IND Vs ENG: ଭାରତ ଜିତିଲା ମ୍ୟାଚ୍ ଓ ସିରିଜ୍; ଇଂଲଣ୍ଡ ବିପକ୍ଷରେ ସବୁଠୁ ବଡ଼ ସ୍କୋର୍ କଲା

ଏହି ଶେଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଦୁଇଟି ୱିକେଟ୍ ହରେଇ ୨୨୪ ରନ୍ ସ୍କୋର୍ କରିଥିଲା । ଇଂଲଣ୍ଡ ବିପକ୍ଷ T20ରେ ଏହା ଥିଲା ଦଳର ସର୍ବାଧିକ ସ୍କୋର୍ । ଜବାବରେ ଇଂଲଣ୍ଡ୍ ଆଠ ୱିକେଟରେ ୧୮୮ ରନ୍ ସ୍କୋର୍ କରିପାରିଥିଲା ।

IND Vs ENG: ଭାରତ ଜିତିଲା ମ୍ୟାଚ୍ ଓ ସିରିଜ୍; ଇଂଲଣ୍ଡ ବିପକ୍ଷରେ ସବୁଠୁ ବଡ଼ ସ୍କୋର୍ କଲା
ଶାର୍ଦୁଲ୍ ଠାକୁର ଡ୍ୟାଭିଡ୍ ମଲାନଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ ।
  • News18 Odia
  • Last Updated: March 20, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବିରାଟ କୋହଲିଙ୍କ (Virat Kohli) ନେତୃତ୍ୱରେ ଟିମ୍ ଇଣ୍ଡିଆ (Team India) ପଞ୍ଚମ ଟି-୨୦ (India Vs England) ମ୍ୟାଚରେ ୩୬ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏହା ପରେ ଟିମ୍ ଇଣ୍ଡିଆ ୩-୨ରେ ସିରିଜ୍ କବଜା କରିଛି । କିଛି ଦିନ ତଳେ ଦଳ ଏହି ସିରିଜରେ ୧-୨ରେ ପଛରେ ଥିଲା, କିନ୍ତୁ ଶେଷ ଦୁଇଟି ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆ ଏହି ସିରିଜ୍ ଅକ୍ତିଆର କରିନେଇଛି ।

ଏହି ଶେଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ଦୁଇଟି ୱିକେଟ୍ ହରେଇ ୨୨୪ ରନ୍‌ ସ୍କୋର୍‌ କରିଥିଲା । ଇଂଲଣ୍ଡ ବିପକ୍ଷ T20ରେ ଏହା ଥିଲା ଦଳର ସର୍ବାଧିକ ସ୍କୋର୍‌ ।‌ ଏହାର ଜବାବରେ ଇଂଲଣ୍ଡ୍‌ ଦଳ ଆଠ ୱିକେଟରେ କେବଳ ୧୮୮ ରନ୍ ସ୍କୋର୍‌ କରିପାରିଥିଲା । ଏହା ପୂର୍ବରୁ ଟିମ୍‌ ଇଣ୍ଡିଆ ଟେଷ୍ଟ ସିରିଜକୁ ୩-୧ରେ କବଜା କରିଥିଲା ।

ଏହା ବି ପଢ଼ନ୍ତୁ | ଦେଖନ୍ତୁ VIDEO: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚିଲେ ଭୁବନେଶ୍ୱରରେ; ସ୍ୱାଗତ କଲେ ନବୀନ, ଧର୍ମେନ୍ଦ୍ର

୨୩ ମାର୍ଚ୍ଚରୁ ଇଂଲଣ୍ଡ ଓ ଟିମ୍‌ ଇଣ୍ଡିଆ ମଧ୍ୟରେ ତିନୋଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍ ଆରମ୍ଭ ହେଉଛି । ଇଂରାଜୀ ଦଳ ଆଠଟି ସିରିଜ୍ ହରାଇଛି ଓ ତିନି ବର୍ଷ ପରେ କୌଣସି T-20 ସିରିଜ୍ ଜିତି ନାହିଁ । ଏହା ପୂର୍ବରୁ ଇଂଲଣ୍ଡ୍‌ ଖେଳିଥିବା ଆଠଟି ସିରିଜ୍‌ ମଧ୍ୟରୁ ସାତଟି ଜିତିଥିବା ବେଳେ ଗୋଟିଏ ସିରିଜ ଡ୍ର ଥିଲା । ଏଥି ସହିତ ଟିମ୍ ଇଣ୍ଡିଆ କ୍ରମାଗତ ଭାବେ ଛଅଟି T-20 ସିରିଜ୍ ଜିତିଛି ।

ଏହା ବି ପଢ଼ନ୍ତୁ | ରାଜନୀତି ଗରମ: BJP କହିଲା ମନ୍ତ୍ରୀ ପ୍ରତାପଙ୍କୁ ଗିରଫ କର; BJD କହିଲା ଶାରଦା ପ୍ରଧାନଙ୍କୁ ଗିରଫ କର

