ଅଶ୍ୱିନଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବଙ୍କ ନିଆରା ଡ୍ୟାନ୍ସ; ଦେଖନ୍ତୁ ଭାଇରାଲ ଭିଡ଼ିଓ

India vs England: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଦିବା-ରାତ୍ରୀ ଟେଷ୍ଟ ପାଇଁ ଭାରତୀୟ ଖେଳାଳିମାନେ ଜୋରଦାର ପ୍ରସ୍ତୁତି କରୁଛନ୍ତି । ଏହି ସମୟରେ ଜିମରେ ୱାର୍କ ଆଉଟ କରୁଥିବାବେଳେ ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏକ ମଜାଦାର ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି ।

ଅଶ୍ୱିନଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବଙ୍କ ନିଆରା ଡ୍ୟାନ୍ସ; ଦେଖନ୍ତୁ ଭାଇରାଲ ଭିଡ଼ିଓ
ଅଶ୍ୱିନଙ୍କ ସହ ହାର୍ଦ୍ଦିକ ଓ କୁଲଦୀପ ଯାଦବଙ୍କ ନିଆରା ଡ୍ୟାନ୍ସ
  • News18 Odia
  • Last Updated: February 20, 2021, 12:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ ଦଳ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ଅହମ୍ମଦାବାଦରେ ଅଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ ହେବ ଓ ଗୋଲାପୀ ବଲ ସହିତ ଖେଳାଯିବ । ଭାରତରେ ହେବାକୁ ଥିବା ଦ୍ୱିତୀୟ ଦିବା-ରାତ୍ରୀ ଟେଷ୍ଟ ପାଇଁ ଭାରତୀୟ ଖେଳାଳିମାନେ ଜୋରଦାର ପ୍ରସ୍ତୁତି କରୁଛନ୍ତି । ଏହି ସମୟରେ ଜିମରେ ୱାର୍କ ଆଉଟ କରୁଥିବାବେଳେ ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏକ ମଜାଦାର ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ଅଶ୍ୱିନ ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବଙ୍କ ସହ ନାଚୁଥିବା ନଜର ଆସିଛନ୍ତି । ଏହି ଭିଡିଓ ଅଶ୍ୱିନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ ସହିତ ବରାବର ରହିଛି । ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ୨୨୭ ରନରେ ଜିତିଥିବା ବେଳେ ସମାନ ଗ୍ରାଉଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଇଂଲଣ୍ଡ ବିପକ୍ଷରେ ୩୧୭ ରନରେ ଜିତିଥିଲା । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ହିରୋ ଅଶ୍ୱିନ ଥିଲେ । ଯିଏ ଦ୍ୱିତୀୟ ଇନିଂସରେ ଚମତ୍କାର ୧୦୬ ରନ ସ୍କୋର କରିଥିଲେ । ଏହା ବ୍ୟତୀତ ଅଶ୍ୱିନ ପ୍ରଥମ ଇନିଂସରେ ପାଞ୍ଚ ୱିକେଟ୍ ଓ ଦ୍ୱିତୀୟ ଇନିଂସରେ ତିନୋଟି ୱିକେଟ୍ ନେଇଥିଲେ ।








View this post on Instagram






A post shared by Ashwin (@rashwin99)






ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଇନିଂସରେ କୁଲଦୀପ ଯାଦବ ମଧ୍ୟ ଦୁଇଟି ୱିକେଟ୍ ନେଇଥିଲେ । ଯଦି ଆପଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଷୟରେ କୁହନ୍ତି ତେବେ ସେ ଭାରତୀୟ ଟେଷ୍ଟ ଦଳର ଅଂଶ କିନ୍ତୁ ପ୍ରଥମ ଦୁଇଟି ଟେଷ୍ଟରେ ତାଙ୍କୁ ସୁଯୋଗ ମିଳିଲା ନାହିଁ ।

ଶେଷଥର ଅହମ୍ମଦାବାଦରେ ପରାସ୍ତ ହୋଇଥିଲା ଇଂଲଣ୍ଡ
ଏହି ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ମୋଟ ୧୨ ଟି ଟେଷ୍ଟ ଖେଳିଛି । ଯେଉଁଥିରେ ୪ ଟି ଜିତିଛି ଓ ଦୁଇଟି ମ୍ୟାଚ୍ ଡ୍ର ହୋଇଥିବାବେଳେ ଦୁଇଟି ମ୍ୟାଚରେ ପରାଜୟ ହୋଇଛି । ଟିମ୍ ଇଣ୍ଡିଆ ଏଠାରେ 6ଟି ଦଳ ବିପକ୍ଷରେ ଟେଷ୍ଟ ଖେଳିଛି । ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ତରଫରୁ ଗୋଟିଏ ମ୍ୟାଚ ଲେଖାଏଁ ହାରିଯାଇଛି । ଏଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦୁଇଟି ମ୍ୟାଚ୍ ଖେଳାଯାଇଛି । ଗୋଟିଏ ମ୍ୟାଚ୍ ଡ୍ର ଥିବାବେଳେ ଅନ୍ୟ ମ୍ୟାଚକୁ ଟିମ୍ ଇଣ୍ଡିଆ ଜିତି ନେଇଥିଲା । ନଭେମ୍ବର ୨୦୧୨ ରେ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ଏହି ଗ୍ରାଉଣ୍ଡରେ ଶେଷ ଟେଷ୍ଟ ଖେଳିଥିଲା ​​। ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ୯ ୱିକେଟରେ ଜିତିଥିଲା । ଏହି ମ୍ୟାଚ୍‌ରେ ଭାରତର ବାମହାତୀ ସ୍ପିନର ପ୍ରଜ୍ଞାନ ଓଜା ୯ଟି ୱିକେଟ୍ ନେଇଥିବା ବେଳେ ଅଫ୍ ସ୍ପିନର ଆର ଅଶ୍ୱିନ୍ ୪ଟି ୱିକେଟ୍ ନେଇଥିଲେ । ଏହି ମ୍ୟାଚରେ ଚେତେଶ୍ୱର ପୂଜାରା ଅପରାଜିତ ଦ୍ୱିଶତକ ହାସଲ କରିଛନ୍ତି । ଦ୍ୱିତୀୟ ଇନିଂସରେ ୪୧ ରନ୍ ସ୍କୋର କରି ପୂଜାରା ଅପରାଜିତ ରହିଥିଲେ ।
Published by: Jagdish Barik
First published: February 20, 2021, 12:31 PM IST