ମହିଳା ଟି-୨୦ ବିଶ୍ବ କପ୍: ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କଲା ଭାରତୀୟ ଦଳ

ମହିଳା ଟି-୨୦ ବିଶ୍ବ କପରେ ଏହା ଭାରତର କ୍ରମାଗତ ଚ଼ତୁର୍ଥ ବିଜୟ । ରାଧା ଯାଦବ ଭଲ ବୋଲିଂ କରି ଚ଼ାରିଟି ୱିକେଟ ନେଇଥିଲେ ଓ ‘ପ୍ଲେୟାର ଅଫ୍ ଦ ମ୍ୟାଚ୍’ ଘୋଷିତ ହୋଇଥିଲେ ।

ମହିଳା ଟି-୨୦ ବିଶ୍ବ କପ୍: ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କଲା ଭାରତୀୟ ଦଳ
ବିଜୟ ପରେ ଖୁସିରେ ଦୌଡ଼ୁଛନ୍ତି ଭାରତୀୟ ଖେଳାଳିମାନେ ।
  • News18 Odia
  • Last Updated: February 29, 2020, 5:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆଇସିସି ମହିଳା ଟି-୨୦ ବିଶ୍ବ କପରେ ଶ୍ରୀଲଙ୍କାଙ୍କୁ ପରାଜିତ କରି ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି ଭାରତୀୟ ମହିଳା କ୍ରିକେଟ୍‌ ଦଳ । ଏହି ଟୁର୍ଣ୍ଣାମେଣ୍ଟରେ ଏହା ଭାରତର କ୍ରମାଗତ ଚ଼ତୁର୍ଥ ବିଜୟ ।

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍‌ ବିନିମୟରେ ୧୧୩ ରନ୍‌ କରିଥିଲା । ଭାରତୀୟ ଦଳ ଏହି ଲକ୍ଷକୁ ପିଛା କରି ୧୪ ଓଭର ଓ ଚ଼ାରିଟି ବଲରେ ତିନି ୱିକେଟ୍ ହରାଇ ୧୧୬ ରନ୍ କରି ବିଜୟ ଲାଭ କରିଥିଲା । ଅର୍ଥାତ୍ ସାତ ୱିକେଟରେ ଭାରତ ବିଜୟୀ ହେଲା । ଭାରତ ପକ୍ଷରୁ ରାଧା ଯାଦବ ଭଲ ବୋଲିଂ କରି ଚ଼ାରିଟି ୱିକେଟ ନେବା ସହ ପ୍ଲେୟାର ଅଫ୍ ଦ ମ୍ୟାଚ୍‌ ଘୋଷିତ ହୋଇଥିଲେ ।

ଭାରତ ପକ୍ଷରୁ ଶେଫାଳୀ ବର୍ମା ୩୪ଟି ବଲରୁ ୪୭ ରନ୍ କରି ଆଉଟ୍ ହୋଇଯାଇଥିଲେ । ସେହିପରି ସ୍ମୃତି ମନ୍ଧାନା ୧୨ଟି ବଲରୁ ୧୭ ରନ କରିଥିବା ବେଳେ ଅଧିନାୟକା ହରମନପ୍ରୀତ କୌର ୧୪ଟି ବଲରୁ ୧୫ ରନ୍ କରି ଆଉଟ୍ ହୋଇଥିଲେ । ପରେ ଜେମିନାଥ ରୋଡ୍ରିଗସ୍‌ ଓ ଦୀପ୍ତି ଶର୍ମା ୧୫ ରନ୍‌ ଲେଖାଏଁ କରି ଭାରତକୁ ବିଜୟୀ କରାଇଥିଲେ ।

ଶୀଲଙ୍କା ପ୍ରଥମେ ବ୍ୟାଟିଂ କରି ଦୁଇ ଓଭର ଓ ଗୋଟିଏ ବଲରେ ପ୍ରଥମ ୱିକେଟ୍‌ ଭାବେ ଉମେଶ ଥିମାସିନିଙ୍କୁ ହରାଇ ଥିଲା । ସେତେବେଳେ ଶ୍ରୀଲାଙ୍କାର ରନ୍ ୧୨ ଥିଲା । ପରେ ହର୍ଷତା କରୁଣାରତେ ଓ ଚ଼ମ୍ପାରୀ ଆଥପତଥି ଯୋଡ଼ି ବ୍ୟାଟିଂ କରି ସାତ ଓଭରରେ ୪୨ ରନ୍‌ କରିଥିଲେ । ହେଲେ ସପ୍ତମ ଓଭରର ପ୍ରଥମ ବଲରେ ହର୍ଷିତା ୧୨ ରନ୍‌ କରି ଆଉଟ୍ ହୋଇଯାଇଥିଲେ । ଧୈର୍ଯ୍ୟର ସହ ଖେଳି ଚ଼ମ୍ପାରୀ ୨୪ଟି ବଲରୁ ୩୩ ରନ୍‌ କରି ଅଷ୍ଟମ ଓଭରର ତୃତୀୟ ବଲରେ ଆଉଟ୍ ହୋଇଯାଇଥିଲେ । ତା’ପରେ ଶ୍ରୀଲଙ୍କାରର ବ୍ୟାଟିଂ ବିପର୍ଯ୍ୟୟ ଦେଖା ଯାଇଥିଲା । ଶେଷ ଆଡକୁ ଶ୍ରୀଲଙ୍କା ପକ୍ଷରୁ  କଭିଶା ଦିଲାରୀ ୧୬ଟି ବଲରୁ ୨୫ ରନ୍ କରିବାରୁ ଦଳ ୧୧୩ ରନରେ ପହଞ୍ଚି ପାରିଥିଲା ।

ଭାରତ ପକ୍ଷରୁ ରାଧା ଯାଦବ ସବୁ ଠୁ ଭଲ ବୋଲିଂ କରିଥିଲେ । ସେ ଚ଼ାରି ଓଭର ବୋଲିଂ କରି ୨୩ ରନ୍‌ ଦେଇ ଚ଼ାରିଟି ୱିକେଟ ଅକ୍ତିକାର କରିଥିଲେ । ସେହିପରି ଦୀପ୍ତି ଶର୍ମା ଚ଼ାରି ଓଭର ବୋଲିଂ କରି ୧୬ ରନ୍‌ ଦେଇ ଗୋଟିଏ ୱିକେଟ୍ ନେଇଥିବା ବେଳେ ରାଜେଶ୍ବରୀ ଗାୟକୱାଡ଼ ଚ଼ାରି ଓଭର ବୋଲିଂ କରି ୧୮ ରନ୍‌ ଦେଇ ଚ଼ାରି ୱିକେଟ୍ ନେଇଥିଲେ ।

ଏବେ ଗ୍ରୁପ ‘ଏ’ ରେ ଭାରତ ସର୍ବାଧିକ ଆଠ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଭାରତ ପଛକୁ ଚ଼ାରି ପଏଣ୍ଟ ସହ ଅଷ୍ଟ୍ରେଲିଆ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ସମାନ ଚ଼ାରି ପଏଣ୍ଟ ସହ ନିୟୁଜିଲ୍ୟାଣ୍ଡ ତୃତୀୟ ସ୍ଥାନରେ ରହିଛି । ସେହିପରି ଗ୍ରୁପ୍ ‘ବି’ରେ ଚ଼ାରି ପଏଣ୍ଟ ସହ ସାଉଥ୍‌ ଆଫ୍ରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ଚ଼ାରି ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି ।
First published: February 29, 2020, 5:08 PM IST
corona virus btn
corona virus btn
Loading