ଶନିବାରର ମ୍ୟାଚରେ ଇଂଲଣ୍ଡ୍‌ ଦଳ ନିଜ ଲକ୍ଷ ପଛରେ ଧାଇଁବା ବେଳେ ଆରମ୍ଭ ଭଲ ହୋଇ ନ ଥିଲା । ଇନିଂସର ଦ୍ୱିତୀୟ ବଲରେ ଭୁବନେଶ୍ କୁମାର କୁମାର ଜେସନ ରୟ (୦) କୁ ଆଉଟ୍‌ କରିଥିଲେ । ଏହା ପରେ ଜୋସ୍‌ ବଟଲର (୫୨) ଓ ଡେଭିଡ ମଲାନ (୬୮) ଦ୍ୱିତୀୟ ୱିକେଟ୍ ପାଇଁ ୧୩୦ ରନ୍ ଯୋଡି଼ଥିଲେ । ଭୁବନେଶ୍ୱର ପୁଣି ଥରେ ଦଳକୁ ସଫଳତା ଦେଇଛନ୍ତି । ସେ ବଟଲରଙ୍କୁ ଆଉଟ୍‌ କରିଥିଲେ। ଏହା ପରେ ପଡ଼ିଆକୁ ଆସିଥିବା ଜନି ବେୟାରଷ୍ଟୋ (୭) ଏକ ବଡ଼ ଇନିଂସ ଖେଳିପାରି ନ ଥିଲେ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବର: ଭଡ଼ାଟିଆଙ୍କ ଉପରେ ଆକ୍ରମଣ ମାମଲାରେ ଗିରଫ ହୋଇପାରନ୍ତି BJP ନେତ୍ରୀ ତାଙ୍କ ସ୍ୱାମୀ



ଶାର୍ଦ୍ଦୁଲ ଠାକୁର ବି ୧୫ତମ ଓଭରରେ ମଲାନଙ୍କୁ ଆଉଟ୍‌ କରିଥିଲେ । ଏତିକି ବେଳେ ଇଂଲଣ୍ଡ ଦଳ ବିପର୍ଯ୍ୟୟର ସାମନା କରିଥିଲା । କ୍ୟାପଟେନ୍‌ ଆରୋନ ମୋର୍ଗାନ (୧) ଓ ବେନ୍‌ ଷ୍ଟୋକ୍ସ (୧୪) ବିଫଳ ରହିଥିଲେ । ଭୁବନେଶ୍ୱର କୁମାର ଚମତ୍କାର ବୋଲିଂ କରି ଚାରି ଓଭରରେ ମାତ୍ର ୧୫ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ । ଶାର୍ଦ୍ଦୁଲ ଠାକୁର ତିନୋଟି ୱିକେଟ୍ ନେଇଥିଲେ ।

ଏହା ବି ପଢ଼ନ୍ତୁ PHOTO ଦେଖନ୍ତୁ | ବାଲି ଖୋଳୁ ଖୋଳୁ ମହାଦେବ: ଯାଜପୁରରେ ବୈତରଣୀ ନଦୀ ଗର୍ଭରୁ ଉଭା ହେଲେ ସ୍ବୟଂ ଶିବଶମ୍ଭୁ

ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆକୁ ବିରାଟ କୋହଲି ଓ ରୋହିତ ଶର୍ମା ଏକ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍ ପାଇଁ ଉଭୟ ମିଶି ୯୪ ରନ୍ ଯୋଡିଥିଲେ । ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ । ପ୍ରଥମ ଥର ପାଇଁ ଆମର ଓପନିଂ ଯୋଡି଼ ଏହି ସିରିଜରେ ଦଳ ପାଇଁ ୫୦ କିମ୍ବା ଅଧିକ ରନ୍ ଯୋଡି଼ଥିଲେ | ସୂର୍ଯ୍ୟକୁମାର ଯାଦବ (୩୨) ମଧ୍ୟ ଭଲ ଖେଳିଥିଲେ ।

ଏହା ବି ପଢ଼ନ୍ତୁ | ପୁରୀରେ ବଟି ଦେବାରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ; ଅବସ୍ଥା ସଙ୍କଟାପନ୍ନ

ରୋହିତ ଶର୍ମା ୩୪ ବଲରୁ ୬୪ ରନ ସ୍କୋର୍‌ କରିଥିଲେ । T-20ରେ ଏହା ରୋହିତଙ୍କର ୨୨ତମ ଅର୍ଦ୍ଧଶତକ ଥିଲା । କୋହଲି ୨୮ତମ ଥର ପାଇଁ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ୮୦ ରନ୍ ସ୍କୋର୍‌ କରିବା ପରେ କୋହଲି ଅପରାଜିତ ରହିଥିଲେ । ସେ ୫୨ଟି ବଲର ସମ୍ମୁଖୀନ ହୋଇଥିଲେ ଓ ସାତଚି ଚୌକା ଏବଂ ଦୁଇଟି ଛକ୍କା ମାରିଥିଲେ ।



ହାର୍ଦ୍ଦିକ ପାଣ୍ଡ୍ୟା ୧୭ଟି ବଲରୁ ୩୯ ରନ୍‌ ସ୍କୋର୍‌ କରି ଅପରାଜିତ ରହିଥିଲେ । ତୃତୀୟ ୱିକେଟ୍ ପାଇଁ କୋହଲି ଓ ପାଣ୍ଡ୍ୟା ମିଶି ଅପରାଜିତ ୮୧ ରନ୍ କରିଥିଲେ । ଇଂଲଣ୍ଡ ପାଇଁ କ୍ରିସ୍ ଜୋର୍ଡାନ ଓ ମାର୍କ ଉଡ୍‌ ମହଙ୍ଗା ପ୍ରମାଣିତ ହୋଇଥିଲେ । ଜୋର୍ଡାନ୍‌ ୫୭ ରନ୍ ଦେଇଥିବା ବେଳେ ଉଡ୍‌ ୫୩ ରନ୍ ଦେଇଥିଲେ ।
Published by: Anand Shankar Thankur Das
First published: March 20, 2021, 11:59 PM IST