India vs England: ବିରାଟ କୋହଲିଙ୍କ ପାଖରେ ମହେନ୍ଦ୍ର ସିଂ ଧୋନି-ରିକି ପଣ୍ଟିଙ୍ଗଙ୍କୁ ପଛରେ ପକାଇବାର ସୁଯୋଗ
India vs England: ବିରାଟ କୋହଲିଙ୍କ ପାଖରେ ଇଂଲଣ୍ଡ ବିପକ୍ଷ ଆଗାମୀ ସିରିଜରେ ଧୋନି, ରିକି ପଣ୍ଟିଂ ଓ କ୍ଲିଭ୍ ଓଲିଡଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି ।

ବିରାଟ କୋହଲିଙ୍କ ପାଖରେ ମହେନ୍ଦ୍ର ସିଂ ଧୋନି-ରିକି ପଣ୍ଟିଙ୍ଗଙ୍କୁ ପଛରେ ପକାଇବାର ସୁଯୋଗ
- News18 Odia
- Last Updated: January 31, 2021, 10:55 AM IST
ନୂଆ ଦିଲ୍ଲୀ: ଭାରତ ଓ ଇଂଲଣ୍ଡ (India vs England) ମଧ୍ୟରେ ହେବାକୁ ଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ 5 ଫେବୃଆରୀରୁ ଚେନ୍ନାଇର ଚେପାକ ଗ୍ରାଉଣ୍ଡରେ ଖେଳାଯିବ । ଇଂଲଣ୍ଡ ବିପକ୍ଷ ଆଗାମୀ ଘରୋଇ ସିରିଜରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ (Virat Kohli) ପାଖରେ ମହେନ୍ଦ୍ର ସିଂ ଧୋନିଙ୍କୁ (Mahendra Singh Dhoni) ପଛରେ ପକାଇବାର ସୁଯୋଗ ରହିଛି । ଗତ ବର୍ଷ ଗୋଟିଏ ବି ଶତକ ହାସଲ କରି ପାରିନଥିବା କୋହଲି ଏହି ଟେଷ୍ଟ ସିରିଜରେ ଅଧିନାୟକତ୍ୱ ସହିତ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିବାକୁ ଚାହାଁନ୍ତି ।
ଏହା ବ୍ୟତୀତ କୋହଲି ଆଗାମୀ ପ୍ରଥମ ଟେଷ୍ଟରେ ମାତ୍ର ୧୪ ରନ୍ ସ୍କୋର କରିବା ପରେ କିମ୍ବଦନ୍ତୀ ୱେଷ୍ଟଇଣ୍ଡିଜ୍ ଅଧିନାୟକ କ୍ଲିଭ ଓଲିଡଙ୍କୁ ପଛରେ ପକାଇବେ । କୋହଲି ଅଧିନାୟକ ଭାବରେ ହାରାହାରି ୬୧ ରେ ୫୨୨୦ ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ଆଗରେ ଗ୍ରାମ୍ ସ୍ମିଥ୍ (୮,୬୫୯), ଆଲାନ୍ ବର୍ଡର୍ (୬,୬୨୩), ରିକି ପଣ୍ଟିଂ (୬,୫୪୨) ଓ କ୍ଲିଭ୍ ଓଲିଡ୍ (୫୩୩୩) ରହିଛନ୍ତି ।
ରିକି ପଣ୍ଟିଂ ରେକର୍ଡ ଭାଙ୍ଗିଯିବ
ଏହା ବ୍ୟତୀତ ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ୭୦ ଟି ଶତକ ରହିଛି । ତାଙ୍କ ଆଗରେ କେବଳ ସଚିନ୍ ତେନ୍ଦୁଲକର (୧୦୦) ଓ ପଣ୍ଟିଂ (୭୧) ରହିଛନ୍ତି । ଭାରତ ଇଂଲଣ୍ଡ ବିପକ୍ଷରେ ଚାରୋଟି ଟେଷ୍ଟ, ପାଞ୍ଚ ଟି -୨୦ ଓ ତିନୋଟି ODI ଖେଳିବ । କୋହଲି ଦୁଇଟି ଶତକ ସହିତ ପଣ୍ଟିଂର ରେକର୍ଡ ଭାଙ୍ଗିପାରିବେ ଓ ସର୍ବାଧିକ ଶତକ ହାସଲ କରିବାରେ ଦ୍ୱିତୀୟ ସ୍ଥାନରେ ରହିବେ ବୋଲି ଆଶା କରାଯାଉଛି ।