India vs England: ରୋହିତ ଶର୍ମା ଋଷଭ ପନ୍ତଙ୍କୁ ପଡ଼ିଆ ମଝିରେ ମାରିଲେ 'ଚାପୁଡ଼ା'; ବୀରେନ୍ଦ୍ର ସେହୱାଗ ମଜା ନେଲେ
India vs England: ଭାରତୀୟ ଓପନର୍ ରୋହିତ ଶର୍ମା ୱିକେଟ୍ କିପର ଋଷଭ ପନ୍ତଙ୍କୁ ପଡ଼ିଆ ମଝିରେ ଚାପୁଡ଼ା ମାରୁଥିବାର ନଜର ଆସିଛନ୍ତି । ବୀରେନ୍ଦ୍ର ସେହୱାଗ ଏହାର ଭିଡିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ।

ରୋହିତ ଶର୍ମା ଋଷଭ ପନ୍ତଙ୍କୁ ପଡ଼ିଆ ମଝିରେ ମାରିଲେ 'ଚାପୁଡ଼ା'
- News18 Odia
- Last Updated: February 15, 2021, 11:00 AM IST
ନୂଆ ଦିଲ୍ଲୀ: ଭାରତ ଓ ଇଂଲଣ୍ଡ (India vs England) ମଧ୍ୟରେ ଚେନ୍ନାଇରେ (Chennai) ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଏକ ମଜାଦାର ଘଟଣା ଘଟିଥିଲା । ଦ୍ୱିତୀୟ ଦିନରେ ଭାରତୀୟ ଇନିଂସ ୩୨୯ ରନ୍ ଶେଷ ହୋଇଥିବାବେଳେ ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ମାତ୍ର ୧୩୪ ରନ୍ କରି ଅଲଆଉଟ ହୋଇଯାଇଛି । ଭାରତୀୟ ସ୍ପିନରଙ୍କ ସାମ୍ନାରେ ଇଂଲଣ୍ଡ କୌଣସି ବ୍ୟାଟ୍ସମ୍ୟାନ ପଡିଆରେ ବେଶୀ ସମୟ ତିଷ୍ଠି ପରି ନ ଥିଲେ ଓ ସେମାନେ ନିୟମିତ ବ୍ୟବଧାନରେ ନିଜ ୱିକେଟ୍ ହରାଇଥିଲେ। ରବିଚନ୍ଦ୍ରନ୍ ଅଶ୍ୱିନ୍ ୪୩ ରନ୍ ଦେଇ ପାଞ୍ଚଟି ୱିକେଟ୍ ନେଇଥିବା ବେଳେ ଅକ୍ଷାର ପଟେଲ ଦୁଇଟି ୱିକେଟ୍ ନେଇଥିଲେ । ଏହି ସମୟରେ ରୋହିତ ଶର୍ମା ଇଂଲଣ୍ଡ ଖେଳାଳିମାନେ ବାହାରକୁ ଯାଉଥିବା ସମୟରେ ଭାରତୀୟ ୱିକେଟ୍ କିପର ଋଷଭ ପନ୍ତଙ୍କୁ ଏକ ଚାପୁଡ଼ା ମାରିଥିବାର ନଜର ଆସିଥିଲେ । ଏହି ଘଟଣାର ଭିଡିଓ ବୀରେନ୍ଦ୍ର ସେହୱାଗ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।
View this post on Instagram
ପନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ଟି ଟେଷ୍ଟରେ ଦୁଇ ଶତକ ଓ ଛଅଟି ଅର୍ଦ୍ଧ ଶତକ ସହିତ ୧୨୫୬ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ହାରାହାରି ପ୍ରାୟ ୪୫ ଓ ଷ୍ଟ୍ରାଇକ୍ ହାର ୭୦ ରୁ ଅଧିକ ରହିଛି । ପନ୍ତ ମଧ୍ୟ ୩୧ ଇନିଂସରେ ୩୬ ଟି ଛକା ମାରିଛନ୍ତି ।