India vs England: ଇଂଲଣ୍ଡ ପ୍ରଥମ ଟେଷ୍ଟ ଜିତିଲା; ଚେନ୍ନାଇରେ ୨୨ ବର୍ଷ ପରେ ହାରିଲା ଭାରତ

ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଭାରତୀୟ ଦଳକୁ ୨୨୭ ରନରେ ପରାସ୍ତ କରିଛି । ଚେନ୍ନାଇର ଚେପକ୍ ଗ୍ରାଉଣ୍ଡରେ ୨୨ ବର୍ଷ ପରେ ଟିମ୍ ଇଣ୍ଡିଆ ପରାସ୍ତ ହୋଇଛି ।

India vs England: ଇଂଲଣ୍ଡ ପ୍ରଥମ ଟେଷ୍ଟ ଜିତିଲା; ଚେନ୍ନାଇରେ ୨୨ ବର୍ଷ ପରେ ହାରିଲା ଭାରତ
ଚେନ୍ନାଇରେ ୨୨ ବର୍ଷ ପରେ ହାରିଲା ଭାରତ
  • News18 Odia
  • Last Updated: February 9, 2021, 2:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଭାରତୀୟ ଦଳକୁ ୨୨୭ ରନରେ ପରାସ୍ତ କରିଛି । ଚେନ୍ନାଇର ଚେପକ୍ ଗ୍ରାଉଣ୍ଡରେ ୨୨ ବର୍ଷ ପରେ ଟିମ୍ ଇଣ୍ଡିଆ ହାରିଯାଇଛି । ୪୨୦ ରନ୍‌ର ଲକ୍ଷ୍ୟକୁ ପିଛାକରି ଟିମ୍ ଇଣ୍ଡିଆ ଚତୁର୍ଥ ଇନିଂସରେ ମାତ୍ର ୧୯୨ ରନ୍‌ କରିବାରେ ସମର୍ଥ ହୋଇଥିଲା । ଭାରତ ପକ୍ଷରୁ କେବଳ ବିରାଟ କୋହଲି (୭୨) ଓ ଶୁବମାନ ଗିଲ (୫୦) ସଂଘର୍ଷ କରିବାର କ୍ଷମତା ପ୍ରଦର୍ଶନ କରିଥିଲେ । ଇଂଲଣ୍ଡ ପାଇଁ ଦ୍ୱିତୀୟ ଇନିଂସରେ ଜ୍ୟାକ୍ ଲିଚ୍ ଚାରିଟି, ଜେମ୍ସ ଆଣ୍ଡରସନ୍ ତିନୋଟି, ବେନ୍ ଷ୍ଟୋକ୍ସ, ଜୋଫ୍ରା ଆର୍ଚର ଓ ଡୋମ ବସ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଆଜି ଭାରତ ଗୋଟିଏ ୱିକେଟ୍ ହରାଇ ୩୯ ରନରୁ ଖେଳ ଆରମ୍ଭ କରିଥିଲା । ଓପନର୍ ଗିଲ୍ ଆରମ୍ଭରୁ ଭଲ ଲୟରେ ଦେଖା ଯାଉଥିଲେ । ସେ ଲିଚଙ୍କୁ ଦ୍ୱିତୀୟ ବଲରେ ଚୌକା ମାରି ଦଳର ଆଜିର ସ୍କୋରକୁ ଆଗକୁ ବଢ଼ାଇଥିଲେ କିନ୍ତୁ ଚେତେଶ୍ୱର ପୂଜାରା (୧୫) ବାମହାତୀ ସ୍ପିନର ଲିଚରଙ୍କ ସ୍ପିନ୍ ବଲକୁ ଖେଳିବାକୁ ଯାଇ ଆଉଟ ହୋଇଯାଇଥିଲେ । ଗିଲ ଅଫ-ସ୍ପିନର ଡୋମ ବେସଙ୍କୁ ଟାର୍ଗେଟ କରି ତାଙ୍କ ଓଭରରେ ଦୁଇଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଏହି ଯୁବ ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ୍ ମଧ୍ୟ ଲିଚଙ୍କ ବଲକୁ ଚୌକା ମାରି ୮୧ ଟି ବଲରେ ନିଜ କରିୟରର ତୃତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ପରେ ଜୋ ରୁଟ୍ ଆଣ୍ଡରସନ୍ଙ୍କୁ ବଲ୍ କରିବାକୁ ଦେଇଥିଲେ । ଯିଏ ଗିଲଙ୍କୁ ଆଉଟ କରିଥିଲେ । ଗିଲ ନିଜର 83ଟି ବଲ ଇନିଂସରେ ସାତଟି ଚୌକା ଓ ଗୋଟିଏ ଛକା ମାରିଥିଲେ ।

