ମହାରାଷ୍ଟ୍ରର ପୁଣେରେ ଭାରତୀୟ ବାୟୁସେନା କ୍ଷୁଦ୍ର ପ୍ରଶିକ୍ଷକ ବିମାନ ଦୁର୍ଘଟଣାଗ୍ରସ୍ତ
- News18 Odia
- Last Updated :
- Maharashtra
News18 Odia Digital
Maharashtra: ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଇନ୍ଦପୁର ତାଲୁକା ଅନ୍ତର୍ଗତ କଦବନୱାଡିରେ ଏକ ଭାରତୀୟ ବାୟୁସେନା ପ୍ରଶିକ୍ଷକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ମହିଳା ପାଇଲଟ ସାମାନ୍ୟ ଆହତ ହୋଇଥିଲେ। ଯାନ୍ତ୍ରିକ ତ୍ରୁଟି ହେତୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ଦୁର୍ଘଟଣା ପରେ ମହିଳା ପାଇଲଟଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ, ମହିଳା ପାଇଲଟ କୌଣସି ଗୁରୁତର ଆହତ ହୋଇନାହାଁନ୍ତି।
ଅଧିକାରୀଙ୍କ ଉଦ୍ଧୃତ ରିପୋର୍ଟ ଅନୁଯାୟୀ ପାଇଲଟ ଭବନା ରାଠୋର ସାମାନ୍ୟ ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଛି। ବିମାନଟି ଦୁର୍ଘଟଣାଗ୍ରସ୍ତରେ ପୂରା ନଷ୍ଟ ହୋଇଯାଇଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।