IND vs AUS: ଭାରତ ବକ୍ସିଂ ଡେ ଟେଷ୍ଟ ଜିତିଲା; ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କଲା; ସିରିଜ୍ ବରାବର
ଭାରତ ଅଷ୍ଟ୍ରେଲିଆକୁ (India vs Australia) ହରାଇ ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍ ଜିତିନେଇଛି । ଟିମ୍ ଇଣ୍ଡିଆ ଆୟୋଜକ ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରିଛି । ଚତୁର୍ଥ ଦିନରେ ଭାରତୀୟ ଦଳ ଏହି ମ୍ୟାଚ୍ ଜିତିଛି । ଏହା ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଥିଲା । ଏହି ବିଜୟ ସହିତ ୪ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୧ ରେ ବରାବର କରିଛି ।

ଭାରତ ବକ୍ସିଂ ଡେ ଟେଷ୍ଟ ଜିତିଲା
- News18 Odia
- Last Updated: December 29, 2020, 10:27 AM IST
ନୂଆ ଦିଲ୍ଲୀ: ଭାରତ ଅଷ୍ଟ୍ରେଲିଆକୁ (India vs Australia) ହରାଇ ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍ ଜିତିନେଇଛି । ଟିମ୍ ଇଣ୍ଡିଆ ଆୟୋଜକ ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରିଛି । ଚତୁର୍ଥ ଦିନରେ ଭାରତୀୟ ଦଳ ଏହି ମ୍ୟାଚ୍ ଜିତିଛି । ଏହା ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଥିଲା । ଏହି ବିଜୟ ସହିତ ୪ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୧ ରେ ବରାବର କରିଛି । ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚକୁ ୮ ୱିକେଟରେ ଜିତି ନେଇଥିଲା । ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ୭ ଜାନୁଆରୀରୁ ସିଡନୀରେ ଖେଳାଯିବ ।
ମେଲବୋର୍ଣ୍ଣରେ ଭାରତର ବିଜୟ ଅଧିନାୟକ ଅଜିଙ୍କ୍ୟ ରାହାଣେ (୧୧୨, ୨୭*) ଅଟନ୍ତି । ସେ ପ୍ରଥମ ଇନିଂସରେ ଏକ ଚମତ୍କାର ଶତକ ହାସଲ କରିଥିଲେ । ତା’ପରେ ଦ୍ୱିତୀୟ ଇନିଂସରେ ୨୭ ରନର ଅପରାଜିତ ଇନିଂସ ଖେଳିଥିଲେ । ଏହି ପ୍ରଦର୍ଶନ ପାଇଁ ରାହାନେଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆଖ୍ୟା ଦିଆଯାଇଛି ।
ମଙ୍ଗଳବାର ଦିନ ଯେତେବେଳେ ମ୍ୟାଚର ଚତୁର୍ଥ ଦିନରେ ଖେଳ ଆରମ୍ଭ ହୋଇଥିଲା । ସେତେବେଳେ ଭାରତୀୟ ଦଳ ବିଜୟର ନିକଟତର ହୋଇଥିଲେ । ମ୍ୟାଚର ତୃତୀୟ ଦିନରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୧୩୩ ରନ୍ ପାଇଁ ୬ଟି ୱିକେଟ୍ ହରାଇଥିଲା । ସୋମବାର ଅପରାଜିତ ରହିଥିବା କ୍ୟାମେରନ୍ ଗ୍ରୀନ୍ ଓ ପ୍ୟାଟ୍ କମିନ୍ସ ଅଷ୍ଟ୍ରେଲିଆର ଇନିଂସରେ ଅଗ୍ରଗତି କରିଥିଲେ । ଏହି ଦୁଇଜଣ ସ୍କୋରକୁ ୧୫୬ ରନରେ ପହଞ୍ଚାଇ ଥିଲେ । ଏହି ସ୍କୋରରେ କମିନ୍ସ ଆଉଟ୍ ୨୨ ରନ କରି ଆଉଟ ହୋଇଥିଲେ । ତାଙ୍କୁ ଜସପ୍ରୀତ ବୁମ୍ରା ଆଉଟ କରିଥିଲେ । ଏହାର କିଛି ସମୟ ପରେ କ୍ୟାମେରନ୍ ଗ୍ରୀନ୍ (୪୫), ନାଥାନ୍ ଲିଅନ୍ (୩) ଓ ଜୋସ୍ ହାଜଲେଉଡ୍ (୧୦) ମଧ୍ୟ ଆଉଟ ହୋଇଥିଲେ । ମିଚେଲ ଷ୍ଟାର୍କ ୧୪ ରନରେ ଅପରାଜିତ ରହିଥିଲେ ।
ଡେବ୍ୟୁ ଟେଷ୍ଟ ମ୍ୟାଚରେ ଖେଳୁଥିବା ମହମ୍ମଦ ସିରାଜ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ଜସପ୍ରୀତ ବୁମ୍ରା, ରବିଚନ୍ଦ୍ରନ ଅଶ୍ୱିନ ଓ ରବିନ୍ଦ୍ର ଜାଡେଜା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ଉମେଶ ଯାଦବ ମଧ୍ୟ ଗୋଟିଏ ୱିକେଟ୍ ନେଇଥିଲେ । ମ୍ୟାଚ୍ରେ ଉମେଶ ମାତ୍ର ୩.୩ ଓଭର ବୋଲିଂ କରିଥିଲେ । ଏହା ପରେ ସେ ଆହତ କାରଣରୁ ପଡ଼ିଆ ବାହାରକୁ ଯାଇଥିଲେ । ଉଭୟ ଇନିଂସକୁ ମିଶାଇ ଜସପ୍ରୀତ ବୁମ୍ରା ୬ଟି ୱିକେଟ୍ ନେଇଥିଲେ । ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ମହମ୍ମଦ ସିରାଜ ୫-୫ ୱିକେଟ୍ ନେଇଥିଲେ । ରବିନ୍ଦ୍ର ଜାଡେଜା ୩ଟି ଓ ଉମେଶ ଯାଦବ ଗୋଟିଏ ୱିକେଟ୍ ନେଇଥିଲେ ।
ଭାରତ ଓ ଅଷ୍ଟ୍ରେଲିଆ (India vs Australia) ପାଇଁ ଏହା ୧୦୦ ତମ ଟେଷ୍ଟ ମ୍ୟାଚ୍ ଥିଲା । ଭାରତ ଏହି ମ୍ୟାଚ ମଧ୍ୟରୁ ୨୯ଟି ଜିତିଥିବାବେଳେ ୪୩ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି । ଦୁଇ ଦଳ ମଧ୍ୟରେ ଏକ ମ୍ୟାଚ୍ ଟାଇ ଓ ୨୭ଟି ମ୍ୟାଚ୍ ଡ୍ର ରହିଛି ।