ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Ind vs Eng: ଜୋ ରୁଟ୍ ଭାରତ ବିପକ୍ଷରେ ଖେଳିଲେ ନିଜର ସବୁଠୁ ବଡ଼ ଇନିଂସ; ମାତ୍ର ୧୦୦ଟି ଟେଷ୍ଟରେ କଲେ ଏହି ରେକର୍ଡ

Ind vs Eng: ଜୋ ରୁଟ୍ ଭାରତ ବିପକ୍ଷରେ ଖେଳିଲେ ନିଜର ସବୁଠୁ ବଡ଼ ଇନିଂସ; ମାତ୍ର ୧୦୦ଟି ଟେଷ୍ଟରେ କଲେ ଏହି ରେକର୍ଡ

India vs England: ଜୋ ରୁଟ୍ ୧୦୦ ତମ ଟେଷ୍ଟରେ ୧୫୦ ରୁ ଅଧିକ ରନ ସ୍କୋର କରିଥିବା ବିଶ୍ୱର ଦ୍ୱିତୀୟ ଖେଳାଳି ହୋଇପାରିଛନ୍ତି । ଅଧିନାୟକ ଭାବରେ ରୁଟ୍ ଡନ୍ ବ୍ରାଡମ୍ୟାନଙ୍କ ସ୍ୱତନ୍ତ୍ର ରେକର୍ଡ ସହ ସମକକ୍ଷ ହୋଇ ପାରିଛନ୍ତି ।

Ind vs Eng: ଜୋ ରୁଟ୍ ଭାରତ ବିପକ୍ଷରେ ଖେଳିଲେ ନିଜର ସବୁଠୁ ବଡ଼ ଇନିଂସ; ମାତ୍ର ୧୦୦ଟି ଟେଷ୍ଟରେ କଲେ ଏହି ରେକର୍ଡ
ଜୋ ରୁଟ୍ ଭାରତ ବିପକ୍ଷରେ ଖଲିଲେ ନିଜର ସବୁଠୁ ବଡ଼ ଇନିଂସ
  • News18 Odia
  • Last Updated: February 6, 2021, 1:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଚେନ୍ନାଇର ଚେପାକ୍ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି । ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ୧୬୦* ରନ୍ ଖେଳୁଛନ୍ତି । ଭାରତ ବିପକ୍ଷରେ ଏହା ହେଉଛି ରୁଟଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ଏହାପୂର୍ବରୁ ରୁଟ୍ ୨୦୧୪ ମସିହାରେ ନଟିଂହାମରେ ୧୫୪* ରନ୍ ସ୍କୋର କରିଥିଲେ । ଏହା ବ୍ୟତୀତ ସେ ୧୦୦ ତମ ଟେଷ୍ଟରେ ୧୫୦ ରୁ ଅଧିକ ରନ୍ ସ୍କୋର କରିବାରେ ଦ୍ୱିତୀୟ ଖେଳାଳି ହୋଇପାରିଛନ୍ତି ।

ଏହାପୂର୍ବରୁ ଇନଜାମାମ-ଉଲ ହକ ନିଜର ୧୦୦ ତମ ଟେଷ୍ଟରେ ୧୮୪ ରନ୍ ସଂଗ୍ରହ କରିଥିଲେ । ସେ ୨୦୦୫ ରେ ବେଙ୍ଗାଲୁରୁରେ ଭାରତ ବିପକ୍ଷରେ ଏହି ଶତକ ହାସଲ କରିଥିଲେ । ଏଥି ସହିତ ରୁଟ୍ କ୍ରମାଗତ ତୃତୀୟ ଟେଷ୍ଟ ମ୍ୟାଚରେ ୧୫୦ ପ୍ଲସ୍ ରନ୍ ସଂଗ୍ରହ କରିଛି । ଡନ୍ ବ୍ରାଡମ୍ୟାନଙ୍କ ପରେ ରୁଟ୍ ହେଉଛି ଦ୍ୱିତୀୟ ଅଧିନାୟକ ଯିଏକି ଏହି କୀର୍ତ୍ତିମାନ କରିଛନ୍ତି । ରୁଟ୍ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ୨୨୮ ଓ ୧୮୬ ର ଇନିଂସ ଖେଳିଥିଲେ । ଶ୍ରୀଲଙ୍କାର ପୂର୍ବତନ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗକକାର କ୍ରମାଗତ ଚାରିଟି ଟେଷ୍ଟ ମ୍ୟାଚ୍ ରେ ୧୫୦ ରୁ ଅଧିକ ରନ୍ ସ୍କୋର କରିବାର ରେକର୍ଡ ରଖିଛନ୍ତି । ଏହି ଖେଳାଳିଙ୍କ ବ୍ୟତୀତ ଜହିର ଆୱାସ, ୱାଲି ହାମଣ୍ଡ, ମୁଦାସର ନାଜର ଓ ଟମ ଲାଥାମ କ୍ରମାଗତ ତିନିଟି ଟେଷ୍ଟରେ ୧୫୦ ପ୍ଲସ ରନ୍ ସଂଗ୍ରହ କରିଛନ୍ତି ।

ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ୍ କହିଛନ୍ତି ଯେ ବିରାଟ କୋହଲି, କେନ୍ ୱିଲିୟମ୍ସନ୍ ଓ ଷ୍ଟିଭ୍ ସ୍ମିଥଙ୍କ ସହ ସେ 'ଫାବ୍ ଫୋର୍'ରେ ଅଛନ୍ତି ବୋଲି ପ୍ରମାଣ କରିବାକୁ ବର୍ତ୍ତମାନର ଅଧିନାୟକ ଜୋ ରୁଟ୍ କ୍ରମାଗତ ତିନି ଟେଷ୍ଟରେ ପ୍ରମାଣ କରିଛନ୍ତି । ଇଂଲଣ୍ଡର ଟେଷ୍ଟ ଅଧିନାୟକ ରୁଟ୍ ଚଳିତ ବର୍ଷ ଭଲ ଫର୍ମରେ ଥିବାବେଳେ ୨୦୨୦ ରେ ତାଙ୍କ ଫର୍ମ ଭଲ ନଥିଲା ।

ଜୋ ରୁଟ୍ ନିଜର ୧୦୦ ତମ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିବାରେ ନବମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଇଂଲଣ୍ଡ ପାଇଁ କଲିନ୍ କାଉଡ୍ରେ ଓ ଆଲେକ୍ ଷ୍ଟୁଆର୍ଟ ସେମାନଙ୍କ ପୂର୍ବରୁ ଏହି ସଫଳତା ହାସଲ କରିଛନ୍ତି । ସେମାନଙ୍କ ବ୍ୟତୀତ ଜାଭେଦ୍ ମିଆଣ୍ଡାଦ, ଗର୍ଡନ୍ ଗ୍ରୀନଜ୍, ଇନଜାମାମ-ଉଲ୍-ହକ୍, ରିକି ପଣ୍ଟିଂ, ଗ୍ରାମ୍ ସ୍ମିଥ୍ ଓ ହାସିମ୍ ଆମଲା ଏହି ତାଲିକାରେ ଅଛନ୍ତି । ୯୮, ୯୯ ଓ ୧୦୦ ତମ ଟେଷ୍ଟରେ ଶତକ ହାସଲ କରିଥିବା ଜୋ ରୁଟ୍ ଦୁନିଆର ପ୍ରଥମ କ୍ରିକେଟର ।
Published by: Jagdish Barik
First published: February 6, 2021, 1:09 PM IST