ଭାରତରେ ଜନ୍ମିତ ଏହି ବ୍ୟକ୍ତି ଆମେରିକାରେ ପାଇଲେ ବଡ଼ ସମ୍ମାନ
News18 Odia Digital
Raja Krishnamoorthi: ଭାରତୀୟ-ଆମେରିକୀୟ ସାଂସଦ ରାଜା କୃଷ୍ଣମୃର୍ତ୍ତିଙ୍କୁ ତାଙ୍କର ଉଲ୍ଲେଖନୀୟ କ୍ୟାରିୟର ଓ ଜନସେବା ପାଇଁ ଉତ୍ସର୍ଗୀକୃତତା ପାଇଁ 'ବିଶିଷ୍ଟ ନେତୃତ୍ୱ' ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଙ୍କୁ ଏହି ସମ୍ମାନରେ ଇଲିନୋଇସ୍ ମନ୍ତ୍ରୀ ଜେସି ହ୍ବାଇଟ ତାଙ୍କୁ ସମ୍ମାନିତ କରିଛନ୍ତି।
ସମ୍ମାନିତ କଲେ ଇଲିନୋଇସ୍ ମନ୍ତ୍ରୀ
ଇଲିନୋଇସ୍ ମନ୍ତ୍ରୀ ଜେସି ହ୍ବାଇଟ ୪୮ ବର୍ଷୀୟ ଗଣତାନ୍ତ୍ରିକ ନେତା କୃଷ୍ଣମୂର୍ତ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ରାଜ କୃଷ୍ଣମୂର୍ତ୍ତି ୨୦୧୭ରୁ ଇଲିନୋଇସର ଅଷ୍ଟମ ସଂସଦୀୟ ଜିଲ୍ଲା ପାଇଁ ଆମେରିକାର ପ୍ରତିନିଧୀ ଭାବରେ କାର୍ଯ୍ୟ କରୁଛନ୍ତି।
ଉଜ୍ଜ୍ୱଳ କ୍ୟାରିୟର ପାଇଁ ପୁରସ୍କୃତ
ଗତ ସପ୍ତାହରେ କୃଷ୍ଣମୂର୍ତ୍ତିଙ୍କୁ ପୁରସ୍କାର ପ୍ରଦାନ କରିବାବେଳେ ହ୍ବାଇଟ କହିଥିଲେ, ‘‘ମୁଁ ତୁମର ଚମତ୍କାର କ୍ୟାରିୟର ଓ ଜନସେବା ପ୍ରତି ଉତ୍ସର୍ଗୀକୃତ ହୋଇଥିବାରୁ ମୁଁ ଗର୍ବିତ। ଏହା ତୁମ ଭଳି ଏକ ଅନନ୍ୟ ବ୍ୟକ୍ତିତ୍ୱକୁ ଏହି ସମ୍ମାନ ଦେଉଛି ଏହା ଏକ ଖୁସିର ବିଷୟ।’’
ପୁରସ୍କାର ଜିତିବା ପାଇଁ ଅଭିନନ୍ଦନ
ସେ ଆହୁରି କହିଥିଲେ, ‘‘ମୁଁ ଆଶା କରୁଛି ଏହା ଏହି ପ୍ରଦେଶ ତଥା ଆମ ଦେଶ ପାଇଁ ଆପଣଙ୍କର ଅସାଧାରଣ ସେବା ପାଇଁ ଆମର କୃତଜ୍ଞତାକୁ ମନେ ପକାଇବ। 'ବିଶିଷ୍ଟ ନେତୃତ୍ୱ ପୁରସ୍କାର' ଜିତିବା ପାଇଁ ପୁଣିଥରେ ଅଭିନନ୍ଦନ।’’
ଦିଲ୍ଲୀର ତାମିଲ ପରିବାରରେ ଜନ୍ମ
ହ୍ବାଇଟଙ୍କ ପରି ବହୁମୁଖୀ ବ୍ୟକ୍ତିତ୍ୱର ନେତୃତ୍ୱଙ୍କ ପାଇଁ ପୁରସ୍କାର ପାଇବା ପ୍ରକୃତରେ ଗୌରବର ବିଷୟ ବୋଲି କୃଷ୍ଣମୂର୍ତ୍ତି କହିଛନ୍ତି। କୃଷ୍ଣମୂର୍ତ୍ତି ନୂଆ ଦିଲ୍ଲୀରେ ଏକ ତାମିଲ ପରିବାରରେ ଜନ୍ମ ହୋଇଥିଲେ, ଯେତେବେଳେ ତାଙ୍କୁ ତିନିମାସ ହୋଇଥିଲା, ସେତେବେଳେ ତାଙ୍କ ପରିବାର ଆମେରିକା ଚାଲିଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।