ୟୁଜ୍‌ ଏଜେନ୍ସି ପିଟିଆଇ ସୂତ୍ରୁରୁ ମିଳିଥିବା ଖବର ଅନୁସାରେ ପାକ୍‌ ଅଧିକୃତ କାଶ୍ମୀରରେ ଆତଙ୍କବାଦୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି । କୁହାଯାଉଛି ଯେ ଥଣ୍ଡା ପଡ଼ିବା ପୂର୍ବରୁ ଭାରତରେ ଆତଙ୍କବାଦୀମାନଙ୍କ ଅନୁପ୍ରବେଶ ଉପରେ ରୋକ ଲଗାଇବାକୁ ଭାରତୀୟ ସେନା ପିଓକେରେ ସନ୍ଦିଗ୍ଧ ଆତଙ୍କବାଦୀ ଆଡ୍ଡା ଉପରେ ପିନ୍‌ ପଏଣ୍ଟ ଷ୍ଟ୍ରାଇକ୍‌ କରିଛି ।

ଏହା ପୂର୍ବରୁ ନିର୍ବାଚନ ବେଳେ ଜାମ୍ମୁରେ ଆତଙ୍କୀ ହମଲା କରିବାକୁ ପ୍ରସ୍ତୁତ ହେଉଥିବା ଚାରି ଜଣ ଆତଙ୍କବାଦୀଙ୍କୁ ଜାମ୍ମୁ-କାଶ୍ମୀର ନାଗ୍ରୋଟାରେ ଭାରତୀୟ ସୁରକ୍ଷାକର୍ମୀ ସେମାନଙ୍କୁ ନିପାତ କରିଛି । ବିପୁଳ ଅସ୍ତ୍ରଶନ୍ତ୍ର ଦେଇ ସେମାନଙ୍କୁ ଭାରତ ପଠାଇଥିଲେ ସେମାନଙ୍କ ପାକିସ୍ତାନୀ ମାଷ୍ଟର୍ ।

ଏହା ବି ପଢ଼ନ୍ତୁ ଭୁବନେଶ୍ବର Blast: ଆସିଲା ମାଂସ ଖଣ୍ଡର DNA ରିପୋର୍ଟ; ୨୧ ଦିନ ପରେ ଜଣାପଡ଼ିଲା ଯେ ଇଞ୍ଜିନିଅରଙ୍କ ମୃତ୍ୟୁ ହୋଇଛି

ଜାମ୍ମୁ-କାଶ୍ମୀରର ନାଗ୍ରୋଟା ଟୋଲ୍ ପ୍ଲାଜା ନିକଟରେ ଚାରି ଜଣ ଜୈସ୍-ଏ-ମହମ୍ମଦ ଆତଙ୍କୀ ଅଛନ୍ତି ବୋଲି ଗୁଇନ୍ଦା ସୂଚନା ପାଇବା ପରେ ରାତିରୁ ସେହି ଅଞ୍ଚଳକୁ ନାକାବନ୍ଦି କରି ରଖିଥିଲେ ସେନା, ସିଆରପିଏଫ୍ ଏବଂ ଜାମ୍ମୁ-କାଶ୍ମୀର ପୋଲିସ୍ । ପାକିସ୍ତାନ ପଟୁ ସାମ୍ବା ସେକ୍ଟର ଦେଇ ଏହି ଚାରି ଆତଙ୍କବାଦୀ ଆସିଥିଲେ ।



ଟ୍ରକ୍ ଭିତରେ ଲୁଚି ସେମାନେ ଜାମ୍ମୁ ଯିବାର ଥିଲା । କିନ୍ତୁ ଚେକିଂ ବେଳେ ଡ୍ରାଇଭର୍ ଖସି ପଳାଇଲା । ଆଉ ତା’ ପରେ ହଠାତ୍ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କୀମାନେ କରିଥିଲେ ଗୁଳି ଓ ଗ୍ରେନେଡ୍ ମାଡ଼ । ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ସ୍ପଟରେ ପ୍ରାଣ ହରାଇଥିଲେ ଏହି ଆତଙ୍କବାଦୀମାନେ  ।
Published by: Anand Shankar Thankur Das
First published: November 19, 2020, 8:06 PM IST
corona virus btn
corona virus btn
Loading