Ind Vs Eng: ମହମ୍ମଦ ସିରାଜଙ୍କୁ ଷ୍ଟୋକ୍ସ ଏମିତି କିଛି କହିଲେ ଯେ କୋହଲି ରାଗିଗଲେ; ଦେଖନ୍ତୁ VIDEO

ଟେଷ୍ଟ ମାଚ୍ ବେଳେ ଦୁଇ ଖେଳାଳିଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କ ବୋଧହୁଏ ବଡ ଥିଲା କାରଣ ଏଥିରେ ଅମ୍ପାୟାରଙ୍କୁ ହସ୍ତକ୍ଷେପ କରିବାକୁ ପଡି଼ଥିଲା । ତୃତୀୟ ଟେଷ୍ଟରେ ବି କୋହଲି ଓ ଷ୍ଟୋକ୍ସଙ୍କ ମଧ୍ୟରେ ମଜାକିଆ କଥାବାର୍ତ୍ତା ହୋଇଥିଲା ।

Ind Vs Eng: ମହମ୍ମଦ ସିରାଜଙ୍କୁ ଷ୍ଟୋକ୍ସ ଏମିତି କିଛି କହିଲେ ଯେ କୋହଲି ରାଗିଗଲେ; ଦେଖନ୍ତୁ VIDEO
ଜୋ ରୁଟ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂର ଫୈସଲା କରିଥିଲେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର (India vs England Test Series) ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ (Narendra Modi Stadium) ଖେଳାଯାଉଛି । ଏହି ମ୍ୟାଚର ପରଥମ ଦିନରେ ଇଂଲଣ୍ଡ ୨୦୫ ରନରେ ଅଲ୍‌-ଆଉଟ୍‌ ହୋଇଯାଇଥିଲା । ଖେଳ ବେଳେ ଇଂଲଣ୍ଡର ବେନ୍‌ ଷ୍ଟୋକ୍ସ ଓ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଯୁକ୍ତିତର୍କ (Stokes Kohli argument) ଚର୍ଚ୍ଚାର ବିଷୟ ହୋଇଥିଲା ।

ଏହି ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଭଲ ଆରମ୍ଭ କରି ନ ଥିଲା । ୫୦ ଓଭର୍‌ ସରିବା ପୂର୍ବରୁ ଇଂଲଣ୍ଡ ନିଜର ତିନିଟି ବଡ ୱିକେଟ୍ ହରାଇଥିଲା । ଜ୍ୟାକ୍ କ୍ରାଉଲି (୦୨), ଡୋମିନିକ୍ ସିବିଲି (୦୯) ଓ ଅଧିନାୟକ ଜୋ ରୁଟ୍ (୦୫) ଶୀଘ୍ର ଆଉଟ୍‌ ହୋଇଥିଲେ । ଏହା ପରେ କ୍ରିଜକୁ ଆସିଥିଲେ ବେନ ଷ୍ଟୋକ୍ସ (Ben Stokes) । କ୍ରିଜକୁ ଆସିବା ପରେ ଷ୍ଟୋକ୍ସ ଓ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋ - ସବ୍ୟସାଚୀଙ୍କୁ ବାହା ହୋଇ କହିଲେ ଅର୍ଚ୍ଚିତା

ବାସ୍ତବରେ ବେନ ଷ୍ଟୋକ୍ସ ମହମ୍ମଦ ସିରାଜଙ୍କୁ (Mohammed Siraj) କିଛି କହିଥଲେ ଯାହା ବିରାଟ କୋହଲିଙ୍କୁ କ୍ରୋଧିତ କରିଥିଲା । ସିରାଜ ବେନ ଷ୍ଟୋକ୍ସଙ୍କୁ ଏକ ବାଉନ୍ସର୍ ବୋଲିଂ କରିଥିଲେ ।ଏହା ପରେ ଷ୍ଟୋକ୍ସ ସିରାଜଙ୍କୁ କିଛି କହିଥିଲେ । ଏହା ପରେ ବିରାଟ କୋହଲି ଆଗକୁ ବଢ଼ି ବେନ ଷ୍ଟୋକ୍ସଙ୍କ ପାଖକୁ ଯାଇଥିଲେ । ଏହି ସମୟରେ ଦୁଇ ଖେଳାଳିଙ୍କ ମଧ୍ୟରେ କିଛି ବିତର୍କ ହୋଇଥିଲା । ଉଭୟଙ୍କ ବିତର୍କ ବୋଧହୁଏ ବଡ ଥିଲା କାରଣ ଏଥିରେ ଅମ୍ପାୟାରଙ୍କୁ ବି ହସ୍ତକ୍ଷେପ କରିବାକୁ ପଡି଼ଥିଲା ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଲୁଟେରା ରାଜ୍‌: ନ୍ୟୁଜ୍୧୮ ସାମ୍ବାଦିକଙ୍କୁ ରାସ୍ତାରେ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା

