ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ଦ୍ୱିପାକ୍ଷିକ ସିରିଜ୍? PCB ଇସାରା ଦେଲା

ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ଦ୍ୱିପାକ୍ଷିକ ସିରିଜ୍? PCB ଇସାରା ଦେଲା

ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ପାକିସ୍ତାନ କ୍ରିକେଟ୍ ବୋର୍ଡ ସରକାରଙ୍କ ଉଚ୍ଚ ପଦାଧିକାରୀଙ୍କଠାରୁ ଭାରତ ବିରୋଧରେ ଦ୍ୱିପାକ୍ଷିକ ସିରିଜ୍ ସୂଚନା ପାଇଛି । ପାକିସ୍ତାନୀ ଖବରକାଗଜ ଡେଲି ଜଙ୍ଗରେ ଖବର ପ୍ରକାଶ ପାଇଛି ଯେ ଚଳିତ ବର୍ଷ ଏହି ଦୁଇ ଦଳ ୩ ମ୍ୟାଚ୍ ବିଶିଷ୍ଟ ଏକ ଟି -୨୦ ସିରିଜ୍ ଖେଳିପାରନ୍ତି ।

ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ଦ୍ୱିପାକ୍ଷିକ ସିରିଜ୍? PCB ଇସାରା ଦେଲା
ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ଦ୍ୱିପାକ୍ଷିକ ସିରିଜ୍!
  • News18 Odia
  • Last Updated: March 25, 2021, 12:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତ ଓ ପାକିସ୍ତାନ (India vs Pakistan) ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ୨୦୧୨-୧୩ ପରଠାରୁ ହୋଇନାହିଁ । ଅର୍ଥାତ ୨୦୧୩ ପରଠାରୁ ଏହି ଦୁଇ ଦଳ କେବଳ ଏସିଆ କପ୍ ଓ ଆଇସିସି ଟୁର୍ନାମେଣ୍ଟରେ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା କରନ୍ତି । କିନ୍ତୁ ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ଚଳିତ ବର୍ଷ ଉଭୟ ଦେଶ ମଧ୍ୟରେ ଟି -୨୦ ସିରିଜ୍ ଖେଳାଯାଇ ପାରେ । ଏହି ଦାବି ଅନୁଯାୟୀ ପାକିସ୍ତାନ କ୍ରିକେଟ୍ ବୋର୍ଡର ଉଚ୍ଚ ପଦାଧିକାରୀମାନେ ଭାରତ ଓ ପାକିସ୍ତାନ ଟି -୨୦ ସିରିଜ୍ ବିଷୟରେ ସୂଚନା ଦେଇଛନ୍ତି । ଭାରତ ଓ ପାକିସ୍ଥାନ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଗତ ୯ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ହୋଇନାହିଁ ।

ଭାରତ ଓ ପାକିସ୍ତାନ ଶେଷଥର ୨୦୧୨-୧୩ ବର୍ଷରେ ପରସ୍ପର ମଧ୍ୟରେ ମ୍ୟାଚ ଖେଳିଥିଲେ । କିନ୍ତୁ ବର୍ତ୍ତମାନ ଏହି ଦୁଇ ଦଳ ଖୁବ ଶୀଘ୍ର ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି । ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇସାରିଛି । ପୁଲୱାମା ଆକ୍ରମଣ ଘଟଣା ପରେ ପ୍ରଶଂସକ ଓ ବହୁ ଭେଟେରାନ କ୍ରିକେଟ୍ ପଡ଼ିଆରେ ପାକିସ୍ତାନକୁ ବହିଷ୍କାର କରିବାକୁ ବିସିସିଆଇକୁ ନିବେଦନ କରିଥିଲେ ।

ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ଚଳିତ ବର୍ଷ ଭାରତ ଓ ପାକିସ୍ତାନ ମଧ୍ୟରେ ଟି -୨୦ ସିରିଜ୍ ଆୟୋଜିତ ହୋଇପାରେ । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ପାକିସ୍ତାନ କ୍ରିକେଟ୍ ବୋର୍ଡ ସରକାରଙ୍କ ଉଚ୍ଚ ପଦାଧିକାରୀଙ୍କଠାରୁ ଭାରତ ବିରୋଧରେ ଦ୍ୱିପାକ୍ଷିକ ସିରିଜର ସୂଚନା ପାଇଛନ୍ତି । ପାକିସ୍ତାନୀ ଖବରକାଗଜ ଡେଲି ଜଙ୍ଗରେ ଖବର ପ୍ରକାଶ ପାଇଛି ଯେ ଚଳିତ ବର୍ଷ ଏହି ଦୁଇ ଦଳ ୩ ମ୍ୟାଚ୍ ବିଶିଷ୍ଟ ଏକ ଟି -୨୦ ସିରିଜ୍ ଖେଳିପାରନ୍ତି ।

ଡେଲି ଜଙ୍ଗଙ୍କ ଅନୁଯାୟୀ, ପିସିବି ଅଧିକାରୀ ଦାବି କରିଛନ୍ତି ଯେ ତାଙ୍କୁ ଭାରତ ବିପକ୍ଷ ଦ୍ୱିପାକ୍ଷିକ ସିରିଜ ପାଇଁ ପ୍ରସ୍ତୁତ ହେବାକୁ ପାକିସ୍ତାନ ସରକାର କହିଛନ୍ତି । ଯଦି ସବୁ ଠିକ୍ ଚାଲେ ତେବେ ୬ ଦିନ ସମୟ ବାହାର କରି ଦୁଇ ଦେଶ ମଧ୍ୟରେ ଟି -୨୦ ସିରିଜ୍ ଆୟୋଜିତ ହେବ । ତେବେ ଭାରତ ସରକାର ଓ ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଭାରତ ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଶେଷ ନହେବା ପର୍ଯ୍ୟନ୍ତ ସେମାନଙ୍କ ସହ କ୍ରିକେଟ୍ ସମ୍ପର୍କକୁ ଆଦୌ ଫେରିବ ନାହିଁ।

ପାକିସ୍ତାନ ଓ ଭାରତ ଆଇସିସି ଟୁର୍ନାମେଣ୍ଟ ଓ ଏସିଆ କପରେ ପରସ୍ପର ସହ ମ୍ୟାଚ ଖେଳନ୍ତି । ୨୦୧୯ ବିଶ୍ୱକପ ସମୟରେ ଗୌତମ ଗମ୍ଭୀର ପାକିସ୍ତାନ ବିପକ୍ଷରେ ଖେଳିବା ବିଷୟରେ ମଧ୍ୟ କହିଥିଲେ । ସେ କହିଛନ୍ତି ଯେ ଦେଶ ଓ ସୈନିକଙ୍କ ଅପେକ୍ଷା ବଡ଼ କ୍ରିକେଟ୍ ନୁହେଁ । ତେଣୁ ପାକିସ୍ତାନ ବିପକ୍ଷରେ କୌଣସି ମ୍ୟାଚ୍ ଖେଳିବା ଉଚିତ୍ ନୁହେଁ ।
Published by: Jagdish Barik
First published: March 25, 2021, 12:16 PM IST