ଖାତା ଖୋଲି ପାରିନଥିଲେ ଉପ-ଅଧିନାୟକ ରାହାଣେ
ଆଣ୍ଡରସନଙ୍କ ବଲରେ ଅଜିଙ୍କ୍ୟ ରାହାଣେ ଖାତା ଖୋଲି ନ ପାରି ଆଉଟ ହୋଇଥିଲେ । କୋହଲି ଋଷଭ ପନ୍ତଙ୍କ ମିଶି ଭାରତକୁ ୩୦ ତମ ଓଭରରେ ଭାରତକୁ ୧୦୦ ରନ ସ୍କୋରରେ ପହଞ୍ଚାଇଥିଲେ । ପନ୍ତ କିନ୍ତୁ ଅଧିକ ସମୟ ପଡ଼ିଆରେ ତିଷ୍ଠି ପାରି ନ ଥିଲେ ଓ ମାତ୍ର ୧୧ ରନ୍ ସ୍କୋର କରିବା ପରେ ଆଣ୍ଡରସନଙ୍କ ବଲ୍ ଖେଳିବାକୁ ଚେଷ୍ଟା କରିବାବେଳେ ରୁଟ୍ ହାତରେ କଭରରେ କ୍ୟାଚ ଆଉଟ ହୋଇଥିଲେ । ପ୍ରଥମ ଇନିଂସରେ ୮୫ ରନ୍ କରିଥିବା ୱାଶିଂଟନ୍ ସୁନ୍ଦରଙ୍କୁ ମଧ୍ୟ ଦ୍ୱିତୀୟ ଇନିଂସରେ ଖାତା ଖୋଲି ପାରିନଥିଲେ । ସେ ଜୋସ୍ ବଟଲର ହାତରେ ସେ କ୍ୟାଚ ହୋଇଥିଲେ । ଅନ୍ ଫିଲ୍ଡ ଅମ୍ପାୟାର ୱାଶିଂଟନ୍କୁ ଏକ ନୋଟଆଉଟ୍ ବୋଲି କହିଥିଲେ କିନ୍ତୁ DRS ନେବା ନିଷ୍ପତ୍ତି ବୋଲରଙ୍କ ସପକ୍ଷରେ ଯାଇଥିଲା ।

ପ୍ରଥମ ଇନିଂସରେ ୩୪ ରନ୍ ସ୍କୋର କରିଥିବା ଅଶ୍ୱିନ୍ ଦ୍ୱିତୀୟ ଇନିଂସରେ ମାତ୍ର ୯ ରନ୍ କରିବାରେ ସକ୍ଷମ ହୋଇଥିଲେ । ଜ୍ୟାକ୍ ଲିଚଙ୍କ ବଲରେ ସେ ଜୋସ୍ ବଟଲରଙ୍କୁ ହାତରେ କ୍ୟାଚ ଆଉଟ ହୋଇଥିଲେ । ବିରାଟ କୋହଲି ଭାବେ ଭାରତକୁ ଅଷ୍ଟମ ଝଟକା ଲାଗିଥିଲା । ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ କୋହଲିଙ୍କୁ ବୋଲ୍ଡ କରିଥିଲେ । କୋହଲି ୧୦୪ ଟି ବଲରେ ୯ ଟି ଚୌକା ସହାୟତାରେ ୭୨ ରନ୍ ସଂଗ୍ରହ କରିଥିଲେ । କୋହଲିଙ୍କ ପରେ ପଡିଆକୁ ଅବତରଣ କରିଥିବା ଶାହାବାଜ ନାଦିମ ମଧ୍ୟ କିଛି କରିପାରି ନଥିଲେ । ୧୩ ଟି ବଲ ଖେଳିବା ପରେ ସେ ଖାତା ନ ଖୋଲି ଜ୍ୟାକ୍ ଲିଚଙ୍କ ବଲରେ ଆଉଟ ହୋଇ ଯାଇଥିଲେ । ଭାରତର ଶେଷ ୱିକେଟ୍ ଭାବେ ଜସପ୍ରୀତ ବୁମ୍ରା ଆଉଟ ହୋଇଥିଲେ ।

ଜୋ ରୁଟଙ୍କ ଦ୍ୱିଶତକ ଫଳରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ମୋଟ ୫୭୮ ରନ୍ ସଂଗ୍ରହ କରିଥିଲା । କିନ୍ତୁ ଭାରତ ଋଷଭ ପନ୍ତଙ୍କ ୯୧ ରନ ସ୍କୋର ଯୋଗୁଁ ପ୍ରଥମ ଇନିଂସରେ ୩୩୭ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା । ଦ୍ୱିତୀୟ ଇନିଂସରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ସମ୍ମୁଖରେ ଇଂଲଣ୍ଡ ଦଳ ଅଧିକ ସମୟ ତିଷ୍ଟି ପାରି ନ ଥିଲା ଓ ୧୭୮ ରନ କରି ଅଲ ଆଉଟ ହୋଇଯାଇଥିଲା ।
Published by: Jagdish Barik
First published: February 9, 2021, 2:41 PM IST