ଏହି ଖେଳାଳିମାନଙ୍କ ମଧ୍ୟରେ କ’ଣ ପାଇଁ ଯୁକ୍ତିତର୍କ ହୋଇଥିଲା ତାହା ବିଷୟରେ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ ।କିନ୍ତୁ ଅମ୍ପାୟାର ଏହି ସମସ୍ୟାର ସମାଧାନ କରିଥିଲେ ।

ଏଇଠି ଦେଖନ୍ତୁ କୋହଲିଙ୍କ ପ୍ରତିକ୍ତିୟାର ଦୃଶ୍ୟ:



ପୂର୍ବରୁ ଏହି ପଡ଼ିଆରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ସମୟରେ ବି ବିରାଟ କୋହଲି ଓ ବେନ୍ ଷ୍ଟୋକ୍ସଙ୍କ ମଧ୍ୟରେ ମଜାକିଆ କଥାବାର୍ତ୍ତା ହୋଇଥିଲା । ଅବଶ୍ୟ ସେହି କଥାବାର୍ତ୍ତା ​​ମଜାଳିଆ ଥିଲା । ତୃତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ଖେଳାଳିମାନେ ପରଦାରେ ବ୍ୟାଘାତ ହେତୁ ମଧ୍ୟଭାଗରେ ବ୍ୟାଟିଂ ବନ୍ଦ କରିଦେଇଥିଲେ । ଏହା ପରେ ବିରାଟ କୋହଲି ବେନ ଷ୍ଟୋକ୍ସଙ୍କୁ କିଛି ମଜାଦାର କଥା କହିଥିଲେ ।

ଏହା ବି ପଢ଼ନ୍ତୁ | ଝରାଫୁଲ ମୃତ୍ୟୁ: ସ୍କୁଟି ମିଳିଲା, ମୋବାଇଲ୍ଫୋନ୍ବି ମିଳିଲା, ହେଲେ କାହିଁକି ଖୋଲୁନି ରହସ୍ୟ?

ଚତୁର୍ଥ ମ୍ୟାଚ୍‌ରେ ଭାରତର ତାରକା ସ୍ପିନର ଅକ୍ଷର ପଟେଲ ଜ୍ୟାକ୍ କ୍ରୋଲି ଓ ଡୋମିନିକ୍ ସିବିଲିଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିବା ବେଳେ ମହମ୍ମଦ ସିରାଜ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କ ୱିକେଟ୍‌ ହାସଲ କରିଥିଲେ । ବର୍ତ୍ତମାନ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏହି ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି ।



ଚତୁର୍ଥ ଟେଷ୍ଟର ଫଳାଫଳ କହିବ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ପର (World Test Championship) ଫାଇନାଲରେ ପ୍ରବେଶ କରିପାରିବ କି ନାହିଁ । ତୃତୀୟ ଟେଷ୍ଟ୍‌ ହାରିଯିବା ପରେ ଇଂଲଣ୍ଡ ଦଳ ଟୁର୍ମ୍ଣାମେଣ୍ଟରୁ ବାଦ ପଡିଥିଲା । ଅନ୍ୟ ପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିସାରିଛି ।
Published by: Anand Shankar Thankur Das
First published: March 4, 2021, 6:33 PM IST