ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»India vs England: ଭାରତର ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଇତିହାସରେ ସବୁଠାରୁ ବଡ଼ ବିଜୟ; ଅଶ୍ୱିନ ରଚିଲେ ଇତିହାସ

India vs England: ଭାରତର ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଇତିହାସରେ ସବୁଠାରୁ ବଡ଼ ବିଜୟ; ଅଶ୍ୱିନ ରଚିଲେ ଇତିହାସ

India vs England: ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଇଂଲଣ୍ଡ ଦଳକୁ ୩୧୭ ରନରେ ପରାସ୍ତ କରିଛି ।

India vs England: ଭାରତର ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଇତିହାସରେ ସବୁଠାରୁ ବଡ଼ ବିଜୟ; ଅଶ୍ୱିନ ରଚିଲେ ଇତିହାସ
ଭାରତର ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଇତିହାସରେ ସବୁଠାରୁ ବଡ଼ ବିଜୟ
  • News18 Odia
  • Last Updated: February 16, 2021, 1:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଏକ ଐତିହାସିକ ବିଜୟ ହାସଲ କରିଛି । ପ୍ରଥମ ଟେଷ୍ଟରେ ପରାଜୟ ପରେ ଟିମ୍ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରି ଚେପାକ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡକୁ ୩୧୭ ରନରେ ପରାସ୍ତ କରିଛି । ରନ୍ ଦୃଷ୍ଟିରୁ ଇଂଲଣ୍ଡ ଉପରେ ଭାରତୀୟ ଦଳର ଏହା ହେଉଛି ସବୁଠାରୁ ବଡ ବିଜୟ । ୪୮୨ ରନ୍‌ର ଟାର୍ଗେଟକୁ ପିଛାକରି ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୧୬୪ ରନ୍‌ କରି ଅଲଆଉଟ ହୋଇ ଯାଇଥିଲା । ଇଂଲଣ୍ଡରୁ କେବଳ କ୍ୟାପଟେନ ଜୋ ରୁଟ୍ ଓ ମୋଇନ୍ ଅଲି ଫାଇଟ କରିଥିବାର ନଜର ଆସିଥିଲେ । ଅକ୍ଷର ପଟେଲ ଭାରତ ତରଫରୁ ପାଞ୍ଚଟି, ରବିଚନ୍ଦ୍ରନ ଅଶ୍ୱିନ ତିନୋଟି ଓ କୁଲଦୀପ ଯାଦବ ଦୁଇଟି ୱିକେଟ୍ ନେଇଥିଲେ । ବିଜୟୀ ଭାରତୀୟ ଦଳର ହିରୋ ହୋଇଥିଲେ ରବିଚନ୍ଦ୍ରନ ଅଶ୍ୱିନ ଯିଏ ମ୍ୟାଚରେ ଆଠଟି ୱିକେଟ୍ ନେଇଥିଲେ ଓ ଦ୍ୱିତୀୟ ଇନିଂସରେ ମଧ୍ୟ ଚମତ୍କାର ଶତକ ହାସଲ କରିଥିଲେ ।

ଅଶ୍ୱିନ ଦଶମ ଥର ବେନ ଷ୍ଟୋକ୍ସଙ୍କୁ ଶିକାର କରିଥିଲେ
ଏହାପୂର୍ବରୁ ଚତୁର୍ଥ ଦିନରେ ଇଂଲଣ୍ଡ ଦଳର ଆରମ୍ଭ ବହୁତ ଖରାପ ଥିଲା । ଇଂଲଣ୍ଡ ସକାଳ ତିନି ୱିକେଟ୍ ହରାଇ ୫୩ ରନରୁ ନିଜ ଖେଳ ଆରମ୍ଭ କରିଥିଲା ଓ ପ୍ରଥମ ସେସନରେ ୬୩ ରନ୍ ଯୋଡି ଚାରିଟି ୱିକେଟ୍ ହରାଇଥିଲା । ମଧ୍ୟାହ୍ନ ଭୋଜନ ପୂର୍ବରୁ ରୁଟ୍ ମଧ୍ୟ ପାଭିଲିୟନକୁ ଫେରିଯାଇଥାନ୍ତେ କିନ୍ତୁ ମହମ୍ମଦ ସିରାଜ କୁଲଦୀପଙ୍କ ବଲରେ ସହଜ କ୍ୟାଚ୍ ଛାଡିଥିଲେ । ଏହାପୂର୍ବରୁ ସ୍ଥାନୀୟ ଖେଳାଳି ଅଶ୍ୱିନ୍ ଦିନର ପ୍ରଥମ ବଲରେ ଡାନିଏଲ୍ ଲରେନ୍ସକୁ (୨୬) ଆଉଟ କରି ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ । ଋଷଭ ପନ୍ତ ତାଙ୍କୁ ସୁନ୍ଦର ଭାବରେ ଷ୍ଟପିଂ କରିଥିଲେ । ସାଧାରଣତଃ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ବେନ୍ ଷ୍ଟୋକ୍ସ ଆଜି ଏକ ଡିଫେନ୍ସ ଖେଳ ଆଭିମୁଖ୍ୟ ଗ୍ରହଣ କରିଥିଲେ । ଅଶ୍ୱିନଙ୍କ ଦ୍ୱାରା ଆଉଟ ହେବା ପୂର୍ବରୁ ସେ ୫୧ ବଲରୁ ୮ ରନ୍ ସଂଗ୍ରହ କରିଥିଲେ । ଅତ୍ୟଧିକ ଡିଫେନ୍ସ ମନୋଭାବ ଯୋଗୁଁ ଅଶ୍ୱିନଙ୍କ ବଲରେ ଆଉଟ ହୋଇଥିଲେ । ଟେଷ୍ଟ କ୍ରିକେଟରେ ଦଶମ ଥର ପାଇଁ ଅଶ୍ୱିନ୍ ବେନ୍ ଷ୍ଟୋକ୍ସଙ୍କୁ ଶିକାର କରିଥିଲେ ।

