ଇରାନର ଏୟାର ସ୍ପେଶରୁ ଦୂରେଇ ରହିବାକୁ ଭାରତୀୟ ବିମାନ ଗୁଡ଼ିକୁ ନିର୍ଦ୍ଦେଶ

ପେଣ୍ଟାଗନ ପକ୍ଷରୁ କୁହାଯାଇଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ କ୍ରମେ ସୁଲେମାନିଙ୍କୁ ମରାଯାଇଛି । ସେଠାରେ ସ୍ଥିତି ଖରାପ ଥିବାରୁ ତା ଉପର ଦେଇ ବିମାନ ଚଳାଚଳ କରିବାକୁ ମନା କରାଯାଇଛି ।

ଇରାନର ଏୟାର ସ୍ପେଶରୁ ଦୂରେଇ ରହିବାକୁ ଭାରତୀୟ ବିମାନ ଗୁଡ଼ିକୁ ନିର୍ଦ୍ଦେଶ
ଏକ ଭାରତୀୟ ବିମାନ ଉଡାଣ ଭରୁଛି
  • News18 Odia
  • Last Updated: January 3, 2020, 6:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News 18 Odia Digital

ନୂଆ ଦିଲ୍ଲୀ: ଆମେରିକା ପକ୍ଷରୁ ଇରାନର ଉଚ୍ଚ ସୈନ୍ୟ ଅଧିକାରୀ କାସିମ ସୁଲେମାନୀଙ୍କ ଉପରେ ଆକ୍ରମଣ କରାଯାଇ ହତ୍ୟା କରାଯିବା ପରେ ପୂରା ବିଶ୍ବରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି । ଏହି କ୍ରମରେ ସିଏନବିସି-ଟିଭି୧୮କୁ ମିଳିଥିବା ଖବର ଅନୁସାରେ ଭାରତୀୟ ବିମାନ ଗୁଡ଼ିକୁ ଇରାନର ଆକାଶ ମାର୍ଗର ବ୍ୟବହାର କରିବାକୁ ବାରଣ କରାଯାଇଛି । ଭାରତୀୟ ବିମାନ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି କି ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା କାରଣରୁ ସାବଧାନତା ଅବଲମ୍ବନ କରି ଇରାନ ଆକାଶ ମାର୍ଗ ବ୍ୟବହାରରୁ ଦୂରେଇ ରହିବା ପାଇଁ ।

ଇରାକ ରାଜଧାନୀ ବାଗଦାଦର ଅନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ଆମେରିକା ଆକ୍ରମଣ କରିବା ପରେ ଇରାନର ଶୀର୍ଷ ସେନା କମାଣ୍ଡର ସୁଲେମାନୀଙ୍କର ମୃତ୍ୟୁ ହୋଇଥିଲା । ଇରାନ ଏବଂ ଆମେରିକା ଏହି ସୂଚନା ସମ୍ପର୍କରେ ସ୍ପଷ୍ଟକ୍ତି ପ୍ରକାଶ କରିଛନ୍ତି । ଏହି ନାଟକୀୟ ଘଟଣା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବଢ଼ିଯାଇଛି । କିଛି ଦିନ ପୂର୍ବରୁ ଇରାନ ସମର୍ଥକମାନେ ଇରାକରେ ଥିବା ଆମେରିକା ଦୂତାବାସକୁ ଘେରବନ୍ଦୀ କରିଥିଲେ ।

ଏହାର ପ୍ରତିଶୋଧ ନେବୁ

ଇରାନର ସର୍ବୋଚ୍ଚ ନେତା ଆାୟାତୁଲ୍ଲା ଅଲୀ ଖାନ କୁଦସ ଫୋର୍ସର ଜେନେରାଲ କାଶିମ ସୁଲେମାନୀଙ୍କର ଆମେରିକା ଆକ୍ରମଣରେ ହୋଇଥିବା ମୃତୁ୍ର କଡ଼ା ପ୍ରତିଶୋଧ ନେବୁ ସଂକ୍ଳପ ନେଇଛନ୍ତି । ଖାମୋନୀ ନିଜ ଟୁଇଟରେ ‘‘ ଏହି ସବୁ ବର୍ଷରେ ତାଙ୍କର ନିରନ୍ତର ପ୍ରୟାସର ପୁରସ୍କାର ସେ ଶହୀଦ ହୋଇଛନ୍ତି । ତାଙ୍‌କ ଯିବା ପରେ ମଧ୍ୟ ତାଙ୍କ  ଦ୍ବାରା ଆରମ୍ଭ କରାଯାଇଥିବା କାମ ବନ୍ଦ ହେବନାହିଁ । ତାଙ୍‌କର ଅପରାଧୀ ମାନଙ୍କୁ କେବେବି କ୍ଷମା ଦିଆାଯିବ ନାହିଁ ।’’

ଆମେରିକାର ଦାଦାଗିରି ବିରୋଧରେ ଛିଡ଼ା ହେବା ଏବଂ ଇସଲାମୀ ଦେଶମାନଙ୍କ ମୂଲ୍ୟର ରକ୍ଷା କରି ଇରାନ ନିଜର ତଥା ଅନ୍ୟ ଦେଶମାନଙ୍କ ପ୍ରତି ପ୍ରତିବଦ୍ଧତାକୁ ଦୁଇଗୁରା କରିଦେଇଛି ।
First published: January 3, 2020, 6:47 PM IST