ମୋଇନ୍ ଅଲି ବିସ୍ଫୋରକ ଇନିଂସ ଖେଳିଥିଲେ
ବେନ ଷ୍ଟୋକ୍ସ ଆଉଟ ହୋଇ ବାହାରକୁ ଯିବା ମାତ୍ରେ ପରବର୍ତ୍ତୀ ଓଭରରେ ରୁଟ ଆଉଟ ହୋଇଯାଇଥିଲେ । ଦ୍ୱିତୀୟ ଇନିଂସରେ ରୁଟ ଅକ୍ଷର ପଟେଲଙ୍କ ଶିକାର ହୋଇଥିଲେ । ତିନିଟି ଚୌକା ସହାୟତାରେ ରୁଟ୍ ୯୨ ବଲରେ ୩୩ ରନ୍ ସଂଗ୍ରହ କରିଥିଲେ । ଦ୍ୱିତୀୟ ଇନିଂସରେ ଅଲ୍ଲୀ ଷ୍ଟୋନଙ୍କୁ ଆଉଟ କରି ଅକ୍ଷାର ପଟେଲଙ୍କ ପଞ୍ଚମ ଶିକାର ହୋଇଥିଲେ । ଡେବ୍ୟୁ ଟେଷ୍ଟରେ ଇନିଂସରେ ପାଞ୍ଚ ୱିକେଟ୍ ନେଇଥିବା ଅକ୍ଷାର ନବମ ବୋଲର ହୋଇଥିଲେ । ୱିକେଟର ପତନ ମଧ୍ୟରେ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । ସେ ଅକ୍ଷରର ବଲରେ ଲଗାତାର ତିନିଟି ଛକା ମାରିଥିଲେ । କୁଲଦୀପ ଯାଦବ ତାଙ୍କୁ ଆଉଟ୍ କରିବା ପୂର୍ବରୁ ଅଲି ୧୮ ଟି ବଲରେ ତିନୋଟି ଚୌକା ଓ ପାଞ୍ଚଟି ଛକା ସହ ୪୩ ରନ୍ ସ୍କୋର କରିଥିଲେ ।

୭୭୦ ଦିନ ପରେ କୁଲଦୀପ ଯାଦବ ୱିକେଟ୍ ନେଇଥିଲେ
ଓଲି ପୋପ୍ (୧୨) ପଟେଲଙ୍କ ସ୍ଲୋଗ୍ ସ୍ୱିପ କରି ଇଶାନ୍ତ ଶର୍ମାଙ୍କୁ କ୍ୟାଚ୍ ଦେଇ ଆଉଟ ହୋଇଥିଲେ । ମଧ୍ୟାହ୍ନ ଭୋଜନ ପୂର୍ବରୁ ଫକ୍ସ ଏକ ଭୁଲ ସର୍ଟ ଖେଳି କୁଲଦୀପଙ୍କ ଶିକାର ହୋଇଥିଲା । ଚେନ୍ନାଇର କଠିନ ପିଚରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ମାନେ ଅସହଜ ମନେ ହେଉଥିଲେ । ଜୋ ରୁଟଙ୍କ ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ୍ ପିଚ୍ ପଢିବାରେ ବିଫଳ ହୋଇଥିଲେ । ପ୍ରଥମ ଇନିଂସରେ ଇଂଲଣ୍ଡ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବେନ୍ ଫକ୍ସ ମାତ୍ର ୨ ରନ୍ କରି କୁଲଦୀପ ଯାଦବଙ୍କ ଶିକାର ହୋଇଥିଲେ । ଚେନ୍ନାଇ ଟେଷ୍ଟରେ ଏହା କୁଲଦୀପଙ୍କ ପ୍ରଥମ ୱିକେଟ୍ ଥିଲା ଓ ସେ ୭୭୦ ଦିନ ପରେ ଟେଷ୍ଟ କ୍ରିକେଟରେ ୱିକେଟ୍ ନେଇଥିଲେ ।
Published by: Jagdish Barik
First published: February 16, 2021, 1:27 PM IST